Saturday, July 27, 2024
25.7 C
Odisha

    ବିଜେପି ଛାଡିଲେ ନୀଳଗିରି ବିଧାୟକ

    ଆଗକୁ ପଢନ୍ତୁ

    ବିଜେପି ଛାଡିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ରାଜ୍ୟ ବିଜେପି ସଭାପତିଙ୍କୁ ନିଜ ଇସ୍ତଫାପତ୍ର ପଠାଇ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସୁକାନ୍ତ । ଏହାପୂର୍ବରୁ ୨୦୧୯ରେ ବିଜେପି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସୁକାନ୍ତ । ଏହାପୂର୍ବରୁ ୨୦୧୪ରେ ବିଜେଡି ଟିକେଟରୁ ମଧ୍ୟ ବିଧାୟକ ହୋଇଥିଲେ ସୁକାନ୍ତ । କିନ୍ତୁ ୨୦୧୯ରେ ଦଳ ଟିକେଟ ନ ଦେବାରୁ ବିଜେପିରେ ସାମିଲ ହୋଇ ଲଢିବା ସହ ବିଧାୟକ ହୋଇଥିଲେ ସୁକାନ୍ତ ।ବିଜେପିରୁ ଇସ୍ତଫା ଦେବା ପରେ ସୁକାନ୍ତ ପୁଣିଥରେ ବିଜେଡି ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଯେହେତୁ ପୂର୍ବରୁ ବିଜେଡିରୁ ସୁକାନ୍ତ ବିଧାୟକ ରହି ସାରିଛନ୍ତି ତେଣୁ ସେ ପୁଣିଥରେ ବିଜେଡିକୁ ଘରବାହୁଡା କରିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହାପୂର୍ବରୁ ବିଜେଡି ଘୋଷଣା କରିଥିବା ବିଧାୟକ ପ୍ରାର୍ଥୀ ତାଲିକାରେ ନୀଳଗିରି ନଥିଲା । ତେଣୁ ବିଜେଡିରେ ସାମିଲ ହେଲେ ନୀଳଗିରିରୁ ସୁକାନ୍ତଙ୍କୁ ପ୍ରାର୍ଥୀ କରିପାରେ ଦଳ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.7 ° C
    25.7 °
    25.7 °
    93 %
    1.5kmh
    100 %
    Sat
    27 °
    Sun
    29 °
    Mon
    31 °
    Tue
    30 °
    Wed
    25 °

    ସମ୍ବନ୍ଧିତ