Sunday, October 4, 2026
29.6 C
Odisha

    ପ୍ରତିଥର ବଜେଟ ଉପସ୍ଥାପନା ସମୟରେ ନିର୍ମଳା ସୀତାରମଣ ପିନ୍ଧିଥିବା ଶାଢ଼ିର ରଙ୍ଗ ଦିଏ ଏମିତି ପ୍ରତୀକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କ୍ରମାଗତ ଷଷ୍ଠ ଥର ପାଇଁ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି। ପ୍ରତିଥର ବଜେଟ ଉପସ୍ଥାପନା ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ହସ୍ତତନ୍ତ ଶାଢ଼ି ପିନ୍ଧିଥିବାର ଦେଖିବାକୁ ମିଳିଛି। ଚଳିତଥର ସୀତାରମଣ ବଜେଟ ଉପସ୍ଥାପନ ବେଳେ ହସ୍ତତନ୍ତର ହାଲକା ନୀଳ ରଙ୍ଗର ଶାଢ଼ି ପିନ୍ଧିଛନ୍ତି। ଏହି ଶାଢ଼ି ଉପରେ ଘିଅ ରଙ୍ଗର ଫୁଲ ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ପ୍ରତ୍ୟେକ ରଙ୍ଗର କିଛି ନା କିଛି ପ୍ରତୀକ ରହିଛି।

    ଏହି କ୍ରମରେ ଦେଖିବାକୁ ଗଲେ ୨୦୧୯ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୋଲାପି ରଙ୍ଗର ଶାଢ଼ି ପିନ୍ଧି ବଜେଟ ଉପସ୍ଥାପନା କରିଥିଲେ। ଗୋଲାପି ରଙ୍ଗକୁ ସ୍ଥାୟିତ୍ୱ ଓ ଗମ୍ଭୀରତାର ପ୍ରତୀକ ଭାବରେ ଧରାଯାଇଥାଏ। ବଜେଟ ୨୦୨୦ରେ ଅର୍ଥମନ୍ତ୍ରୀ ହଳଦିଆ ରଙ୍ଗର ଶାଢ଼ି ପିନ୍ଧିଥିଲେ। ହଳଦିଆ ରଙ୍ଗ ଉତ୍ସାହ ଏବଂ ଶକ୍ତିର ପ୍ରତୀକ ଅଟେ।

    ୨୦୨୧ରେ ନିର୍ମଳା ସୀତାରମଣ ଲାଲ ଓ ଘିଅ ରଙ୍ଗର ଶାଢ଼ି ପିନ୍ଧିଥିଲେ। ଏହି ରଙ୍ଗର ମିଶ୍ରଣ ଶକ୍ତି ଏବଂ ନିଷ୍ଠାର ସଙ୍କେତ ଦେଇଥାଏ।

    ସେହିପରି ୨୦୨୨ରେ ନିର୍ମଳା ସୀତାରମଣ ପିନ୍ଧିଥିବା ଖଇରିଆ ରଙ୍ଗର ଶାଢ଼ି ନିରାପତ୍ତାର ସଙ୍କେତ ଦେଇଥିବା ବେ‌ଳେ ୨୦୨୩ରେ ସେ ଗାଢ଼ ନାଲି ଏବଂ କଳା ରଙ୍ଗର ଶାଢ଼ି ପିନ୍ଧିଥିଲେ। ଏହି ରଙ୍ଗକୁ ଉର୍ଜ୍ଜା ଏବଂ ଶକ୍ତିର ପ୍ରତୀକ ଭାବରେ ବିବେଚନା କରାଯାଇଥାଏ । ସେହିପରି ଚଳିତଥର ନିର୍ମଳା ସୀତାରମଣଙ୍କ ନୀଳ ରଙ୍ଗର ଶାଢ଼ି ପିନ୍ଧିଛନ୍ତି। ଏହି ରଙ୍ଗ ଗତିଶୀଳ, ଚଞ୍ଚଳର ପ୍ରତୀକ ଅଟେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ