Sunday, October 4, 2026
21.8 C
Odisha

    ନିର୍ମଳା ସୀତାରମଣ, ବିଜୟ ରୂପାନୀ ମହାରାଷ୍ଟ୍ର ପାଇଁ ବିଜେପିର ପର୍ଯ୍ୟବେକ୍ଷକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ମହାରାଷ୍ଟ୍ର ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ମହାରାଷ୍ଟ୍ରରେ ଦଳର ବିଧାୟକ ଦଳ ନେତା ଚୟନ ପାଇଁ ଏହି ଦୁଇ ନେତାଙ୍କୁ ନିଯୁକ୍ତ କରାଯାଇଛି। ଡିସେମ୍ବର ୪ତାରିଖରେ ମହାରାଷ୍ଟ୍ରରେ ବିଜେପି ବିଧାୟକ ଦଳ ବୈଠକ ବସିବ। ବିଧାୟକ ଦଳ ବୈଠକରେ ନେତା ଚୟନ କରାଯିବ ଏବଂ ଏହା ପରେ ସରକାର ଗଠନ ପାଇଁ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ବିଜୟ ରୁପାନି ଏବେ ପଂଜାବରେ ବିଜେପିର ପ୍ରଭାରୀ ଅଛନ୍ତି।

    ମହାରାଷ୍ଟ୍ରରେ ଉଭୟ ବିଜେପି ସହଯୋଗୀ ଏନସିପି ଓ ଶିବସେନା ବିଧାୟକ ଦଳ ବୈଠକ କରି ନେତା ଚୟନ କରିଛନ୍ତି। ନିକଟରେ ଏନସିପି ଅଜିତ ପାୱାରଙ୍କୁ ଏବଂ ଶିବସେନା ଏକନାଥ ସିନ୍ଦେଙ୍କୁ ଏହାର ନେତା ଭାବେ ନିର୍ବାଚିତ କରିଥିଲା। କିନ୍ତୁ ବିଜେପିରେ ଏହି ପ୍ରକ୍ରିୟା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ।

    ବିଜେପି ବିଧାୟକ ଦଳ ବୈଠକରେ ଯେଉଁ ନେତାଙ୍କ ନାମ ଅନୁମୋଦନ ହେବ ତାଙ୍କ ନେତୃତ୍ୱରେ ବିଜେପି ମହାରାଷ୍ଟ୍ରରେ ମହାୟୁତି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବ। ମହାଯୁତିରେ ବିଜେପି ସବୁଠାରୁ ବଡ଼ ଦଳ। ବିଜେପିର ନେତା କିଏ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦେବେନ୍ଦ୍ର ଫଡନାଭିସ ଏହି ଦୌଡ଼ରେ ଆଗୁଆ ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.8 ° C
    21.8 °
    21.8 °
    75 %
    1.3kmh
    1 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ