Sunday, October 4, 2026
22.7 C
Odisha

    ସୁସ୍ଥ ଅଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ; ସୂଚନା ଦେଲେ ଡାକ୍ତର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସୁସ୍ଥ ଅଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ଆରଏମଏଲ ହସ୍ପିଟାଲ ଡାକ୍ତର ସୂଚନା ଦେଇଛନ୍ତି। ରକ୍ତଚାପ ସ୍ଥିର ରହିଥିବାବେଳେ ତାଙ୍କର ସାମାନ୍ୟ ମୁଣ୍ଡ ବୁଲାଉଥିବା ଡାକ୍ତର ଅଜୟ ଶୁକ୍ଳା କହିଛନ୍ତି । ଏବେ ପ୍ରତାପ ଷଡ଼ଙ୍ଗୀଙ୍କ ସହ ସାଂସଦ ମୁକେଶ ରାଜପୁତ ମଧ୍ୟ ଆଇସିୟୁରେ ଅଛନ୍ତି। ମେଡାକିଲ ଟିମ୍‌ର ସ୍ୱାସ୍ଥ୍ୟ ଅନୁଧ୍ୟାନ ପରେ ତାଙ୍କୁ ଜେନେରାଲ ବେଡ୍‌କୁ ଅଣାଯିବ । ତାଙ୍କର ଏମ୍‌ଆରଆଇ ଓ ସିଟିସ୍କାନ୍‌ ରିପୋର୍ଟ ସବୁ ଠିକ୍‌ଠାକ୍‌ ରହିଛି । ଆଜି ମଧ୍ୟ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ହସ୍ପିଟାଲ ଯାଇ ଦୁଇ ସାଂସଦଙ୍କୁ ଭେଟିଛନ୍ତି ।

    ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଡକ୍ଟର ବିଆର୍‌ ଆ‌ମ୍ବେଦକରଙ୍କ ସଂପର୍କିତ ବୟାନକୁ ନେଇ ଗୁରୁବାର ଦିନ ସଂସଦରେ ଉତ୍ତେଜନା ଦେଖାଦେଇଥିଲା। ଏହାରି ମଧ୍ୟରେ ବିଜେପି ସାଂସଦ ଦାବି କରିଛନ୍ତି ଯେ ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଠେଲି ଦେଇଥିଲେ। ଫଳରେ ଉକ୍ତ ସାଂସଦ ଜଣକ ବାଲେଶ୍ବରର ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଦେହରେ ପିଟି ହୋଇଯିବାରୁ ତଳେ ପଡ଼ି ନନାଙ୍କ ମୁଣ୍ଡ ଫାଟି ରକ୍ତ ବାହାରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    74 %
    1.5kmh
    1 %
    Sat
    22 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ