Wednesday, March 18, 2026
23.6 C
Odisha

    ଓଡିଶା ସଂଗୀତ ନାଟକ ଏକାଡେମୀରେ ବ୍ୟାପକ ଅର୍ଥ ଅନିୟମିତତା: ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଓଡିଶା ସଂଗୀତ ନାଟକ ଏକାଡେମୀ ଓଡିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଏକ ସ୍ୱୟଂ ଚାଳିତ ସଂସ୍ଥା। ଏହା 1860 ରେଜିଷ୍ଟ୍ରସନ ଆଇନ ଦ୍ୱାରା ରେଜିଷ୍ଟ୍ରିଭୁକ୍ତ ଓ ନିଜର ସାଧାରଣ ପରିଷଦ ଓ କାର୍ଯ୍ୟ ନିର୍ବାହୀ ପରିଷଦ ଦ୍ୱାରା ପରିଚାଳିତ। ଓଡିଶା ସରକାରଙ୍କ ଶହେ ପ୍ରତିଶତ ଅନୁଦାନ ଦ୍ୱାରା ଏହା ପରିଚାଳିତ। ଦୀର୍ଘ ଚାରିବର୍ଷରୁ ଉର୍ଧ୍ଵ ହେଲା ଏହା ଏକ ଅର୍ଥ ଅନିୟମିତତା, ତୋଷରପାତ, ପ୍ରୀୟା ପ୍ରୀତି ପୋଷଣ ଓ ଦୁର୍ନୀତି ର ଗନ୍ତାଘର ପାଲଟିଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ନିକଟରେ ଅଭିଯୋଗ ହୋଇଛି।

    . ପ୍ରତିବର୍ଷ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ସଂସ୍କୃତି ବିଭାଗ କୋଟି କୋଟି ଟଙ୍କା ପ୍ରଦାନ କରୁଛି। କିନ୍ତୁ ଏକାଡେମୀ ସମ୍ବିଧାନ ଧାରା କୁ ଉଲଂଘନ କରାଯାଇ ସମସ୍ତ କାର୍ଯ୍ୟକ୍ରମ ର ଖର୍ଚ୍ଚ ହିସାବ ନିକାସ ଅର୍ଥ ସମିତି, କାର୍ଯ୍ୟ ନିର୍ବାହୀ ସମିତି ଓ ସାଧାରଣ ପରିଷଦ ର ବିନା ଅନୁମୋଦନ ରେ ବିନିଯୋଗ ପ୍ରମାଣ ପତ୍ର ( UC) ସଂସ୍କୃତି ବିଭାଗକୁ ପ୍ରଦାନ କରାଯାଉଛି। ତାର ଟିକି ନିଖି ହିସାବ ନିକାସ ଏକାଡେମୀ ର ଅର୍ଥ ସମିତି, କାର୍ଯ୍ୟ ନିର୍ବାହୀ ସମିତି ଓ ସାଧାରଣ ପରିଷଦ ର ଯାଞ୍ଚ ଓ ଅନୁମୋଦନ ପାଇଁ ଦିଆ ଯାଉନାହିଁ।

    ସେହିପରି କାର୍ଯ୍ୟ କାରି ସଦସ୍ୟଙ୍କ ସଭା ବିବରଣୀ ଚଞ୍ଚକତା ପୂର୍ବକ ବଦଳାଇ ଦିଆ ଯାଉଛି।
    . ବିଦାୟୀ ସଭାପତି ଓ ସଚିବ ଚଞ୍ଚକତା କରି ନିଜ ବାପାଙ୍କ ନାମରେ ବର ପୁତ୍ର ଜୟନ୍ତୀ ପାଇଁ ଉଭୟେ ଗତ ବର୍ଷ 50,000 ଟଙ୍କା ସରକାରଙ୍କ ଗୃହ ବିଭାଗ ର ଘୋଷଣା, ସଂସ୍କୃତି ବିଭାଗ, ଏକାଡେମୀ ର କାର୍ଯ୍ୟ ନିର୍ବାହୀ ସମିତି ଓ ସାଧାରଣ ପରିଷଦ ର ବିନା ଅନୁମୋଦନ ରେ ଚଞ୍ଚକତା କରି ନେଇଛନ୍ତି।
    . ବିଗତ 5 ବର୍ଷ ହେଲା ହିସାବ ନିକାସ ଅଡିଟର ଙ୍କ ଦ୍ୱାରା ଅଡିଟ ହେଇ ନାହିଁ ଓ ଅଡିଟ ରିପୋର୍ଟ ସଂସ୍କୃତି ବିଭାଗକୁ ପ୍ରଦାନ କରାଯାଇ ନାହିଁ ll
    . ସରକାର ଙ୍କ ପୁନଃ ନିଯୁକ୍ତି ନିୟମର ଉଲଂଘନ କରାଯାଇ ଜଣେ 68 ବର୍ଷ ବୟସ ର ଅବସର ପ୍ରାପ୍ତ ଷ୍ଟେନୋ ଗ୍ରାଫର ଙ୍କୁ resource person ହିସାବରେ ବର୍ତମାନ ମାସିକ 30,000 ଟଙ୍କା ଦରମା ହିସାବରେ ପୁନଃ ନିଯୁକ୍ତି ବିଗତ ଦଶ ବର୍ଷ ହେଲା ଦିଆ ଯାଉଛି। ଆଉ ଜଣେ ଅବସର ପ୍ରାପ୍ତ ବ୍ୟକ୍ତିଙ୍କୁ OSD ହିସାବରେ ପୁନଃ ନିଯୁକ୍ତି ମଧ୍ୟ ଦିଆ ଯାଇଛି।
    . ଏକାଡେମୀ ରେ ଦୁଇଜଣ କନିଷ୍ଟ ସହାୟକ ଓ ଦୁଇଜଣ କମ୍ପୁଟର ଅପାରେଟର ଦୀର୍ଘ ବର୍ଷ ଧରି ଅସ୍ଥାୟୀ ଭାବେ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ସେମାନଙ୍କୁ ନିୟମିତ ଓ ପଦୋନ୍ନତି ଦିଆ ନ ଯାଇ ଏ ଦୁଇଜଣ ଅବସର ପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦିଆ ଯାଇ ସରକାରୀ ରାଜକୋଷ ରୁ ଲକ୍ଷ ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି।
    7. ବିଗତ ବର୍ଷ ମାନଙ୍କରେ ବିଦାୟୀ ସଭାପତି ଙ୍କୁ ଅହେତୁକ ଅନୁକମ୍ପା ପ୍ରଦାନ କରାଯାଇ ତାଙ୍କ ନିଜର ଅନୁଷ୍ଠାନ କୁ ଲକ୍ଷ ଲକ୍ଷ ଟଙ୍କା ପ୍ରଦାନ କରା ଯାଇଛି।
    8. ଓଡ଼ିଶାର ଅନ୍ୟ ପ୍ରମୁଖ ଲୋକ କଳା ସମ୍ବଲପୁରୀ ନୃତ୍ୟ। ସେଥିପାଇଁ ପଶ୍ଚିମ ଓଡିଶା ରେ କୌଣସି ସରକାରୀ ତାଲିମ କେନ୍ଦ୍ର ନାହିଁ କିନ୍ତୁ ବର୍ତମାନ ର ଏକାଡେମୀ ସଚିବ ନିଜ ଜିଲ୍ଲା ଭବାନୀପାଟଣା ରେ ଗୋଟେ ଘୁମୁରା ତାଲିମ କେନ୍ଦ୍ର ଖୋଲି ସରକାରୀ ସହାୟତା ବର୍ଷକୁ 20 ଲକ୍ଷ ଟଙ୍କା ନେଉଛନ୍ତି।
    ସେହିପରି ଗଞ୍ଜାମ ରେ ପ୍ରହ୍ଲାଦ ନାଟକ ତାଲିମ କେନ୍ଦ୍ର ଓ ବାରିପଦା ରେ ଛଉ ନୃତ୍ୟ ତାଲିମ କେନ୍ଦ୍ର ପାଇଁ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଆସୁଥିଲେ ମଧ୍ୟ ତାହା ଠିକ ଭାବରେ ପରିଚାଳନା ହେଉଛି କି ନାହିଁ କିଛି ଅନୁସନ୍ଧାନ କରାଯାଉ ନାହିଁ ଓ କ୍ଷେତ୍ର ପରିଦର୍ଶନ କରି ଠିକ ଭାବରେ ଅର୍ଥ ବିନିଯୋଗ ର ପ୍ରମାଣ ପତ୍ର କାର୍ଯ୍ୟକାରୀ ସମିତି ରେ ଉପସ୍ଥାପନ କରା ଯାଉନାହିଁ।

    କଳାହାଣ୍ଡିର ଏକାଡେମୀ ସଚିବ ଙ୍କ ଜଣେ ନିଜ ଅନୁଗତ ଧ୍ୟାନ ପଣ୍ଡା ଓ ଗ୍ରୁପ ଙ୍କୁ ଅହେତୁକ ଅନୁକମ୍ପା ପ୍ରଦାନ କରାଯାଇ ଅନେକ କାର୍ଯ୍ୟକ୍ରମ ରେ ତାଙ୍କୁ ନୃତ୍ୟ ପରିବେଷଣ ପାଇଁ ସୁଯୋଗ ଦିଆଯାଇଛି ଓ ଅନ୍ୟ ପ୍ରତିଷ୍ଠିତ ଦଳ ମାନଙ୍କୁ ଉପେକ୍ଷା କରାଯାଉଛି।
    ସେହି ପରି ବିଭିନ୍ନ କାର୍ଯ୍ୟକ୍ରମ ରେ ନିର୍ଦ୍ଧିଷ୍ଟ କିଛି ଦଳ କୁ ଅହେତୁକ ଅନୁକମ୍ପା ପ୍ରଦାନ କରାଯାଇ ଅନ୍ୟ ଓଡ଼ିଶାର ପ୍ରତିଷ୍ଠିତ ଦଳ ମାନଙ୍କୁ ଉପେକ୍ଷା କରାଯାଉଛି ।
    ବିଭିନ୍ନ କାର୍ଯ୍ୟକ୍ରମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରା ଯାଉଥିଲେ ମଧ୍ୟ ଖର୍ଚ୍ଚ କାଗଜ ପତ୍ର କୁ ଚଞ୍ଚକତା ପୂର୍ବକ ଅନେକ ଜାଲିଆତି କରା ଯାଇ ଭାଉଚର ଦିଆ ଯାଉଛି।
    ଉପରୋକ୍ତ ବିଷୟ ରେ ସଂସ୍କୃତି ନିର୍ଦେଶାଳୟ ର କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀ ଙ୍କ ପ୍ରଚ୍ଛନ୍ନ ହାତ ରହିଛି। ସରକାର ଏ ଦିଗରେ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବା ସଂଗେ ସଂଗେ, ଅର୍ଥ ଅନିୟମିତତା ଓ ତୋଷରପାତ ର ଅନୁସନ୍ଧାନ କରାଯାଇ ବିହିତ ପଦକ୍ଷେପ ଓ ସ୍ୱତନ୍ତ୍ର ଅଡିଟ କରାଗଲେ ସମସ୍ତ ଜିନିଷ ଲୋକ ଲୋଚନକୁ ଆସିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.6 ° C
    23.6 °
    23.6 °
    50 %
    2.1kmh
    72 %
    Tue
    25 °
    Wed
    35 °
    Thu
    35 °
    Fri
    36 °
    Sat
    34 °

    ସମ୍ବନ୍ଧିତ