Tuesday, September 29, 2026
23.2 C
Odisha

    ରାସ୍ତା ଦେଖିନି ସୁନ୍ଦରଗଡ଼ ଜିଲ୍ଲାର ୧୬୦ ଗାଁ

    ଆଗକୁ ପଢନ୍ତୁ

    ରାଉରକେଲା: ଗାଁ/ପଡ଼ାକୁ ସଂଯୋଗୀକରଣ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକାଧିକ ଯୋଜନା କାର୍ଯ୍ୟକାରୀ ହେଉଛି। ଗ୍ରାମବାସୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ରାସ୍ତା ନିର୍ମାଣକୁ ପ୍ରାଥମିକତା ଦିଆଯାଉଥିବା କହାଯାଉଛି। ତେବେ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାକୁ ଦେଖିଲେ, ଚିତ୍ର କିନ୍ତୁ ଭିନ୍ନ। ଏଯାବତ୍‌ ଜିଲ୍ଲାର ୧୬୦ ଗାଁ/ପଡ଼ାକୁ ରାସ୍ତା ଖଣ୍ଡିଏ ନିର୍ମାଣ ହୋଇପାରିଲାନି। ଫଳରେ ମୋଟ୍‌ ୨୮,୧୨୫ ଜଣ ଗ୍ରାମବାସୀ ବହୁବିଧ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ପଶିନପାରି ରୋଗୀ, ପ୍ରସୂତି ଖଟିଆରେ ବୁହାହେବା ଭଳି ଘଟଣା ନିୟମିତ ବ୍ୟବଧାନରେ ଘଟୁଛି।

    ଗ୍ରାମ୍ୟ ନିର୍ମାଣ ବିଭାଜନ ମାଧ୍ୟମରେ ବିଭିନ୍ନ ଯୋଜନାରେ ଗାଁକୁ ରାସ୍ତା ନିର୍ମାଣ କରାଯାଇଥାଏ। କିନ୍ତୁ ଚିରାଚରିତ ବିଭାଗୀୟ ଅବହେଳା ଯୋଗୁଁ ରାସ୍ତା ପାଇବାରୁ ଗ୍ରାମବାସୀ ବଞ୍ଚିତ ହେଉଛନ୍ତି। ରାଉରକେଲା ଗ୍ରାମ୍ୟ ନିର୍ମାଣ ବିଭାଜନ ଅନ୍ତର୍ଗତ ୫ଟି ବ୍ଲକର ୯୫ଟି ଗାଁ/ପଡ଼ା ଓ ସୁନ୍ଦରଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଜନ ଅନ୍ତର୍ଗତ ୬୫ଟି ଗାଁ/ପଡ଼ାକୁ ରାସ୍ତା ନାହିଁ। ଏଥିମଧ୍ୟରୁ ଗୁରୁଣ୍ଡିଆ ବ୍ଲକରେ ସର୍ବାଧିକ ୩୪ଟି ଗାଁ/ପଡ଼ାକୁ ରାସ୍ତା ନଥିବାବେଳେ ବଣାଇ ବ୍ଲକର ୨୨, କୋଇଡ଼ାର ୧୦, କୁଆରମୁଣ୍ଡାର ୬, ଲହୁଣୀପଡ଼ାର ୨୩, ବାଲିଶଙ୍କରାର ୨୧, ବଡ଼ଗାଁର ୨, ହେମଗିରର ୧, କୁତ୍ରାର ୫, ଲେଫ୍ରିପଡ଼ାର ୧୬, ରାଜଗାଙ୍ଗପୁରର ୧, ସବଡେଗାର ୧୨, ଟାଙ୍ଗରପାଲିର ୬ ଓ ସୁନ୍ଦରଗଡ଼ ସଦର ବ୍ଲକର ୧ଟି ଗାଁକୁ ରାସ୍ତା ସଂଯୋଗ ହୋଇପାରିନାହିଁ।

    ଉଲ୍ଲେଖଯୋଗ୍ୟ, ଉଭୟ ରାଉରକେଲା ଓ ସୁନ୍ଦରଗଡ଼ ଡିଭିଜନ ଅନ୍ତର୍ଗତ ଏହି ୧୬୦ଟି ଗାଁ/ପଡ଼ାରେ ମୋଟ୍‌ ୨୮,୧୨୫ ଜଣ ବସବାସ କରୁଛନ୍ତି। ଏଥିମଧ୍ୟରୁ ରାଉରକେଲା ଡିଭିଜନରେ ୧୫,୮୫୮ ଜଣ ଓ ସୁନ୍ଦରଗଡ଼ ଡିଭିଜନରେ ୧୨,୨୬୭ ଜଣଙ୍କ ଭାଗ୍ୟରେ ରାସ୍ତା ଖଣ୍ଡିଏ ଜୁଟିପାରିଲାନି। ରୋଗୀ/ପ୍ରସୂତିଙ୍କୁ କାନ୍ଧରେ ବୋହି ଡାକ୍ତରଖାନାକୁ ଅଣାଯାଉଛି। ଛୋଟଛୋଟ ପିଲା ନାଳନର୍ଦ୍ଦମା ଧାନବିଲ ଅତିକ୍ରମ କରି ସ୍କୁଲକୁ ଯାଉଛନ୍ତି। ଦୀର୍ଘଦିନ ହେଲା ଏହି ସମସ୍ୟାର ସମାଧାନ ପୂର୍ବକ ରାସ୍ତା ନିର୍ମାଣ କରାଯାଉନଥିବାରୁ ଗ୍ରାମବାସୀ ଯାବତୀୟ ସମସ୍ୟାରେ ଘାଣ୍ଟି ହେଉଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    87 %
    1.3kmh
    4 %
    Mon
    23 °
    Tue
    30 °
    Wed
    30 °
    Thu
    29 °
    Fri
    30 °

    ସମ୍ବନ୍ଧିତ