Saturday, July 25, 2026
24.6 C
Odisha

    ପ୍ରେମିକ ଧୋକ୍କା ଦେଲା: ବିଷ ପିଇଲେ ଯୁବତୀ

    ଆଗକୁ ପଢନ୍ତୁ

    ବୈପାରିଗୁଡ଼ା: ଅଲଗା ଜାତିର ଯୁବକଙ୍କ ସହ ପ୍ରେମ ସମ୍ପର୍କ ରଖିବା ହେଲା କାଳ। ବିବାହର ପ୍ରତିଶ୍ରୁତି ଦେଇଥିଲେ ଯୁବକ। କିନ୍ତୁ ପ୍ରତାରଣ କଲେ। ଫଳରେ ଯୁବତୀ ଜଣକ ନିର୍ଯାତନାର ଶିକାର ହୋଇ ଶେଷରେ ବିଷ ପିଇ ଜୀବନ ହାରିଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ମୃତ୍ୟୁ ପରେ ପରିବାର, ସମାଜର ଲୋକେ ଓ ଜାତିଭାଇମାନେ ଯୁବତୀଙ୍କ ମୃତଦେହ ଛୁଉଁ ନାହାନ୍ତି। ଶନିବାର ସକାଳ ଠାରୁ ଆଜି ଦୁଇ ଦିନ ହୋଇଗଲା ଶବ ସେମିତି ପଡ଼ି ରହିଛି। ଅନ୍ତିମ ସଂସ୍କାର ହୋଇପାରୁ ନାହିଁ। ଏହି ପ୍ରେମ ସମ୍ପର୍କର ଏକ ଦୁଃଖଦ ଘଟଣା ‌କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ କଳାପଡା ଗ୍ରାମରେ ଦେଖିବାକୁ ମିଳିଛି।

    କିଛି ଦିନ ପୂର୍ବରୁ ଦେବକୀଙ୍କ ପାଇଁ ଅନ୍ୟ ଜାଗାରୁ ଏକ ବିବାହ ପ୍ରସ୍ତାବ ଆସିଥିଲା। ଏହି ବିବାହ ପ୍ରସ୍ତାବ ଆସିଥିବା ନେଇ ଦେବକୀ ନିଜ ପ୍ରେମିକ ଜଗାଙ୍କୁ ଜଣେଇବା ସହ ତୁରନ୍ତ କିଛି ସମାଧାନ କରିବା ପାଇଁ ମଧ୍ୟ କହିଥିଲେ। ଦୁହେଁ ଶୀଘ୍ର ବିବାହ କରିନେବା ବୋଲି ମଧ୍ୟ ଗୁହାରି କରିଥିଲେ। କିନ୍ତୁ ଦେବକୀଙ୍କ ସହ ବାହା ହେଇ ପାରିବି ନାହିଁ ବୋଲି ଜଗା ସିଧାସିଧା ମନା କରି ଦେଇଥିଲେ। ଫଳରେ ଦେବକୀ ଭାଙ୍ଗି ପଡ଼ିଥିଲେ। ସେ ଗତ ୪ ତାରିଖ ଦିନ କୀଟନାଶକ ଓାୖଷଧ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଦେବକୀଙ୍କ ଚିକିତ୍ସା ଚାଲିଥିବା ବେଳେ ଶନିବାର ସକାଳ ୬ଟା ବେଳେ ମୃତ୍ୟୁ ହୋଇଯାଇଥିଲା। ଶବ ବ୍ୟବଚ୍ଛେଦ ପରେ କଳାପଡ଼ା ଗ୍ରାମକୁ ଶବ ଅଣାଯାଇଥିଲା ବୋଲି ପରିବାର ଲୋକେ କହିଛନ୍ତି।।

    ସୂଚନାଯୋଗ୍ୟ, ଦେବକୀ ଜଣେ ଭୁମିଆ ସମାଜର ଝିଅ ଥିଲେ। ସେ ଅନ୍ୟ ଜାତିର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରଖିଥିବାରୁ ଲୋକେ ଶବକୁ ଛୁଇଁବା ପାଇଁ ବାରଣ କରିଥିଲେ। ଅନ୍ୟ ଜାତିର ଯୁବକ ହୋଇଥିବାରୁ ତାକୁ ପୁଲିସ ଗିରଫ କରିବା ସହ ଦଣ୍ଡ ଦିଆଗଲେ ହିଁ ଶବ ଦାହ କରାଯିବ ଏବଂ ଜାତିରେ ମିଶିବେ ବୋଲି ଗ୍ରାମବାସୀ ଜିଦ୍ ଧରିଛନ୍ତି। ଅନ୍ୟପଟରେ ପୁଲିସ ଫେରାର ଅଭିଯୁକ୍ତକୁ ଗିରଫ କରିବା ପାଇଁ ଛାନ୍‌ଭିନ୍‌ ଚଳାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.6 ° C
    24.6 °
    24.6 °
    96 %
    2kmh
    100 %
    Sat
    25 °
    Sun
    29 °
    Mon
    24 °
    Tue
    24 °
    Wed
    24 °

    ସମ୍ବନ୍ଧିତ