Sunday, October 4, 2026
24.3 C
Odisha

    ମାଟ୍ରିକ ପରୀକ୍ଷା ଟିପ୍ସ । କେମିତି ଲେଖିବେ ବିଜ୍ଞାନ ପେପର?

    ଆଗକୁ ପଢନ୍ତୁ

    ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଟି ବିଷୟବସ୍ତୁ ବେଶ୍ କଷ୍ଟକର ଥାଏ । ପ୍ରଥମଟି ଗଣିତ ଓ ଅନ୍ୟଟି ହେଉଛି ବିଜ୍ଞାନ । ଯେପରି ଭୌତିକ ବିଜ୍ଞାନରେ ଯେପରି ଗଣିତ ଭଳି ସୂତ୍ର ମନେ ରଖିବାକୁ ପଡ଼ିଥାଏ । ଜୀବ ବିଜ୍ଞାନ ବା ପ୍ରାଣୀ ବିଜ୍ଞାନରେ କିନ୍ତୁ ସୂତ୍ର ମନେ ରଖିବାକୁ ପଡ଼ିନଥାଏ । ଉଭୟ ଭୌତିକ ବିଜ୍ଞାନ ଓ ଜୀବ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ କଷ୍ଟକର ହୋଇଥାଏ । ଉଭୟ ପେପର ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଥିବାରୁ କିପରି ପ୍ରସ୍ତୁତି କରିବେ, ସମସ୍ତଙ୍କର ଚିନ୍ତା ରହିଥାଏ । ତେବେ ଜୀବ ବିଜ୍ଞାନ ବିଷୟର ପ୍ରଶ୍ନ ଗୁଡିକର ଉତ୍ତର ଦେବା ବେଳେ ଛାତ୍ରଛାତ୍ରୀ କେଉଁ ସବୁ ଦିଗ ଉପରେ ଗୁରୁତ୍ୱ ଦେବେ? କେଉଁ ପ୍ରଶ୍ନ ଉତ୍ତର ପ୍ରଥମେ ଲେଖିବେ, କେମିତି ପରୀକ୍ଷାରେ ଭଲ କରିବେ, ସେ ନେଇ ସରଳ ସୂତ୍ର ବତାଇଛନ୍ତି ଅଭିଜ୍ଞ ଶିକ୍ଷକ ।

    ପ୍ରଶ୍ନ ପତ୍ରକୁ ଭଲ ଭାବରେ ପଢନ୍ତୁ
    ସିଲାବସ୍ ଅନୁଯାୟୀ ପାଠକୁ ଆଉ ଥରେ ଭଲଭାବେ ରିଭିଜନ କରନ୍ତୁ
    ବିନା ଚାପରେ ପରୀକ୍ଷା ହଲକୁ ଯାଆନ୍ତୁ
    ପ୍ରଶ୍ନପତ୍ର ପାଇବା ପରେ ପ୍ରଶ୍ନଗୁଡିକୁ ଭଲ ଭାବେ ପଢ଼ନ୍ତୁ
    ପ୍ରତ୍ୟେକ ପ୍ରଶ୍ନ ପଛରେ ଥିବା ଉଦ୍ଦେଶ୍ୟକୁ ବୁଝନ୍ତୁ
    ଅବଜେକଟିଭରେ ୨୫ ମାର୍କ ୨୫ଟି ପ୍ରଶ୍ନ
    ଭଲ ଭାବରେ ପ୍ରଶ୍ନକୁ ପଢି ଉତ୍ତର ଦିଅନ୍ତୁ
    ପରୀକ୍ଷା ତର୍ପଣକୁ ଭଲ ଭାବରେ ପଢନ୍ତୁ
    ପରୀକ୍ଷା ତର୍ପଣରେ ଅନେକ ଉପାଦେୟ ପ୍ରଶ୍ନ ରହିଛି
    ବିଜ୍ଞାନ ବହିର ଶେଷ ୩-୪ଟି ଅଧ୍ୟାୟ ଭଲ ଭାବେ ପଢିକି ଯିବେ
    ବିଜ୍ଞାନ ବହିର ଶେଷ ୩-୪ ଅଧ୍ୟାୟରୁ ୭୦ ପ୍ରତିଶତ ପ୍ରଶ୍ନ ପଡିବ
    ସରଳ ପ୍ରଶ୍ନର ଉତ୍ତର ପ୍ରଥମେ ଲେଖିବେ
    ସମୟ ହେଲେ ଜଟିଳ ପ୍ରଶ୍ନର ଉତ୍ତର କରିବାକୁ ଚେଷ୍ଟା କରିବେ
    ଜଟିଳ ପ୍ରଶ୍ନ ପାଖରେ ଅଟକିଯାଇ ସମୟ ନଷ୍ଟ କରନ୍ତୁ ନାହିଁ
    ଅଯଥା ଗୁଡାଏ ନଲେଖି ସଠିକ୍ ଉତର ଲେଖିବା ଉପରେ ଗୁରୁତ୍ୱ ଦିଅନ୍ତୁ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ