Monday, October 5, 2026
31.3 C
Odisha

    ସରକାରଙ୍କ ଆଦେଶ ମାନୁନାହାନ୍ତି ଜିଲ୍ଲାପାଳ

    ଆଗକୁ ପଢନ୍ତୁ

    ଜନସାଧାରଣଙ୍କୁ ସୁଶାସନ ପ୍ରଦାନ କରିବା ଏବଂ ଦକ୍ଷ ପ୍ରଶାସନ ପାଇଁ ନୂଆ ଏନ୍‌ଏଏସି ଓ ମ୍ୟୁନିସିପାଲିଟି ଗଠନର ଆବଶ୍ୟକତା ରହିଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଏବେ ଜିଲ୍ଲାପାଳମାନେ ସରକାରଙ୍କ ନିର୍ଦ୍ଦେଶ ମାନିବାକୁ ନାରାଜ। ଯେତେ କହିଲେ ବି ନୂଆ ଏନଏସି ଓ ମ୍ୟୁନିସିପାଲିଟି ଗଠନ ସଂକ୍ରାନ୍ତ ରିପୋର୍ଟ ଜିଲ୍ଲାପାଳମାନଙ୍କ କାର୍ଯ୍ୟାଳୟରୁ ଆସିପାରୁ ନାହିଁ। ଏପଟେ ପୂର୍ବ ସରକାରଙ୍କ ଘୋଷଣା ଅନୁସାରେ ନୂଆ ଏନ୍‌ଏଏସି ତଥା ମ୍ୟୁନିସିପାଲିଟି ଗଠନକୁ ଚାହିଁ ଚାହିଁ ଜଳକା ହେଲେଣି ଜନତା। ଖୋଦ୍‌ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଏହା ବିଧାନସଭାରେ ସ୍ୱିକାର କରିଛନ୍ତି। ଗତ ୩ ତାରିଖରେ ବିଧାୟକ ବଦ୍ରୀ ନାରାୟଣ ପାତ୍ର ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଡଃ ମହାପାତ୍ର ଉତ୍ତର ରଖି କହିଛନ୍ତି ଯେ ଗତ ଫେବୃଆରୀ ଓ ମାର୍ଚ୍ଚ ମାସରେ ତତ୍କାଳୀନ ରାଜ୍ୟ ସରକାର ରାଜ୍ୟରେ ୫୭ଟି ନୂଆ ଏନ୍‌ଏସି ଓ ୬ଟି ନୂଆ ମ୍ୟୁନିସିପାଲିଟି ଗଠନ ସମ୍ବନ୍ଧରେ ଘୋଷଣା କରିଥିଲେ। ଏଥିପାଇଁ ପୂର୍ଣ୍ଣାଙ୍ଗ ରିପୋର୍ଟ ସରକାରଙ୍କୁ ଦେବା ପାଇଁ ଜିଲ୍ଲାପାଳମାନଙ୍କୁ ଅନୁରୋଧ କରାଯାଇଛି। ଏହା ବ୍ୟତୀତ ଆଉ ୨୪ଟି ନୂଆ ଏନଏସି ଗଠନ ସମ୍ବନ୍ଧିୟ ପ୍ରସ୍ତାବ ସରକାରଙ୍କର ହସ୍ତଗତ ହୋଇଛି ଏବଂ ସେଗୁଡିକର ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପ୍ରଦାନ ପାଇଁ ମଧ୍ୟ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସତ୍ତେ୍ୱ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କଠାରୁ ପୂର୍ଣ୍ଣାଙ୍ଗ ରିପୋର୍ଟ ହସ୍ତଗତ ହୋଇନାହିଁ। ଏହି ପ୍ରସ୍ତାବ ଆସିବା ପରେ ତର୍ଜମା କରାଯାଇ ନୂଆ ଏନ୍‌ଏସି, ମ୍ୟୁନିସିପାଲିଟି ଗଠନ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.3 ° C
    31.3 °
    31.3 °
    48 %
    2.7kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ