Saturday, July 27, 2024
24.6 C
Odisha

    ସୁନ୍ଦରଗଡବାସୀଙ୍କ ଆଶୀର୍ବାଦ ମୋତେ ବିଜୟୀ କରିବ’: ଦିଲ୍ଲୀପ ତିର୍କୀ

    ଆଗକୁ ପଢନ୍ତୁ

    ପ୍ରାର୍ଥୀ ଘୋଷଣା ହେବା ପରେ ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କଲେ ବିଜେଡି ପ୍ରାର୍ଥୀ ଦିଲ୍ଲୀପ ତିର୍କୀ । ସୁନ୍ଦରଗଡ ଲୋକସଭା ପାଇଁ ପ୍ରାର୍ଥୀ ପଦ୍ମଶ୍ରୀ ଡ. ଦିଲ୍ଲୀପ ତିର୍କୀଙ୍କୁ ବିଜେଡି ପ୍ରାଥୀ କରିଛି । ଆଉ ପ୍ରାର୍ଥୀ ପତ୍ର ଘୋଷଣା ହେବା ପରେ ଆଜି ସୁନ୍ଦରଗଡରେ ଆସି ପହଞ୍ଚିିଛନ୍ତି ଦିଲ୍ଲୀପ । ଆଜି ପବିତ୍ର ଗୁଡଫ୍ରାଇଡେ ହୋଇଥିବାରୁ ସୁନ୍ଦରଗଡ ମିସନ ରୋଡ ଚର୍ଚ୍ଚରେ ସେ ପ୍ରଭୂ ଯୀଶୁଙ୍କ ପାଖରେ ପ୍ରାର୍ଥନା କରିବା ପରେ ପ୍ରଚାର ଆରମ୍ଭ କରିଛନ୍ତି ।ସୁନ୍ଦରଗଡବାସୀଙ୍କ ଭରସା ଓ ଆଶୀର୍ବାଦ ପ୍ରତି ସେ କୃତଜ୍ଞତା ଜଣାଇଛନ୍ତି । ସବୁବେଳେ ସୁନ୍ଦରଗଡବାସୀଙ୍କ ଶୁଭେଚ୍ଛା ଓ ଆଶୀର୍ବାଦ ତାଙ୍କ ଉପରେ ରହିଆସିଛି । ଆଗକୁ ସେମାନଙ୍କର ଏହି ଆଶୀର୍ବାଦ ମଧ୍ୟ ତାଙ୍କୁ ବିଜୟୀ କରିବ ବୋଲି ସେ ଦୃଢତା ପ୍ରକାଶ କରିଛନ୍ତି । ଏହାସହ ଶିକ୍ଷା ଓ କ୍ରୀଡା କ୍ଷେତ୍ରରେ ଜିଲ୍ଲାକୁ ଆହୁରି ଆଗେଇ ନେବେ ବୋଲି କହିଛନ୍ତି ଦିଲ୍ଲୀପ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ