Friday, October 2, 2026
24.8 C
Odisha

    ପୋଖରୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

    ଆଗକୁ ପଢନ୍ତୁ

    ସଇଁତଳା: ବଲାଙ୍ଗର ଜିଲ୍ଲା ସଇଁତଳା ଥାନା ଅଧୀନ ବରଗା ବ୍ରିଜ ୨୬ ନମ୍ବର ଜାତୀୟ ରାଜପଥ ନିକଟରେ ତଳକୁ ଥିବା ମହଗା ପୋଖରୀରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁସାରେ ପ୍ରତିଦିନ ଭଳି ଆଜି ବି କିଛି ଲୋକେ ଲାନ୍ଥ ନଦୀ ପାଖକୁ ଗାଁ ଚରାଇବା ପାଇଁ ଯାଇଥିଲେ ହେଲେ ବ୍ରିଜ ଶେଷରେ ଓ ନଦୀ ପାଖରେ ଥିବା ମହଗାଁ ନୂଆ ପୋଖରୀରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିଥିଲେ। ପରେ ସ୍ଥାନୀୟ ଲୋକେ ସଇଁତଳା ପୁଲିସକୁ ଖବର ଦେଥିଲେ। ଏସଆଇ ଆଲୋକ ଭୋଇ ସମେତ ପୁଲିସ ଟିମ ଓ ସଇଁତଳା ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଶବ ଭାସୁଥିବା ପାଖରୁ ଏକ ନାଲି ରଙ୍ଗର ଗାମୁଛା ଜବତ କରିଛି। ଜବତ ପରେ ଶବ ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ବଡ଼ମେଡିକାଲକୁ ପଠାଇ ଦେଇଛନ୍ତି।

    ଖବର ଲେଖା ଯିବା ପର୍ଯ୍ୟନ୍ତ ମୃତ ବ୍ୟକ୍ତିର କୌଣସି ପରିଚୟ ମିଳିପାରି ନାହିଁ। ଅନ୍ୟପଟେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ନାନା ପ୍ରକାର ଚର୍ଚ୍ଚା ହେଉଛି। ସଂପୃକ୍ତ ବ୍ୟକ୍ତି ଜଣକ କିଛି ଦିନ ତଳେ ବରଗାଁ ଓ ମହଗାଁ ଅଞ୍ଚଳରେ ବୁଲୁଥିବାର ଦେଖିଛନ୍ତି ସ୍ଥାନୀୟ ଲୋକେ। ପୁଲିସ ଏ ସଂପର୍କରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    85 %
    1.3kmh
    97 %
    Fri
    24 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ