Saturday, April 11, 2026
24 C
Odisha

    ଆଇଏଏସ ସ୍ତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଟେଲିର କୃଷ୍ଣ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଟେଲିଭିଜନର ଲୋକପ୍ରିୟ ଧାରାବାହିକ ‘ମହାଭାରତ’ରେ ଭଗବାନ ଶ୍ରୀକୃଷ୍ଣଙ୍କ ଚରିତ୍ରରେ ଅଭିନୟ କରି ଅଭିନେତା ତଥା ପୂର୍ବତନ ସାଂସଦ ନୀତିଶ ଭରଦ୍ୱାଜ ଚର୍ଚ୍ଚାର ପରିସରକୁ ଆସିଥିଲେ। ଭଗବାନଙ୍କ ଚରିତ୍ରକୁ ଏତେ ନିଖୁଣ ଭାବେ ନୀତିଶ ପରଦାରେ ତୋଳାଇ ପାରିଥିଲେ କି ଦର୍ଶକମାନେ ଆଜି ବି ତାଙ୍କୁ ସାମ୍ନାରେ ଦେଖିଲେ ସମ୍ମାନ କରିବା ସହିତ ପାଦସ୍ପର୍ଶ କରି ପ୍ରଣାମ ଜଣାଇଥାଆନ୍ତି। ଇତିମଧ୍ୟରେ ନୀତିଶ ତାଙ୍କ ପତ୍ନୀଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯେ‌ୋଗ ଆଣିଛନ୍ତି। ସ୍ତ୍ରୀ ଦ୍ବାରା ସେ ମାନସିକ ନିର୍ଯାତନାର ଶିକାର ହେଉଥିବା ନେଇ ଭୋପାଳ ପୁଲିସ କମିଶନରଙ୍କ ନିକଟରେ ଏକ ମାମଲା ରୁଜୁ କରିଛନ୍ତି । ସୂଚନା ମୁତାବକ, ନୀତିଶ ଭରଦ୍ୱାଜ ଭୋପାଳ ପୁଲିସ କମିଶନର ହରିନାରାୟଣ ମିଶ୍ରାଙ୍କୁ ମେଲ୍ କରି ଅଭିଯୋଗ କରି କହିଛନ୍ତି କି, ‘ମୋର ଆଇଏଏସ ପତ୍ନୀ ସ୍ମିତା ଭରଦ୍ୱାଜ ମୋତେ ମାନସିକ ନିର୍ଯାତନା ଦେବା ସହ ମୋର ଦୁଇ ଜାଆଁଳା ଝିଅଙ୍କୁ ଦେଖା କରିବାକୁ ଦେଉନାହାଁନ୍ତି। ମୋର ସମସ୍ତ ନମ୍ବରକୁ ବ୍ଳକ କରି ରଖି ଦେଇଛନ୍ତି। ଛୁଆଙ୍କ କଥା ବହୁତ ମନେ ପଡ଼ୁଛି, ତାଙ୍କୁ ‌ଦେଖିବାକୁ ବହୁତ ଇଚ୍ଛା ହେଉଛି। ମୋତେ ସାହାଯ୍ୟ କରନ୍ତୁ ଆଜ୍ଞା। ମୋ ଛୁଅ ସହିତ ମୋର କଥା ଓ ଭେଟ କରାଇ ଦିଅନ୍ତୁ।’

    ନୀତିଶ ୨୦୦୯ ମାର୍ଚ୍ଚ ୧୪ରେ ସେ ମଧ୍ୟପ୍ରଦେଶ କ୍ୟାଡରର ଆଇଏଏସ୍ ସ୍ମିତାଙ୍କୁ ବିବାହ କରିଥିଲେ । ନୀତିଶ ଓ ସ୍ମିତାଙ୍କର ଦୁଇ ଜାଆଁଳା ଝିଅ ଅଛନ୍ତି। ଯାହାଙ୍କୁ ଏବେ ୧୧ ବର୍ଷ ହେଲାଣି । କିନ୍ତୁ କ୍ରମଶଃ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବାରୁ ଛାଡପତ୍ର ପାଇଁ ନୀତିଶ ୨୦୧୯ରେ ଫ୍ୟାମିଲି କୋର୍ଟରେ ଆବେଦନ କରିଥିଲେ, ଯାହାର କୌଣସି ସମାଧାନ ଏବେ ଯାଏଁ ହୋଇ ପାରିନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24 ° C
    24 °
    24 °
    48 %
    1.4kmh
    0 %
    Sat
    38 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ