Sunday, February 8, 2026
13.2 C
Odisha

    ବୋଲେରୋ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ

    ଆଗକୁ ପଢନ୍ତୁ

    ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଟେଭାପଦର ଛକ ଠାରେ ବୋଲେରୋ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଟେଭାପଦର ଗାଁ ର ପ୍ରେମାନନ୍ଦ କ୍ଷେତି (୭୦ )। ସେ ଘରୁ ବାହାରି ସଡ଼କକୁ ଆସୁଥିବା ବେଳେ ରେଢ଼ାଖୋଲ ପଟରୁ ଆସୁଥିବା ଏକ ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା l ସୁବଳୟା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଦୁର୍ଘଟଣା ଘଟାଇଥିବା ବୋଲୋରୋକୁ ଜବତ କରିଛି । ବୋଲେରୋ ଗାଡ଼ି ଡ୍ରାଇଭରକୁ ପୁଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି l ମୃତକଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ସହୟତା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତା ରୋକ କରାଯାଇଛି l ଫଳରେ ରେଢ଼ାଖୋଲ-ବୀରମହାରାଜପୁର ରାସ୍ତା ଯିବା ଆସିବାରେ ଅସୁବିଧା ସୃଷ୍ଟି ହୋଇଛି l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    13.2 ° C
    13.2 °
    13.2 °
    30 %
    1.5kmh
    2 %
    Sun
    29 °
    Mon
    31 °
    Tue
    32 °
    Wed
    33 °
    Thu
    34 °

    ସମ୍ବନ୍ଧିତ