Friday, October 2, 2026
30.6 C
Odisha

    ମହୁମାଛି ଆକ୍ରମଣରେ ୫ ଗୁରୁତର ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ୬ମାସର ଶିଶୁର ମୃତ୍ୟୁ

    ଆଗକୁ ପଢନ୍ତୁ

    ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଫୁଲଝରି ଗ୍ରାମରେ ମହୁମାଛି ଆକ୍ରମଣରେ ଗୋଟିଏ ପରିବାରର ୫ ଜଣ ଗୁରୁତରଙ୍କ ମଧ୍ୟରୁ ୬ମାସର ଶିଶୁର ମୃତ୍ୟୁ ହୋଇଛି। ଆଜି ସକାଳ ୮ଟାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
    ସୂଚନା ଅନୁଯାୟୀ, ଫୁଲଝରି ଗ୍ରାମର ଟିକିରାମ ମାଝୀ ଶନିବାର ସକାଳ ୧୦ଟାରେ ପତ୍ନୀ ତୁଲା, ବଡ଼ ଝିଅ, ମଝିଆ ଝିଅ ହାରାବତୀ ଓ ସାନ ଝିଅ ଅମ୍ବିକାଙ୍କ ସହ ମିଶି ଘରଠାରୁ କିଛି ଦୂରରେ ଥିବା ମହୁଲ ଗଛରୁ ମହୁଲଫୁଲ ସଂଗ୍ରହ କରିବାକୁ ଯାଇଥିଲେ। ମହୁଲଫୁଲ ସଂଗ୍ରହ କରିବା ବେଳେ ହଠାତ ମହୁଲ ଗଛରେ ଥିବା ମହୁ ଫେଣାକୁ ଏକ ଚଢେଇ ଖୁମ୍ପି ଦେଇଥିଲା। ଫଳରେ ଗଛ ତଳେ ମହୁଲ ଫୁଲ ସଂଗ୍ରହ କରୁଥିବା ଟିକିରାମଙ୍କ ପରିବାରକୁ ମହୁମାଛି ଅତର୍କିତ ଆକ୍ରମଣ କରିଥିଲେ। ପରେ ପ୍ରାଣ ବିକଳରେ ଟିକିରାମ ତୁରନ୍ତ ପରିବାର ଲୋକଙ୍କ ସହ ଘରକୁ ‌‌ଦୌଡ଼ିଥିଲେ। ଏହା ଜାଣିବା ପରେ ଗ୍ରାମବାସୀ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ସମସ୍ତଙ୍କୁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ସମସ୍ତଙ୍କ ମୁହଁ ଓ ଶରୀରରେ ମହୁମାଛି ଆକ୍ରମଣ କରିଥିଲେ। ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ତେବେ ୬ମାସର ଶିଶୁ ଅମ୍ବିକାର ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଉମରକୋଟକୁ ସ୍ଥାନାନ୍ତରିତ କରାଯାଇଥିଲା।ଚିକିତ୍ସା ପରେ ଅନ୍ୟ ୪ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ଆଜି ସକାଳ ୮ଟାରେ ଚିକିତ୍ସାଧୀନ ଅବସ୍ଥାରେ ୬ ମାସର ଶିଶୁ ଅମ୍ବିକାର ମୃତ୍ୟୁ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    57 %
    2.7kmh
    31 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ