Tuesday, March 31, 2026
26.8 C
Odisha

    ନର୍ସିଂ କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ, ସ୍ବାଭାବିକ ହେଲା ରୋଗୀସେବା

    ଆଗକୁ ପଢନ୍ତୁ

    ଭୁବନେଶ୍ବର:ନର୍ସିଂ କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ ହେବା ପରେ ଗତକାଲି ରାତିରୁ ରୋଗୀ ସେବା ସ୍ବାଭାବିକ ହୋଇଥିବା ଜଣାଯାଇଛି। ରାଜ୍ୟ ସରକାରଙ୍କ ସହ ଗତକାଲି ସନ୍ଧ୍ୟାରେ ସଫଳ ଆଲୋଚନା ପରେ ଓଡ଼ିଶା ନର୍ସିଂ ଅଫସର ସଂଘ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ। ଆନ୍ଦୋଳନ ପ୍ରତ୍ୟାହାର ହେଲା ପରେ ସଂଘର ସଦସ୍ୟମାନେ ଆଜି ରାତି ୧୧ଟାରୁ ନିଜନିଜ କାର୍ଯ୍ୟରେ ଯୋଗଦେବେ ବୋଲି କହିଥିଲେ। ଆନ୍ଦୋଳନ ନେଇ ନର୍ସିଂ ସଂଘ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ସରକାର ସେମାନଙ୍କର ଦାବି ଶୁଣିବା ପାଇଁ ରାଜି ହୋଇଛନ୍ତି। କିନ୍ତୁ ଆନ୍ଦୋଳନ ଜାରି ରହିବ କି ନାହିଁ ସଂଘର କର୍ମକର୍ତ୍ତାମାନେ ରାତିରେ ଆଲୋଚନା କରିବେ। ବୈଠକ ପରେ ଅପଡେଟ୍‌ ଖବର ଗଣମାଧ୍ୟମକୁ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଜଣାଇ ଦିଆଯିବ। ସାଧାରଣ ସଂଘର ସଂପାଦକ ଅଶ୍ବିନୀ ଦାସ କହିଛନ୍ତି, ରାଜ୍ୟ ସରକାର ଆମର ୧୦ ସୂତ୍ରୀ ଦାବି ତର୍ଜମା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

    ନର୍ସିଂ ସଂଘର ବରିଷ୍ଠ କର୍ମକର୍ତ୍ତାଙ୍କ ସହିତ ଆଜି ସନ୍ଧ୍ୟାରେ ଆଲୋଚନା ପରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇ କହିଥିଲେ ଯେ, ନର୍ସିଂ ସଂଘ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛନ୍ତି। ତାଙ୍କ ସହିତ ସୌହାଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି। ଆମେ ଏକ କମିଟି ଗଠନ କରିବୁ। ଏହି କମିଟିରେ ନର୍ସିଂ ସଂଘର ଦାବି ସଂପର୍କରେ ଆଲୋଚନା କରିବୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.8 ° C
    26.8 °
    26.8 °
    50 %
    1.8kmh
    0 %
    Mon
    27 °
    Tue
    38 °
    Wed
    39 °
    Thu
    41 °
    Fri
    39 °

    ସମ୍ବନ୍ଧିତ