Monday, October 5, 2026
24.7 C
Odisha

    ଇରାନରେ ପୁଣି ଆତଙ୍କବାଦୀ କାଣ୍ଡ ! ତୈଳ ପାଇପଲାଇନକୁ ବିସ୍ଫୋରଣ କରି ଉଡ଼ାଇଲେ

    ଆଗକୁ ପଢନ୍ତୁ

    ତେହେରାନ: ବୁଧବାର ସକାଳେ ଇରାନରେ ହୋଇଥିବା ବିସ୍ଫୋରଣରେ ଏକ ପ୍ରାକୃତିକ ଗ୍ୟାସ ପାଇପଲାଇନ ଗୁରୁତରଭାବେ କ୍ଷତିଗ୍ରସ୍ତ ହୋଇଛି। ଜଣେ ଅଧିକାରୀ ଏହି ବିସ୍ଫୋରଣକୁ ଆତଙ୍କବାଦୀ କାର୍ଯ୍ୟ ବୋଲି କହିଛନ୍ତି। ଗାଜା ଉପତ୍ୟକାରେ ହାମାସ ବିରୋଧରେ ଇସ୍ରାଏଲର ଯୁଦ୍ଧ ମଧ୍ୟରେ ମଧ୍ୟପ୍ରାଚ୍ୟରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏହି ବିସ୍ଫୋରଣ ଯୋଗୁଁ ଇରାନର ପଶ୍ଚିମ ଚହରମହଲ ଓ ବଖତିଆରି ପ୍ରଦେଶରୁ କାସ୍ପିଆନ୍ ସାଗରର ଉତ୍ତରରେ ଥିବା ସହରକୁ ପ୍ରାକୃତିକ ଗ୍ୟାସ୍ ପାଇପ୍ ଲାଇନ୍ ପ୍ରଭାବିତ ହୋଇଛି। ତେବେ ଏ ନେଇ ଇରାନ ସରକାର ବିଶେଷ କିଛି ସୂଚନା ଦେଇନାହାନ୍ତି । ୧୨୭୦ କିଲୋମିଟର ଲମ୍ବର ଏହି ପାଇପଲାଇନ୍ ଇରାନର ଦକ୍ଷିଣରେ ଥିବା ଗ୍ୟାସ୍ ଫିଲ୍ଡ ହବ୍ ଆସାଲୁୟେହରୁ ଆରମ୍ଭ ହୋଇଛି। ଇରାନର ଗ୍ୟାସ ନେଟୱାର୍କ କଣ୍ଟ୍ରୋଲ ସେଣ୍ଟରର ମ୍ୟାନେଜର ସଇଦ ଅଘାଲି ଇରାନର ସରକାରୀ ଟେଲିଭିଜନକୁ କହିଛନ୍ତି ଯେ ଏକ କ୍ଷତିକାରକ ଏବଂ ଆତଙ୍କବାଦୀ କାର୍ଯ୍ୟ ଯୋଗୁଁ ପାଇପଲାଇନ ନିକଟବର୍ତ୍ତୀ ଅନେକ ଅଞ୍ଚଳରେ ବିସ୍ଫୋରଣ ଘଟିଛି।

    ବିସ୍ଫୋରଣ ପାଇଁ ଅଘାଲି କୌଣସି ସନ୍ଦିଗ୍ଧ କିମ୍ବା ଗୋଷ୍ଠୀର ନାମ ଉଲ୍ଲେଖ କରିନାହାଁନ୍ତି। ଅତୀତରେ ଦକ୍ଷିଣ-ପଶ୍ଚିମ ଇରାନରେ ତୈଳ ପାଇପଲାଇନ ଉପରେ ହୋଇଥିବା ଆକ୍ରମଣ ପାଇଁ ଆରବ ବିଚ୍ଛିନ୍ନତାବାଦୀମାନେ ନିଜକୁ ଦାୟୀ କରିଛନ୍ତି। ତେବେ ପାଇପ୍ ଲାଇନ୍ ଭଳି ଭିତ୍ତିଭୂମି ଉପରେ ଏଭଳି ଆକ୍ରମଣ ଅତ୍ୟନ୍ତ ବିରଳ ଘଟଣା ବୋଲି କୁହାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    80 %
    1.3kmh
    0 %
    Mon
    24 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ