Friday, October 2, 2026
23.8 C
Odisha

    ଆଦିବାସୀ ଗାଁର ପରମ୍ପରା ଓ ସଂସ୍କୃତି ବଜାୟ ରଖିବା ଆମ ସରକାରଙ୍କ ପ୍ରାଥମିକତା: ମନ୍ତ୍ରୀ ରବି ନାରାୟଣ ନାୟକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ୫୦୦ ଆଦିବାସୀ ଗାଁକୁ ଉନ୍ନତି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆକ୍ସନ ମୋଡ଼ରେ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ। ରୋଡ଼ମ୍ୟାପ ପ୍ରସ୍ତୁତ କଲା ବିଭାଗ। ଯେଉଁ ଗାଁଗୁଡିକରେ ୮୦ ରୁ ୯୦ ପ୍ରତିଶତ ଆଦିବାସୀ ରହିଛନ୍ତି ସେହି ସବୁ ଗାଁଗୁଡିକୁ ଚିହ୍ନଟ କରାଯାଇ ଖୁବ ଶୀଘ୍ର କାମ ଆରମ୍ଭ କରିବା ପାଇଁ ଯୋଜନା କରୁଛି ବିଭାଗ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ।
    ମନ୍ତ୍ରୀ ରବି ନାରାୟଣ ନାୟକ ଆହୁରି କହିଛନ୍ତି, ଆଦିବାସୀ ଗାଁଗୁଡିକର ପରମ୍ପରା ଓ ସଂସ୍କୃତି ବଜାୟ ରଖିବା ଆମ ସରକାରଙ୍କ ପ୍ରାଥମିକତା। ରାସ୍ତା, ପାନୀୟ ଜଳ, କୃଷି, ପଶୁ ପାଳନ, ଜଳସେଚନ, ଜଙ୍ଗଲଜାତ ଦ୍ରବ୍ୟର ବିକ୍ରି, ଯୁବକମାନଙ୍କୁ ବିଭିନ୍ନ ଯୋଜନାରେ ସମ୍ପୃକ୍ତ କରାଯିବ, ମାତୃଶକ୍ତିକୁ ଅଧିକ ପ୍ରୋତ୍ସାହନ ଦେଇ ଟ୍ରେନିଂର ବ୍ୟବସ୍ଥା କରାଯିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାକୁ ଲାଗୁ କରି ବର୍ଷକରୁ ଦୁଇ ବର୍ଷ ମଧ୍ୟରେ ୫୦୦ ଆଦିବାସୀ ଗାଁକୁ ବିକଶିତ କରାଯିବ। ପ୍ରଥମ ପର୍ଯ୍ୟାୟରେ ୫୦୦ ଗାଁକୁ ବିକଶିତ କରାଯିବ ପଟେ ଆହୁରି ଅଧିକ ଗାଁକୁ ବିକଶିତ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.8 ° C
    23.8 °
    23.8 °
    86 %
    1.5kmh
    72 %
    Fri
    23 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ