Sunday, October 4, 2026
29.6 C
Odisha

    ନୀତୀଶ ହାତଯୋଡ଼ି ଇଞ୍ଜିନିୟରଙ୍କୁ କହିଲେ, ଯଦି କହିବେ ଆପଣଙ୍କର ଗୋଡ଼ ଧରିବି…

    ଆଗକୁ ପଢନ୍ତୁ

    ପାଟନା: ବିହାର ସିଏମ ନୀତୀଶ କୁମାରଙ୍କ ଏକ ଭିଡିଓ ସମ୍ପ୍ରତି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେହି ଭିଡିଓରେ ନୀତୀଶ କୁମାର ଜଣେ ଇଞ୍ଜିନିୟରଙ୍କୁ ହାତଯୋଡ଼ି କହୁଛନ୍ତି ଯଦି କହିବ ତେବେ ଆପଣଙ୍କର ଗୋଡ଼ ଧରିବି। ଏହା କହି ନୀତୀଶ କୁମାର ଆଗକୁ ବଢ଼ିବାକୁ ଲାଗିଲେ, ଏହା ପରେ ଇଞ୍ଜିନିୟର ପଛକୁ ଯାଇ ତାଙ୍କୁ ତାହା ନ କରିବାକୁ ଅନୁରୋଧ କରୁଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି।
    ବାସ୍ତବରେ ନୀତୀଶ କୁମାର ବିହାରର ରାଜଧାନୀ ପାଟନାରେ ଜେପି ଗଙ୍ଗା ପଥର ଗାୟ ଘାଟରୁ କଙ୍ଗନ ଘାଟ ପର୍ଯ୍ୟନ୍ତ ନିର୍ମିତ୩.୪ କିଲୋମିଟର ଲମ୍ବ ବ୍ରିଜକୁ ଲୋକାର୍ପଣ କରିଥିଲେ। ଏହା ଥିଲା ଜେପି ଗଙ୍ଗା ପଥର ତୃତୀୟ ପର୍ଯ୍ୟାୟର ଲୋକାର୍ପଣ ସମାରୋହ । ଦିଘା ଏବଂ ଦିଦାରଗଞ୍ଜ ମଧ୍ୟରେ ଗଙ୍ଗା ଉପରେ ୨୧.୫ କିଲୋମିଟର ଲମ୍ବା ବ୍ରିଜ୍ ନିର୍ମାଣ କରାଯାଉଛି ଯାହାକୁ ଜେପି ଗଙ୍ଗା ପଥ କୁହାଯାଉଛି। ରିପୋର୍ଟ ଅନୁଯାୟୀ, ଏହି ପ୍ରକଳ୍ପର କାର୍ଯ୍ୟରେ ବିଳମ୍ବ ଯୋଗୁ ନୀତୀଶ କୁମାର ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ଇଞ୍ଜିନିୟରମାନଙ୍କୁ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରୁଥିବା ବେଳେ ସେ କହିଥିଲେ। ଏହା ସହିତ କହିଥିଲେ ଯେ ଯଦି ଆପଣ କହିବେ ମୁଁ ଆପଣଙ୍କ ଗୋଡ଼ ଧରିବି, କିନ୍ତୁ ଏହାକୁ ଶୀଘ୍ର ନିର୍ମାଣ କରନ୍ତୁ।

    ପ୍ରକାଶ ଥାଉକି, ନୀତୀଶ କୁମାରଙ୍କଠାରୁ ଏହା ଶୁଣିବା ପରେ ଜେପି ଗଙ୍ଗା ପଥର ପ୍ରୋଜେକ୍ଟ ମ୍ୟାନେଜର ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ସଙ୍ଗେ ସଙ୍ଗେ ପଛକୁ ଯାଇ କହିଲେ – ନା ସାର୍, ଏହା କରନ୍ତୁ ନାହିଁ ।
    ଯଦିଓ ଏହା ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ ନୀତୀଶ କୁମାର ଜଣେ ଆଇଏଏସ୍ ଅଧିକାରୀଙ୍କୁ ରାଜସ୍ୱ ଏବଂ ଜମି ସଂସ୍କାର ବିଭାଗର ଏକ କାର୍ଯ୍ୟକ୍ରମରେ ଶୀଘ୍ର କାର୍ଯ୍ୟ କରିବାକୁ କହିଥିଲେ। ଏହା ସହିତ ହାତଯୋଡ଼ି କହିଥିଲେ ଯେ ଆପଣଙ୍କ ଆଗରେ ହାତଯୋଡ଼ି କହୁଛି ଦୟାକରି ଏହି କାମ ଶୀଘ୍ର କରନ୍ତୁ।

    ସୂଚନାଯୋଗ୍ୟ,ଜେପି ଗଙ୍ଗା ପଥ ନୀତୀଶ କୁମାରଙ୍କର ଏକ ଉଚ୍ଚାଭିଳାଷୀ ପ୍ରକଳ୍ପ ଏବଂ ଏହା ସହିତ ପାଟଣାର ଲୋକମାନେ ଚିରଦିନ ପାଇଁ ଭିଡ଼ରୁ ମୁକ୍ତି ପାଇବେ। ଏହି କାର୍ଯ୍ୟକ୍ରମରେ ବିଜେପିର ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ଏବଂ ସମ୍ରାଟ ଚୌଧୁରୀଙ୍କ ସହିତ ରବି ଶଙ୍କର ପ୍ରସାଦ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ