Thursday, March 19, 2026
21 C
Odisha

    ଅଲମ୍ପିକ୍ସ ହକି: ଭାରତ-ଆର୍ଜେଣ୍ଟିନା ମ୍ୟାଚ୍ ଡ୍ର

    ଆଗକୁ ପଢନ୍ତୁ

    ପ୍ୟାରିସ୍: ୨୦୨୪ ପ୍ୟାରିସ୍ ଅଲମ୍ପିକ୍ସରେ ହକିର ପୁଲ୍-‘ବି’ର ଦ୍ୱାଦଶ ମ୍ୟାଚ୍‌ରେ ଭାରତ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଡ୍ର ରହିଛି। ପ୍ୟାରିସ୍ ଅଲିମ୍ପିକ୍ସରେ ଦ୍ୱିତୀୟ ମ୍ୟାଚ୍ ହାରୁ ହାରୁ ଭାରତୀୟ ହକି ଦଳ ରକ୍ଷା ପାଇଛି। ନିଜଠାରୁ କମ୍ ମାନ୍ୟତା ଆର୍ଜେଣ୍ଟିନା ବିପକ୍ଷରେ ଖେଳି ଟିମ୍ ଇଣ୍ଡିଆକୁ ଦ୍ୱିତୀୟ କ୍ୱାର୍ଟରରେ ଆର୍ଜେଣ୍ଟିନା ଗୋଲ୍ ଦେଇଥିଲା। ସମସ୍ତ ଚେଷ୍ଟା ସ‌‌ତ୍ତ୍ବେ ଆର୍ଜେଣ୍ଟିନା ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଏହି ଅଗ୍ରଣୀ ବଜାୟ ରଖିବାରେ ସଫଳ ହୋଇଥିଲା। ତେବେ ମ୍ୟାଚ୍ ୨ ମିନିଟରୁ କମ୍ ସମୟ ବାକି ଥିବାବେଳେ ହରମାନପ୍ରୀତ ସିଂ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ସ୍ଥିତିକୁ ୧-୧କୁ ଆଣିଥିଲେ। ଏହି ମ୍ୟାଚ୍‌ରେ ଭାରତକୁ ୧୦ ଟି ପେନାଲ୍ଟି କର୍ଣ୍ଣର ମିଳିଥିଲା, କିନ୍ତୁ ଟିମ୍ ଇଣ୍ଡିଆ କେବଳ ଗୋଟିଏ ଗୋଲ୍ ସ୍କୋର କରିପାରିଥିଲା।

    ଦ୍ୱିତୀୟ କ୍ୱାର୍ଟରରେ ଆର୍ଜେଣ୍ଟିନା ଗୋଟିଏ ଗୋଲ ସ୍କୋର କରିଥିଲ। ଲୁକାସ ମାର୍ଟିନେଜ ୨୨ ମିନିଟରେ ଗୋଲ ସ୍କୋର କରି ଭାରତକୁ ପଛୁଆ କରିଥିଲେ। ଟିମ୍ ଇଣ୍ଡିଆ ମ୍ୟାଚ୍‌କୁ ସମାନ କରିବାକୁ ଚେଷ୍ଟା କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21 ° C
    21 °
    21 °
    70 %
    1.6kmh
    100 %
    Thu
    33 °
    Fri
    33 °
    Sat
    34 °
    Sun
    35 °
    Mon
    36 °

    ସମ୍ବନ୍ଧିତ