Saturday, July 27, 2024
24.6 C
Odisha

    ଆରମ୍ଭ ହେଲା ପାର୍ଲାମେଣ୍ଟ ମାର୍ଚ୍ଚ , ଦିଲ୍ଲୀର ସମସ୍ତ ସୀମା ସିଲ କଲା ପୋଲିସ

    ଆଗକୁ ପଢନ୍ତୁ

    କିଛି ଦିନର ନୀରବତା ପରେ ପୁଣି ମୁଣ୍ଡଟେକିଛି ଚାଷୀ ଆନ୍ଦୋଳନ । ସଂଯୁକ୍ତ କିଷାନ ମୋର୍ଚ୍ଚା ନେତୃ୍ତ୍ୱରେ ଆଜି ନୋଏଡା ଓ ଗ୍ରେଟର ନୋଏଡାର ହଜାର ହଜାର ଚାଷୀ ପାଲ୍ୟାମେଣ୍ଟ ମାର୍ଚ୍ଚରେ ବାହାରିଛନ୍ତି । ଏହାକୁ ନଜରରେ ରଖି ଦିଲ୍ଲୀ ପୋଲିସ ସମସ୍ତ ସୀମା ବନ୍ଦ କରିଛି । କୃଷକମାନେ ବିଭିନ୍ନ ଦାବି ନେଇ ଏହି ମାର୍ଚ୍ଚ ଆରମ୍ଭ କରିଛନ୍ତି । ସେମାନଙ୍କ ଅଭିଯୋଗ ରହିଛି କି ଜନତାଙ୍କ ପ୍ରତିନିଧୀ ସେମାନଙ୍କ ଅଭିଯୋଗ ଶୁଣୁଛନ୍ତି, ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି । ଏହାସହ ପୂର୍ବ କୃଷକ ଆନ୍ଦୋଳନ ବେଳେ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ନହେବାରୁ ଏହା ବିରୋଧରେ ସରକାରଙ୍କୁ ଜଣାଇବାକୁ ଏହି ରାଲି କରୁଥିବା କହିଛନ୍ତି । ଏବେ କୃଷକମାନେ ଦଳିତ ପ୍ରେରଣା ସ୍ଥଳରେ ପହଂଚିଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଛି । ପୋଲିସ ଏହି ରାସ୍ତାକୁ ଟ୍ରକ ଓ ବ୍ୟାରିକେଡ ମାଧ୍ୟମରେ ବନ୍ଦ କରିଛି । ଧାରଣାରେ ବସିଥିବା କୃଷକମାନେ ଅଭିଯୋଗ କରିଛନ୍ତି କି, ସରକାରଙ୍କ ତରଫରୁ ସେମାନଙ୍କୁ ବାରମ୍ବାର ଧୋକ୍କା ଦିଆଯାଉଛି । ସରକାର ସେମାନଙ୍କୁ ଯେଉଁ ଆଶ୍ୱାସନା ଦେଉଛନ୍ତି ତାହା କେବେ ବି ପୂରଣ କରୁନାହାଁନ୍ତି । ସରକାର ସେମାନଙ୍କ ଦାବି ଶୁଣୁ ନଥିବାରୁ ସେମାନେ ଅନେକ ଦିନ ହେବ ଧାରଣାରେ ବସିଛନ୍ତି ଓ ଏବେ ପାଲ୍ୟାମେଣ୍ଟ ମାର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ