Friday, April 24, 2026
34.5 C
Odisha

    ସମ୍ୱଲପୁରରେ ରୋଡ ରୋମିଓଙ୍କ ଦୌରାତ୍ମ୍ୟ, ଡ୍ୟୁଟିରୁ ଫେରୁଥିବାବେଳେ ଯୁବତୀଙ୍କୁ ଗୋଡ଼ାଇଲେ

    ଆଗକୁ ପଢନ୍ତୁ

    ସମ୍ବଲପୁର: ରୋଡ ରୋମିଓଙ୍କ ଦୌରାତ୍ମ୍ୟ । ରାତିରେ ଘରକୁ ଫେରୁଥିବା ଜଣେ ଯୁବତୀଙ୍କୁ କମେଂଟ ମାରିବା ସହ ଗୋଡାଇଥିଲେ ଦୁର୍ବୃତ । ଭୟରେ ଦୌଡି ପଡିବା ପରେ ତଳେ ପଡି ଗୁରୁତର ହୋଇଛନ୍ତି ଯୁବତୀ । ସମ୍ବଲପୁର ସହରର ବ୍ୟସ୍ତ ବହୁଳ ଛକରେ ଘଟିଛି ଏହି ଅଭାବନୀୟ ଘଟଣା ।ସୂଚନା ଅନୁସାରେ ଗତକାଲି ରାତିରେ ଜଣେ କର୍ମଜୀବୀ ଯୁବତୀ ଘରକୁ ଫେରୁଥିଲେ । ମଲରେ ସେଲସ ଗର୍ଲ ଭାବେ କାମ କରୁଥିବାରୁ ଯୁବତୀ ଫେରିବା ଡେରି ହୋଇଥିଲା ଟାଉନ ଥାନା ଅଂଚଳର ଗୋଲବଜାର ଛକ ନିକଟରେ ବାଇକରେ ଯାଉଥିବା କିଛି ରୋଡ ରୋମିଓ ଯୁବତୀଙ୍କୁ କମେଂଟ କରିଥିଲେ । ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ଯୁବତୀଙ୍କୁ ପିଛା କରିଥିଲେ । ରୋଡ ରୋମିଓଙ୍କ ଉତ୍ପାତ ଦେଖି ଡରି ଯାଇଥିଲେ ଯୁବତୀ । କୌଣସି ମତେ ସେଠାରୁ ଖସିଯିବାକୁ ଯୁବତୀ ଦୌଡି ପଳାଇବାକୁ ଉଦ୍ୟମ କରିଥିଲେ । ଦୌଡି ପଳାଇବା ସମୟରେ ଗୋଡରେ ଗୋଡ ଛନ୍ଦି ହୋଇ ତଳେ ପଡିଯାଇ ଅଚେତ ହୋଇଯାଇଥିଲେ । ଏହି ସମୟରେ ପଛରେ ଅଫିସରୁ ଫେରୁଥିବା ସହକର୍ମୀମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    34.5 ° C
    34.5 °
    34.5 °
    14 %
    1.9kmh
    50 %
    Fri
    36 °
    Sat
    43 °
    Sun
    42 °
    Mon
    44 °
    Tue
    43 °

    ସମ୍ବନ୍ଧିତ