Wednesday, October 14, 2026
28.9 C
Odisha

    ମାତ୍ର ୩ ମିନିଟ ପାଇଁ କଟିଲା ୩ ଲକ୍ଷର ଚାଲାଣ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବର୍ତ୍ତମାନ ପାର୍କିଂ ଏକ ବଡ଼ ସମସ୍ୟା ପାଲଟିଛି। ଏମିତିରେ ଅନେକେ ତରବର ହେଉଥିଲେ ‘ନୋ ପାର୍କିଂ’ ସ୍ଥାନରେ ଗାଡ଼ି ରଖିଦେଇଥାନ୍ତି। ଫଳରେ ମୋଟା ଅଙ୍କର ଚାଲାଣ ଦେବାକୁ ପଡ଼ିଥାଏ। ଠିକ୍‌ ଏଭଳି ଏକ ମାମଲା ଚର୍ଚ୍ଚାରେ ରହିଛି। ଏଥିରେ ଜଣେ ଉବର ଡ୍ରାଇଭର ବିମାନବନ୍ଦରରେ ଯାତ୍ରୀଙ୍କୁ ଛାଡ଼ିବାକୁ ଯାଇ ୩ ହଜାର ପାଉଣ୍ଡ(୩ ଲକ୍ଷ)ରୁ ଅଧିକ ଚାଲାଣ ପୈଠ କରିଛନ୍ତି। ମାମଲା ଇଂଲଣ୍ଡର ମାଞ୍ଚେଷ୍ଟରର। ମାର୍କ କୋନର ନାମକ ଉବର ଡ୍ରାଇଭର ଡିସେମ୍ବର ୧ରେ କିଛି ଯାତ୍ରୀଙ୍କୁ ଲିଭରପୁଲରୁ ମାଞ୍ଚେଷ୍ଟର ବିମାନବନ୍ଦର ଯାଏ ନେଇଥିଲେ। ସେଠାରେ ସେ ଡ୍ରପ୍‌ ଅଫ୍‌ ଜୋନରେ ଗାଡ଼ି ପାର୍କ କରିଦେଇଥିଲେ। ସାଧାରଣତଃ ଏଠାରେ ୫ ମିନିଟ ଯାଏ ରହିଲେ ଚାଳକଙ୍କୁ ୫ ପାଉଣ୍ଡ ଶୁଳ୍କ ଆଦାୟ କରାଯାଏ। ହେଲେ ଉକ୍ତ ବ୍ୟକ୍ତିଙ୍କଠାରୁ ଏତେ ଟଙ୍କା ନେଇଯାଇଥିଲେ ଯାହା ସେ ମାସକରେ ବି ସେ ରୋଜଗାର କରୁ ନ ଥିଲେ। ସୂଚନାଯୋଗ୍ୟ , ମାର୍କଙ୍କୁ ପ୍ରଥମେ ଏତେ ଟଙ୍କାର ଚାଲାଣ କଟିଛି ବୋଲି ଜଣାପଡ଼ି ନ ଥିଲା। ପରେ ସେ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବା ସମୟରେ ବିମାନବନ୍ଦରରେ ୩ ମିନିଟ ରହିବାକୁ ତାଙ୍କଠାରୁ ୩,୧୩୨ ପାଉଣ୍ଡ ଅର୍ଥାତ ପ୍ରାୟ ୩ ଲକ୍ଷ ୩୦ ହଜାର ଟଙ୍କା ଆଦାୟ କରାଯାଇଥିଲା। ଏହାର ଅର୍ଥ ମାର୍କ ଯେଉଁଠି ଅଟକିଥିଲେ ତାହା ଦୁନିଆର ସବୁଠାରୁ ମହଙ୍ଗା ପାର୍କିଂ ସ୍ଥାନ ଥିଲା। ସେ ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ ହେଁ ଏଯାବତ ତାଙ୍କର ଟଙ୍କା ଫେରସ୍ତ ମିଳିନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.9 ° C
    28.9 °
    28.9 °
    61 %
    2.6kmh
    91 %
    Wed
    29 °
    Thu
    30 °
    Fri
    30 °
    Sat
    31 °
    Sun
    30 °

    ସମ୍ବନ୍ଧିତ