Wednesday, September 9, 2026
25.2 C
Odisha

    ଆକାଶରୁ ଖସିଲା କୋରିଆ ଦେଶର ଅଜଣା ଡିଭାଇସ୍: ଲୋକେ ଛାନିଆ

    ଆଗକୁ ପଢନ୍ତୁ

    ନୂଆପଡା: ନୂଆପଡା ଜିଲ୍ଲା କୋମନା ବ୍ଲକ ନାଏକପଡା ଠାରେ ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି। ସେଠାରେ ହଠାତ ଆକାଶରୁ ଏକ ଅଜଣା ଡ଼ିଭାଇସ ଖସି ପଡ଼ିଥିବା ଜଣାପଡ଼ିଛି। ତେବେ ଏହି ଡ଼ିଭାଇସ ପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ଖେଳି ଯାଇଛି । ହଠାତ ଏକ ଯନ୍ତ୍ର ବା ଡିଭାଇସ କେଉଁଠୁ ଆସିଲା ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଦେଖିବାକୁ ମିଳିଥିଲା। ତେବେ ରାତିରେ ବମ୍ ସ୍କୁଆଡ଼ ଟିମ୍ ପହଞ୍ଚି ଘଟଣାସ୍ଥଳରୁ ଉକ୍ତ ଡ଼ିଭାଇସକୁ ଉଦ୍ଧାର କରିବା ସହ ତାକୁ ଡିଫ୍ୟୁଜ୍ କରିଥିବା ଜଣାପଡିଛି। ସେପଟେ ଖବର ପାଇ କୋମନା ଓ ତରବୋଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଭୟଭିତ ନହେବା ପାଇଁ କହିଛି। ନୂଆପଡାରେ ଏହି ଡିଭାଇସ୍ କେଉଁଠୁ ଆସିଲା ତାହା ବିଷୟରେ କିଛି ଜଣା ପଡିନଥିବାବେଳେ ପାଣିପାଗ ରିସର୍ଚ୍ଚ ଡ଼ିଭାଇସ ହୋଇଥିବା ବୋଲି ଅନୁମାନ କରାଯାଉଛି । ଯେଉଁଥିରେ ମେଡ୍ ଇନ୍ କୋରିଆ ଲେଖାଯିବା ସହ ଜଳୁଥିବା ନାଲି ବତୀ ଓ ଏକ ଷ୍ଟାର୍ଟ ସ୍ୱିଚ୍ ମଧ୍ୟ ରହିଛି । ତେବେ ସୁରକ୍ଷିତ ଭାବେ ଘଟଣାସ୍ଥଳରୁ ଡ଼ିଭାଇସକୁ ଉଦ୍ଧାର କରି ନୂଆପଡା ଶିଳଦା ସ୍ଥିତ ରିଜର୍ଭ ଅଫିସରେ ରଖାଯାଇଛି। ଡିଭାଇସଟି ଖସିବା ସମୟରେ କାହାର କୌଣସି କ୍ଷତି ହୋଇନଥିବା ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    25.2 ° C
    25.2 °
    25.2 °
    91 %
    1kmh
    100 %
    Wed
    26 °
    Thu
    28 °
    Fri
    28 °
    Sat
    28 °
    Sun
    28 °

    ସମ୍ବନ୍ଧିତ