Sunday, October 4, 2026
21.8 C
Odisha

    ପୁଲିସ୍‌ ସହ ମୁହାଁମୁହିଁ ପରେ ସମ୍ଭଲ ଅଭିମୁଖେ ଯାତ୍ରାକୁ ଘୁଞ୍ଚାଇଲା କଂଗ୍ରେସ

    ଆଗକୁ ପଢନ୍ତୁ

    ଲକ୍ଷ୍ନୌ: ଲକ୍ଷ୍ନୌର ଦଳୀୟ କାର୍ଯ୍ୟାଳୟ ବାହାରେ ପୁଲିସ ସହ ମୁହାଁମୁହିଁ ହେବା ପରେ ଉତ୍ତରପ୍ରଦେଶ କଂଗ୍ରେସ ସୋମବାର ସମ୍ଭଲ ଯାତ୍ରାକୁ ବାତିଲ ଘୋଷଣା କରିଛି। ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ପ୍ରଶାସନ ସମ୍ଭଲ ବାହାରେ ଲୋକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଦଳ ପଦଯାତ୍ରାକୁ ସ୍ଥଗିତ ରଖିଛି।ପୁଲିସ ଅବରୋଧକୁ ସାମ୍ନା କରି ରାଜ୍ୟ କଂଗ୍ରେସ ମୁଖ୍ୟ ଅଜୟ ରାୟ କହିଛନ୍ତି ଯେ ଡିସେମ୍ବର ୧୦ ପର୍ଯ୍ୟନ୍ତ ସମ୍ଭଲ ବାହାରେ ଲୋକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବା କାରଣରୁ ପଦଯାତ୍ରା ତା’ପରେ କରାଯିବ।

    ରାୟ କହିଛନ୍ତି, “ଡିସିପି ଏବଂ ଅନ୍ୟ ପୁଲିସ ଅଧିକାରୀ କହିଛନ୍ତି ଯେ ପ୍ରତିବନ୍ଧକ ହଟାଯିବା ପରେ ସେମାନେ ଆମକୁ ଜଣାଇବେ। ଯେଉଁଦିନ ପୁଲିସ ଆମକୁ ସୂଚନା ଦେବ, କଂଗ୍ରେସ ଦଳର ଏକ ପ୍ରତିନିଧି ଦଳ ସମ୍ଭଲ ପରିଦର୍ଶନ କରିବ।”ସୋମବାର ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ କଂଗ୍ରେସ କାର୍ଯ୍ୟାଳୟ ବାହାରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଛି। ରାଜ୍ୟ ୟୁନିଟ୍‌ ମୁଖ୍ୟ ଅଜୟ ରାୟଙ୍କ ନେତୃତ୍ବରେ ସମ୍ଭଲ ଆଡ଼େ ଯାଉଥିବା ଏକ ପ୍ରତିନିଧି ଦଳକୁ ପୁଲିସ୍‌ ରୋକିବାରୁ ଏହି ହିଂସାକାଣ୍ଡ ଉପୁଜିଛି।ସୁରକ୍ଷା କର୍ମୀମାନେ ରାୟଙ୍କ କାରକୁ ଅଫିସ୍ ଫାଟକରେ ଅଟକାଇଥିଲେ।

    ଏହା ପୂର୍ବରୁ ୟୁପି କଂଗ୍ରେସ ମୁଖ୍ୟ କହିଛନ୍ତି ଯେ ପୁଲିସର ଆଦେଶକୁ ଅବମାନନା କରି ସେ ସମ୍ଭଲ ଗସ୍ତ। କରିବେ। ୟୁପି ପୁଲିସ ରାୟଙ୍କୁ ନୋଟିସ ଜାରି କରିବା ପରେ ସମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ଦର୍ଶାଇ ଏହି ପଦକ୍ଷେପ ନିଆଯାଇଛି।ରାୟ କହିଛନ୍ତି, “ସେମାନେ ମୋତେ ଏକ ନୋଟିସ ଦେଇଛନ୍ତି ଏବଂ ଯାତ୍ରା ସ୍ଥଗିତ ରଖିବାକୁ କହିଛନ୍ତି। ପରିସ୍ଥିତିକୁ ବୁଝି ଆମେ ଶାନ୍ତିପୂର୍ଣ୍ଣ ଭାବେ ଯାତ୍ରା କରିବୁ।’’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.8 ° C
    21.8 °
    21.8 °
    75 %
    1.3kmh
    1 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ