Saturday, July 27, 2024
24.5 C
Odisha

    ୨୧ ବର୍ଷ ପୂର୍ବରୁ ହିମାଚଳ ପ୍ରଦେଶରେ ହୋଇପାରିବ ନାହିଁ କନ୍ୟା ବିବାହ

    ଆଗକୁ ପଢନ୍ତୁ

    ହିମାଚଳ ପ୍ରଦେଶ ସରକାର କନ୍ୟା ବିବାହକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଏବେ ୨୧ ବର୍ଷ ପୂର୍ବରୁ କନ୍ୟା ବିବାହକୁ ବେଆଇନ ବୋଲି ଘୋଷଣା କରାଯାଇଛି । କନ୍ୟା ବିବାହର ସର୍ବନିମ୍ନ ବୟସ ୨୧ ବର୍ଷ ହେବ ବୋଲି ରାଜ୍ୟ କ୍ୟାବିନେଟରେ ଏକ ପ୍ରସ୍ତାବ ପାରିତ କରାଯାଇଛି । ଏହାସହ କେନ୍ଦ୍ର ସରକାର କନ୍ୟା ବିବାହର ସର୍ବନିମ୍ନ ବୟସ ୧୮ ବର୍ଷ ରଖିଥିବାରୁ ଏହାକୁ ୨୧ ବର୍ଷକୁ ବୃଦ୍ଧି କରାଯାଉ ବୋଲି ହିମାଚଳ ସରକାର କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପଠାଇଛନ୍ତି ।

    ସୂଚନା ମୁତାବକ ଶୁକ୍ରବାର ଦିନ ହିମାଚଳର ରାଜଧାନୀ ସିମଳା ଠାରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦରସିଂ ସୁଖୁଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିିଥିଲା । ଏହି ବୈଠକରେ ହିମାଚଳରେ ନୂଆ ସିନେମା ପଲିସିକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ନୂଆ ନିୟମ ମୁତାବକ ଏବେ ହିମାଚଳରେ ଯେଉଁମାନେ ସିନେମା ସୁଟିଂ କରିବାକୁ ଚାହୁଁଛନ୍ତି ସେମାନେ ଆବେଦନ କରିବାର ୩ ଦିନ ମଧ୍ୟରେ ମଞ୍ଜୁରୀ ମଳିଯିବ । ସବୁଠାରୁ ବଡ ଆଲୋଚନା କନ୍ୟା ବିବାହକୁ ନେଇ ହୋଇଥିଲା । ବୈଠକରେ ପ୍ରସ୍ତାବ ପାରିତ ହୋଇଛି କି, ଏବେ ରାଜ୍ୟରେ ୨୧ ବର୍ଷ ପୂର୍ବରୁ କୌଣସି ବାପା, ମା’ ସେମାନଙ୍କ କନ୍ୟାକୁ ବିବାହ କରାଇପାରିବେ ନାହିଁ । ଏବେ ପ୍ରସ୍ତାବ ଏବେ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଛି । କେନ୍ଦ୍ର ସରକାରଙ୍କ ଅନୁମତି ମିଳିବା ପରେ ଏହା ଆଇନରେ ପରିଣତ କରାଯିବା ନେଇ ପ୍ରକ୍ରିୟା ଆରମ୍ଭ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ