Monday, June 30, 2025
24.6 C
Odisha

ଖୁସି ଖବର; ୩୦୦୦କୁ ବୃଦ୍ଧି କରାଯିବ ଭତ୍ତା ଟଙ୍କା

ଆଗକୁ ପଢନ୍ତୁ

ବଢିବ ଭତ୍ତା ଟଙ୍କା । ଭତ୍ତା ଟଙ୍କାକୁ ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବ । ଏନେଇ ଘୋଷଣା କରିଛନ୍ତି ସାମଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତେବେ କେଉଁ ବର୍ଗର ଭତ୍ତା ବଢାଯିବ ସେନେଇ କୌଣସି ନିର୍ଦ୍ଦଷ୍ଟ ସୂଚନା ମିଳିନାହିଁ । ତେବେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତାକୁ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । ବିଭିନ୍ନ ବର୍ଗର ଭତ୍ତା ବଢାଇବାକୁ ସରକାର ଚିନ୍ତା କରୁଛନ୍ତି । ବିଭିନ୍ନ ବିଭାଗ ଅଧିକାରୀଙ୍କ ସହ ଏନେଇ ସହ ଆଲୋଚନା ଜାରି ରହିଛି ।ଆଲୋଚନା ପରେ କେଉଁ ବର୍ଗର ଭତ୍ତାକୁ ବୃଦ୍ଧି କରାଯିବ ସେନେଇ ସ୍ପଷ୍ଟ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତେବେ ନିର୍ବାଚନ ପୂର୍ବରୁ ବିଜେପି ଭତ୍ତା ବୃଦ୍ଧି କରିବାକୁ ଯେଉଁ ମାନିଫେଷ୍ଟା ଦେଇଥିଲା ତାକୁ ପୂରଣ କରିବାକୁ ଯାଉଛି ବୋଲି କୁହାଯାଉଛି ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
24.6 ° C
24.6 °
24.6 °
88 %
4kmh
100 %
Mon
25 °
Tue
25 °
Wed
30 °
Thu
29 °
Fri
26 °

ସମ୍ବନ୍ଧିତ