Thursday, April 9, 2026
25.9 C
Odisha

    କେଜ୍ରିୱାଲ୍‌ଙ୍କୁ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପରାମର୍ଶ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀର ମଦ ନୀତି ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ତାଙ୍କ ଜାମିନ ଆବେଦନ ଉପରେ ଅପେକ୍ଷା କରିବାକୁ କହିଛନ୍ତି। ଗତ ସପ୍ତାହରେ ଏକ ନିମ୍ନ ଅଦାଲତ ତାଙ୍କୁ ଜାମିନ୍ ପ୍ରଦାନ କରିଥିବା ବେ‌ଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାହା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଦିଲ୍ଲୀ ହାଇକୋର୍ଟ ମାମଲାର ଶୁଣାଣି କରି ଜାମିନ୍‌ ଉପରେ ରୋକ ‌ଲାଗାଇବା ପରେ ସର୍ବୋଚ୍ଚ ନ୍ୟାୟାଳୟ ଯାଇଥିଲେ କେଜ୍ରିୱାଲ୍‌। ଏବେ ସର୍ବୋଚ୍ଚ ନ୍ୟାୟାଳୟ ବି ‘ଅପେକ୍ଷା କର ଓ ଦେଖ’ ବୋଲି କହିବା ପରେ ତାଙ୍କୁ ଜାମିନ୍‌ ମିଳିବାର ସମସ୍ତ ରାସ୍ତା ବନ୍ଦ ହୋଇଯିବା ପରି ମନେହେଉଛି। ଜଷ୍ଟିସ ମନୋଜ ମିଶ୍ର ଏବଂ ଏସ.ଭି ଭଟ୍ଟୀଙ୍କୁ ନେଇ ଏକ ଖଣ୍ଡପୀଠକୁ ପ୍ରତିନିଧିତ୍ୱ କରିଥିଲେ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ ଏବଂ ବିକ୍ରମ ‌ଚୌଧୁରୀ। ଅତିରିକ୍ତ ସଲିସିଟର ଜେନେରାଲ ରାଜୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଉପସ୍ଥିତ ରହିଥିଲେ।

    ଚୂଡ଼ାନ୍ତ ଶୁଣାଣୀ ଶୀଘ୍ର ହେବ ବୋଲି କହିବା ସହ ଓକିଲ ଅଭିଷେକ ମନୁ ସିଂଘଭୀ ଧୈର୍ଯ୍ୟର ସହ ଅପେକ୍ଷା କରିବାକ ପରାମର୍ଶ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.9 ° C
    25.9 °
    25.9 °
    57 %
    0.6kmh
    100 %
    Thu
    37 °
    Fri
    37 °
    Sat
    38 °
    Sun
    41 °
    Mon
    42 °

    ସମ୍ବନ୍ଧିତ