Friday, March 13, 2026
28 C
Odisha

    NPCILରେ ନିଯୁକ୍ତି ପାଇଁ ୪୦୦ ପଦବୀ ଖାଲି ପଡିଛି, ଜାଣନ୍ତୁ କିପରି କରିବେ ଆବେଦନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ନ୍ୟୁକ୍ଲିୟର ପାୱାର କର୍ପୋରେସନ ଅଫ ଇଣ୍ଡିଆ(NPCIL)ରେ ନିଯୁକ୍ତି ପାଇଁ ୪୦୦ ପଦବୀ ଖାଲି ପଡିଛି। ଏହା ବ୍ୟତୀତ ମେକାନିକାଲ,ଇଲେକ୍ଟ୍ରିକାଲ, ସିଭିଲ ପଦବୀ ସମେତ ଅନ୍ୟ ବିଭାଗୀୟ ପଦବୀ ମଧ୍ୟ ରହିଛି। ଇଚ୍ଛୁକ ପ୍ରାର୍ଥୀ ୩୦ ଏପ୍ରିଲ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ କରିପାରିବେ।

    ପଦବୀ ବିବରଣୀ : ୪୦୦

    ଶିକ୍ଷାଗତ ଯୋଗ୍ୟତା : ଆବେଦନକାରୀ BE/BTECH କିମ୍ବା BSCରେ ୬୦% ମାର୍କ ରଖିଥିବା ଆବଶ୍ୟକ। ଏହା ସହିତ GATE ୨୦୨୩,୨୦୨୪ କିମ୍ବା GATE ୨୦୨୫ରେ ମାର୍କ ଥିବା ଜରୁରୀ

    ଦରମା : ୭୪,୦୦୦

    ଆବେଦନ ଶୁଳ୍କ : ସାଧାରଣ, OBC, EWS ବର୍ଗର ପ୍ରାର୍ଥୀଙ୍କ ପାଇଁ ୫୦୦ଯଭ୍କା ଆବେଦନ ଶୁଳ୍କ ଧାର୍ଯ୍ୟ କରାଯାଇଛି। ଦିବ୍ୟାଙ୍ଗ, ଅନୁସୂଚିତ ଜାତି/ଜନଜାତିଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ଧାର୍ଯ୍ୟ କରାଯାଇନାହିଁ।

    ଚୟନ ପ୍ରକ୍ରିୟା : ଇଣ୍ଟରଭ୍ୟୁ ମାଧ୍ୟମରେ ପ୍ରାର୍ଥୀଙ୍କୁ ଚୟନ କରାଯିବ। ୨ ରୁ ୨୧ ଜୁନ୍ ମଧ୍ୟରେ ଇଣ୍ଟରଭ୍ୟୁ କରାଯିବାର ସମ୍ଭବନା ରହିଛି।

    ଆବେଦନ ପ୍ରକ୍ରିୟା :

    ପ୍ରଥମ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ।

    କ୍ୟାରିୟର ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।

    ‘Recruitment of executive trainees 2025ର NPCIL Gate 2023/2024/2025’ ସମ୍ବନ୍ଧୀୟ ବିଜ୍ଞାପନ ଦିଆଯାଇଥିବା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।

    ବିଜ୍ଞାପନଟିକୁ ଠିକ୍ ଭାବେ ପଢି ଶିକ୍ଷାଗତ ଯୋଗ୍ୟତାର ଯାଞ୍ଚ କରନ୍ତୁ। ଆପ୍ଲାଏ ଲିଙ୍କ୍ ଉପରେ ଏବେ କ୍ଲିକ୍ କରନ୍ତୁ।

    ପେଜରେ ନିଜର ରେଜିଷ୍ଟ୍ରେସନ୍ କରନ୍ତୁ।

    ଲଗଇନ୍ କରି ପାସୱାର୍ଡ ଦେଇ କ୍ୟାପଚା ପୂରଣ କରନ୍ତୁ ଏବଂ ଦିଆଯାଇଥିବା ଲଗଇନ୍ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ।

    ଦିଆଯାଇଥିବା ସୂଚନାନୁସାରେ ଫର୍ମଟିକୁ ପୂରଣ କରନ୍ତୁ।

    ଶେଷରେ କ୍ୟାପଚା ପୂରଣ କରି ଆବେଦନ ଫର୍ମ ପୂରଣ କରି ଫର୍ମକୁ ସବମିଟ୍ କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28 ° C
    28 °
    28 °
    13 %
    0.7kmh
    0 %
    Fri
    31 °
    Sat
    39 °
    Sun
    39 °
    Mon
    37 °
    Tue
    38 °

    ସମ୍ବନ୍ଧିତ