Sunday, May 10, 2026
32.7 C
Odisha

    ଧର୍ମଗଡ଼ରେ ନୂଆ-ଓ ଛାତ୍ରବୃତ୍ତି ବିତରଣ କାର୍ଯକ୍ରମ

    ଆଗକୁ ପଢନ୍ତୁ

    ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟ ସାମ୍ନା ପଡ଼ିଆରେ ନୂଆ-ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ସହ ନୂଆ-ଓ ଛାତ୍ରବୃତ୍ତିର ଉଦଘାଟନ କରିବା ସହ ଅନୁମୋଦନ ଆଦେଶ ବଣ୍ଟନ କରିଥିଲେ। ଏହି ଛାତ୍ରବୃତ୍ତି ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ, ଯେଉଁମାନଙ୍କର ପିତାମାତା ସ୍ଥାୟୀ ସରକାରୀ କର୍ମଚାରୀ ନୁହନ୍ତି କିମ୍ବା ଯେଉଁ ଅଭିଭାବକମାନେ ଆୟକର ଦିଅନ୍ତି ନାହିଁ। ସ୍ନାତକ ଓ ସ୍ନାତକୋତ୍ତରର ପଢୁଥିବା ଛାତ୍ରଙ୍କୁ ୯ହଜାର ଓ ଛାତ୍ରୀଙ୍କ ପାଇଁ ୧୦ହଜାର ଟଙ୍କା ଛାତ୍ରବୃତ୍ତି ରାଶି ପ୍ରଦାନ କରାଯାଉଛି। ଅନୁସୂଚିତ ଜାତି, ଜନ ତଥା ନିର୍ମାଣ ଶ୍ରମିକଙ୍କ ପୁଅଙ୍କୁ ବାର୍ଷିକ ୧୦ ହଜାର ଓ ଝିଅଙ୍କୁ ୧୧ ହଜାର ଟଙ୍କା ଛାତ୍ର ବୃତ୍ତି ଦିଆଯାଉଛି। ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ଵବିଦ୍ୟାଳୟ, ମହାବିଦ୍ୟାଳୟ, ସରକାରୀ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଏବଂ ବେସରକାରୀ ମହାବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀଙ୍କୁ ଏହି ବୃତ୍ତିରାଶି ସିଧା ସଳଖ ନିଜ ବ୍ୟାଙ୍କ୍ ଆକାଉଣ୍ଟ ଖାତାରେ ପ୍ରଦାନ କରାଯାଉଛି। ଯୁବକମାନଙ୍କୁ ସଶକ୍ତୀକରଣ, ନିଜର ଦକ୍ଷତା ବିକାଶ ତଥା ରାଜ୍ୟ ସମୃଦ୍ଧିରେ ନିଜର ସହଭାଗିତା ଏବଂ ରୂପାନ୍ତରିତ କାର୍ଯ୍ୟ ପରିପେକ୍ଷିରେ ନୂଆ ଓ ଛାତ୍ର ବୃତ୍ତି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।.
    ଏହି ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଜରିଆରେ କଳାହାଣ୍ଡି ଜିଲ୍ଲାରେ ୩୩ ଟି କଲେଜରୁ ୧୩,୦୭୪ ଜଣ ଛାତ୍ରଛାତ୍ରୀଙ୍କୁ ୧୨,୯୩,୫୯,୦୦୦ ଟଙ୍କା ଛାତ୍ର ବୃତ୍ତି ପ୍ରଦାନ କରାଯାଉଛି। ଏମାନଙ୍କ ମଧ୍ୟରୁ ୬୯୯୩ ଜଣ ଛାତ୍ର ଏବଂ ୬୦୮୧ ଜଣ ଛାତ୍ରୀ ଅଟନ୍ତି। ମଞ୍ଚରେ ୫ଟି ଅଧ୍ୟକ୍ଷ ୧୩ ଜଣ ଛାତ୍ର ଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିଥିଲେ। ମା’ ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟର ଜ୍ୟୋତିର୍ମୟ ନାୟକ, ସରକାରୀ ମହିଳା ମହାବିଦ୍ୟାଳୟ, ଭବାନୀପାଟଣାର ସବିତା ମାଝୀ, ପଞ୍ଚାୟତ ମହାବିଦ୍ୟାଳୟର ସୁଭଦ୍ରା ନାଏକ, ଇନ୍ଦ୍ରାବତୀ ମହାବିଦ୍ୟାଳୟ, ଯାଇପତାନର ନୃସିଂହ ଚରଣ ଦାସ, ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ, ଜୁନାଗଡ଼ର ଅର୍ପିତା ଦଣ୍ଡସେନା, କେସିଙ୍ଗା ମହାବିଦ୍ୟାଳୟ, କେସିଙ୍ଗାର ଆଦିତ୍ୟ ଶଙ୍କର ସୁନା, ମଦନପୁର ରାମପୁର ଡ଼ିଗ୍ରୀ ମହାବିଦ୍ୟାଳୟର ଝରଣା ପ୍ରଧାନି, ପଞ୍ଚାୟତ ସମିତି ମହାବିଦ୍ୟାଳୟର ଭୀମ ଗୌଡ, ସର୍ବମଙ୍ଗଳା ମହାବିଦ୍ୟାଳୟ ଗୋଲାମୁଣ୍ଡାର ଚ୍ଛୁବନ୍ ନାଏକ, ମହାରାଣୀ କସ୍ତୁରିକା ମୋଦୀନୀ ଦେବୀ ମହାବିଦ୍ୟାଳୟ କଲମପୁରର ଅବନ୍ତୀ ନାଏକ, ଜଗନ୍ନାଥ୍ ମହାବିଦ୍ୟାଳୟ ରିଶିଡ଼ାର ରଶ୍ମି ରେଖା ସାହୁ, ପଂଚାୟତ ସମିତି ମହାବିଦ୍ୟାଳୟ କୋକସରାର ଦଧିସ୍ମିତା ଦୁର୍ଗା, ମା’ ହିରାନୀଲା ମହାବିଦ୍ୟାଳୟ ବିଶ୍ଵନାଥପୁରର ରୋଷନ୍ ଲାଲ ଶେଠଙ୍କୁ ବୃତ୍ତି ସାର୍ଟି ଫିକେଟ ପ୍ରଦାନ କରିଥିଲେ। କୁସୂର୍ଲା ମହାବିଦ୍ୟାଳୟର ୩୨୩, ଆଞ୍ଚଳିକ ବସ୍ତରଣି ମହାବିଦ୍ୟାଳୟ ସାନ ଚେରଗାଁ ୫୫୮, ବର୍ଡର ମହାବିଦ୍ୟାଳୟ କାଙ୍କେରି ୨୩୫, ଚନ୍ଦ୍ରିକା ଜୈନ ମହାବିଦ୍ୟାଳୟ ବୋର୍ଡା ୪୦୮, ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଭବାନୀପାଟଣା ୮୦, ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ମହାଲିଂ ୫୦୭, ଧବଳେଶ୍ବର ମହାବିଦ୍ୟାଳୟ ମୋହନଗିରି ୨୦୫, ଧର୍ମଗଡ଼ ମହିଳା ମହାବିଦ୍ୟାଳୟ ୪୨୧, ଗାୟତ୍ରୀ ବିଜ୍ଞାନ ମହାବିଦ୍ୟାଳୟ ୪୮, କଳାହାଣ୍ଡି ବିଶ୍ଵବିଦ୍ୟାଳୟ ୨୬୨୧, ସରକାରୀ ମହିଳା ମହାବିଦ୍ୟାଳୟ ଭବାନୀପାଟଣା ୬୦୩, ଇନ୍ଦ୍ରାବତୀ ମହାବିଦ୍ୟାଳୟ ଜୟପାଟଣା ୫୨୬, ଜୟ ପ୍ରକାଶ ସନ୍ଧ୍ୟା ମହାବିଦ୍ୟାଳୟ ଭବାନୀପାଟଣା ୩୩୮, ଜଗନ୍ନାଥ୍ ମହାବିଦ୍ୟାଳୟ ରିଶିଡ଼ା ୩୪୧, କର୍ଲାପଡା ମହାବିଦ୍ୟାଳୟ ୩୦୨, କେସିଙ୍ଗା ମହାବିଦ୍ୟାଳୟ ୬୦୨, କୌଶିକ ବାବା ମହାବିଦ୍ୟାଳୟ ତେରେସିଂହା ୨୨୮, ମା ହୀରାନିଲା ମହାବିଦ୍ୟାଳୟ ବିଶ୍ୱନାଥପୁର ୩୪୦, ମଦନପୁର ରାମପୁର ମହାବିଦ୍ୟାଳୟ ୫୯୩, ମହାରାଣୀ କସ୍ତ୍ତୁରିକା ମୋହିନୀ ଦେବୀ ମହାବିଦ୍ୟାଳୟ ୩୩୦, ମଡର୍ନ ମହାବିଦ୍ୟାଳୟ ଧର୍ମଗଡ ୧୧୩, ମୋହନ ପ୍ୟାରୀ ମହାବିଦ୍ୟାଳୟ ରାଜପୁର ୧୬୧, ପଂଚାୟତ ମହାବିଦ୍ୟାଳୟ ଧର୍ମଗଡ ୬୦୬, ପଂଚାୟତ ମହାବିଦ୍ୟାଳୟ ବେଲଖଣ୍ଡି ୧୭୬, ପଂଚାୟତ ମହାବିଦ୍ୟାଳୟ ବଡ଼ ଚେର ଗାଁ୧୪୯, ପଞ୍ଚାୟତ ମହାବିଦ୍ୟାଳୟ ନର୍ଲା ୩୩୮, ପଞ୍ଚାୟତ ମହାବିଦ୍ୟାଳୟ କୋକସରା ୩୩୮, ପ୍ରଗତି ମହାବିଦ୍ୟାଳୟ ଭବାନୀପାଟଣା ୨୧୮, ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ଜୁନାଗଡ ୪୩୦, ସରସ୍ଵତୀ ମହାବିଦ୍ୟାଳୟ ଭବାନୀପାଟଣା ୪୧, ସର୍ବମଙ୍ଗଳା ମହାବିଦ୍ୟାଳୟ ଗୋଲାମୁଣ୍ଡା ୬୬୩, ଶାସ୍ତ୍ରିଜି ମହାବିଦ୍ୟାଳୟ ଭବାନୀପାଟଣା୮୭, ଶ୍ରୀ ଭୂତେଶ୍ଵର ମହାବିଦ୍ୟାଳୟ ୧୩୫ ଜଣ ଛାତ୍ର ଛାତ୍ରୀ ଙ୍କୁ ବୃତ୍ତି ପ୍ରଦାନ କରାଗଲା। ଆଜିର କାର୍ଯ୍ୟକ୍ରମରେ ସମୁଦାୟ ୫୭୩୩ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    32.7 ° C
    32.7 °
    32.7 °
    39 %
    2.7kmh
    24 %
    Sun
    36 °
    Mon
    38 °
    Tue
    36 °
    Wed
    40 °
    Thu
    41 °

    ସମ୍ବନ୍ଧିତ