Wednesday, September 30, 2026
24.7 C
Odisha

    ଭୁବନେଶ୍ବରରେ ଉଦଘାଟିତ ହେଲା ଆଇକନିକ ଓଡିଆ ଆଦର୍ଶ ବିଦ୍ୟାଳୟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଶିକ୍ଷା ରୂପାନ୍ତରଣର ଆଉ ଗୋଟିଏ ଫର୍ଦ୍ଦ।‌ ଉଦଘାଟିତ ହେଲା ଆଇକନିକ ଓଡିଆ ଆଦର୍ଶ ବିଦ୍ୟାଳୟ। ଭୁବନେଶ୍ବର ଉପକଣ୍ଠ ଅନ୍ଧାରୁଆରେ ନିର୍ମିତ ଏହି ଶିକ୍ଷା ସୌଧକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୨୨ ମସିହାରୁ ଏହା ଅସ୍ଥାୟୀ ଭାବେ କୌସ୍ତୁଭ ଇଞ୍ଜିନିୟରିଂ କଲେଜରେ ଆରମ୍ଭ ହୋଇଥିବାବେଳେ ନୂତନ ସ୍ଥାୟୀ ବିଲଡିଂକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।‌ ଅନ୍ଧାରୁଆ ଠାରେ ପ୍ରସ୍ତାବିତ ୨୫ ଏକର ଜାଗାରେ ଆଇକନିକ ଆଦର୍ଶ ବିଦ୍ୟାଳୟ ନିର୍ମାଣ ହୋଇଛି। ଏହି ବିଦ୍ୟାଳୟରେ ୫୦୦ ଛାତ୍ରଛାତ୍ରୀ ଯୁକ୍ତଦୁଇ ପଢିବାର ବ୍ୟବସ୍ଥା ରହିଛି। ରାଜ୍ୟରେ ଥିବା ୩୧୪ ବ୍ଲକରେ ଥିବା ଆଦର୍ଶ ବିଦ୍ୟାଳୟରୁ ବଛାବଛା ମେଧାବୀ ଛାତ୍ରଛାତ୍ରୀ ଏହି ସ୍କୁଲରେ ପଢିବାର ସୁବିଧା ପାଇବେ। ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ +୨ ଅଧ୍ୟୟନ ସହିତ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ସେମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସଂରକ୍ଷିତ ୧୫ ପ୍ରତିଶତ ଡାକ୍ତରୀ ଓ ଇଞ୍ଜିନିୟରିଂ ସିଟରେ ପଢ଼଼ା ପାଇଁ ପିଲାଙ୍କୁ ପ୍ରସ୍ତୁତ କରାଯାଉଛି। ନିଟ୍‍ ଓ ଜେଇଇରେ ଉତ୍ତମ ପ୍ରଦର୍ଶନ ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ୨୦୨୧ ମସିହା ସେପ୍ଟେମ୍ବର ୫ ଅର୍ଥାତ୍ ଗୁରୁ ଦିବସରେ ଆଇକନିକ ଆଦର୍ଶ ବିଦ୍ୟାଳୟ ପାଇଁ ଭିତ୍ତି ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ।‌ ରେକର୍ଡ ସମୟରେ ଏହାର ନିର୍ମାଣ ଶେଷ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    84 %
    1.1kmh
    100 %
    Wed
    25 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ