Saturday, July 27, 2024
24.6 C
Odisha

    ରେଳ ବଜେଟରୁ ଓଡ଼ିଶାକୁ ମିଳିବ ୧୦,୫୩୬ କୋଟି : ବୈଷ୍ଣବ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ୟୁପିଏ ସରକାର ଅମଳରେ ରେଳ ବଜେଟରେ ଓଡ଼ିଶା ପରି ଗୁରୁ୍ତ୍ବପୂର୍ଣ୍ଣ ରାଜ୍ୟକୁ କ୍ରମାଗତଭାବେ ଅବହେଳା କରାଯାଉଥିଲା । କିନ୍ତୁ ମୋଦୀ ସରକାର ଅମଳରେ ଓଡ଼ିଶାରେ ଦ୍ରୁତ ଗତିରେ ରେଳ ବିକାଶ କାମ ଆଗେଇ ଚାଲିଛି ବୋଲି ରେଳମନ୍ତ୍ରୀ ଅଶ୍ବୀନି ବୈଷ୍ଣବ କହିଛନ୍ତି । ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଉପସ୍ଥାପିତ ଅନ୍ତରୀଣ ବଜେଟ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ୟୁପିଏ ସରକାରଙ୍କ ଅମଳରେ ଓଡ଼ିଶାକୁ ରେଳ ବଜେଟରେ ମାତ୍ର ୮୩୮ କୋଟି ଟଙ୍କାର ବ୍ୟୟବରାଦ କରାଯାଉଥିଲା । ଏହି ଅର୍ଥରେ ବର୍ଷକୁ ମାତ୍ର ୫୦ କିଲୋମିଟର ଲାଇନ ବିଛାଯାଉଥିଲା । କିନ୍ତୁ ମୋଦୀଙ୍କ ସରକାର ଅମଳରେ ଗତ ୩ ବର୍ଷ ହେଲା ହାରାହାରି ବର୍ଷକୁ ୧୦ ହଜାର କୋଟି ଓଡ଼ିଶାକୁ ଆସୁଛି । ଚଳିତ ଥର ଓଡ଼ିଶାକୁ ୧୦,୫୩୬ କୋଟି ଟଙ୍କାର ବ୍ୟୟବରାଦ କରାଇଛି । ଏବେ ବର୍ଷକୁ ୪୭୩ କିଲୋମିଟ ନୂଆ ଲାଇନ ବିଛାଯାଉଛି । ଯଦି ରାଜ୍ୟସରକାର ଶୀଘ୍ର ଜମି ଅଧିଗ୍ରହଣ କରନ୍ତି ତେବେ କାମ ଆହୁରି ଦ୍ରୁତ ଗତିରେ ହୋଇପାରନ୍ତା ।
    ସେ କହିଛନ୍ତି ଯେ ଓଡ଼ିଶାର କଟକ-ଭୁବନେଶ୍ବର-ପୁରୀରେ ବନ୍ଦେ ମେଟ୍ରୋ ଚଳାଚଳ କରିବ । ତାପରେ ରାଉରକେଲା-ସମ୍ବଲପୁର-ଝାରସୁଗୁଡ଼ା କିମ୍ବା ତାଳଚେର ଅନୁଗୁଳରେ ଚଳାଚଳ ବିଷୟରେ ବିଚାର କରାଯିବ । ଓଡ଼ିଶାରେ ନୂଆ ପ୍ରକଳ୍ପ ପାଇଁ ୫୨ ହଜାର କୋଟି ବିନିଯୋଗ ହେବ ।

    ସେ କହିଛନ୍ତି ପୂର୍ବରୁ ୟୁପିଏ ସରକାରଙ୍କ ଅମଳରେ ଯିଏ ରେଳ ମନ୍ତ୍ରୀ ହେଉଥିଲା ସେ କେବଳ ନିଜ ରାଜ୍ୟର ବିକାଶ କଥା ଉପରେ ଗୁରୁତ୍ବ ଦେଉଥିଲା । କିନ୍ତୁ ମୋଦୀ ସରକାରଙ୍କ ଅମଳରେ ସବୁ ରାଜ୍ୟ ଉପରେ ଗୁରୁତ୍ବ ଦିଆଯାଉଛି । ସବୁ ରାଜ୍ୟକୁ ବନ୍ଦେ ଭାରତ ଟ୍ରେନ ଆବଣ୍ଟିତ କରାଯାଇଛି । ସେ କହିଛନ୍ତି ଯେ, ୪୦ ହଜାର କିଲୋମିଟର ନୂଆ ରେଳ ନେଟଓ୍ବର୍କ ତିଆରି ହେବ । ଏହା ଜର୍ମାନୀ ଓ ସ୍ବିଜରଲାଣ୍ଡରେ ଥିବା ମୋଟ ରେଳ ନେଟଓ୍ବର୍କଠାରୁ ବି ଅଧିକ । ଅନ୍ୟପକ୍ଷରେ ସାରା ଦେଶରେ ପ୍ରାୟ ୧୩୦୦ ଷ୍ଟେସନ ନିର୍ମାଣ ଚାଲିଛି । ଚଳିତ ବଜେଟରେ ରେଳ ବିଭାଗକୁ ୨ ଲକ୍ଷ ୫୨ ହଜାର କୋଟି ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ