Friday, March 13, 2026
37.6 C
Odisha

    ଆସନ୍ତାକାଲି ସନ୍ଧ୍ୟାରେ ୯ମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର

    ଆଗକୁ ପଢନ୍ତୁ

    ବିହାରରେ ବିଜେପି ଏବଂ ଜେଡିୟୁର ଏକ ନୂତନ ସରକାର ଗଠନ ପାଇଁ ନିଷ୍ପତ୍ତି ହୋଇଛି। ସୂଚନାନୁସାରେ, ରବିବାର ଦିନ ସନ୍ଧ୍ୟା ୪ରୁ ୫ ଟା ମଧ୍ୟରେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏଥିପାଇଁ ରାଜ ଭବନରେ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସିଏମଙ୍କ ସହ ଜେଡିୟୁରୁ ​​୩ ଜଣ ବିଧାୟକ, ବିଜେପିରୁ ୩ ଜଣ ଏବଂ ହମ୍ ପାର୍ଟିର ଜଣ ଶପଥ ଗ୍ରହଣ କରିପାରନ୍ତି ବୋଲି ଜଣାପଡିଛି। ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ସିଏମ୍ ସଚିବାଳୟର ତିନିଜଣ ଅଧିକାରୀ ଶପଥ ଗ୍ରହଣ ସ୍ଥାନ ପରିଦର୍ଶନ କରି ପ୍ରସ୍ତୁତି ଦେଖିଛନ୍ତି। ସୂଚନାନୁସାରେ, ନୀତିଶ କୁମାର ନୂଆ ସରକାରରେ ଉପ ମୁଖ୍ୟମନ୍ତ୍ରୀ ଚାହୁଁ ନାହାଁନ୍ତି। ଏ ସମ୍ପର୍କରେ ବିଜେପି କେଉଁ ନିଷ୍ପତ୍ତି ନେଇଛି ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ପ୍ରକାଶ ପାଇନାହିଁ। ଏସବୁ ପ୍ରସ୍ତୁତି ସତ୍ତ୍ୱେ ନୀତିଶ କୁମାର କିମ୍ବା ବିଜେପି ନୂଆ ସରକାର ଗଠନ ସମ୍ପର୍କରେ କୌଣସ ଘୋଷଣା କରିନଥିଲେ ମଧ୍ୟ ସରକାର ଗଠନକୁ ନେଇ ଉଭୟ ଦଳରେ ଆଭ୍ୟନ୍ତରୀଣ ପ୍ରସ୍ତୁତି ନିଶ୍ଚିତ ଭାବେ ଚାଲିଛି। ଯାହା ଦର୍ଶାଉଛି ଯେ କାଲି ହିଁ ସବୁ ସସ୍‌ପେନ୍ସ ଉପରୁ ପରଦା ଉଠିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.6 ° C
    37.6 °
    37.6 °
    8 %
    3.6kmh
    3 %
    Fri
    38 °
    Sat
    39 °
    Sun
    39 °
    Mon
    39 °
    Tue
    38 °

    ସମ୍ବନ୍ଧିତ