Wednesday, October 14, 2026
26.2 C
Odisha

    ଏକ କୋଟି ହିନ୍ଦୁ ଶରଣାର୍ଥୀ ବାଂଲାଦେଶରୁ ପଶ୍ଚିମବଙ୍ଗ ଆସିବେ, ପ୍ରସ୍ତୁତ ରୁହନ୍ତୁ ବୋଲି କହିଲେ ଶୁଭେନ୍ଦୁ…

    ଆଗକୁ ପଢନ୍ତୁ

    କୋଲକାତା: ବାଂଲାଦେଶରେ ଚାଲିଥିବା ହିଂସାତ୍ମକ ବିରୋଧ ମଧ୍ୟରେ ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେଇଛନ୍ତି ଏବଂ ଦେଶ ଛାଡିଛନ୍ତି। ଏହି କାରଣରୁ ଭାରତ ମଧ୍ୟ ଚିନ୍ତାରେ ପଡିଛି। ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ବାଂଲାଦେଶରୁ ଏକ କୋଟି ହିନ୍ଦୁ ଶରଣାର୍ଥୀ ପଶ୍ଚିମବଙ୍ଗକୁ ଆସିବାକୁ ଯାଉଛନ୍ତି, ତେଣୁ ରାଜ୍ୟ ଏନେଇ ପ୍ରସ୍ତୁତ ହେବା ଉଚିତ୍। ଶୁଭେନ୍ଦୁ କହିଛନ୍ତି ବାଂଲାଦେଶରେ ହିନ୍ଦୁମାନଙ୍କର ନରସଂହାର ଘଟୁଛି, ଯେଉଁଥିରେ ରଙ୍ଗପୁରରେ ମ୍ୟୁନିସିପାଲିଟି କାଉନସିଲର ହରଧନ ନାୟକଙ୍କ ହତ୍ୟା ଏବଂ ସିରାଜଗଞ୍ଜର ପୁଲିସ୍ ଷ୍ଟେସନରେ ୧୩ ଜଣ ପୋଲିସ କର୍ମଚାରୀଙ୍କ ହତ୍ୟା ଅନ୍ତର୍ଭୁକ୍ତ। ସେଥିମଧ୍ୟରୁ ୯ ଜଣ ହିନ୍ଦୁ ଅଛନ୍ତି। ନୋଆଖଲିରେ ହିନ୍ଦୁମାନଙ୍କ ଘର ପୋଡି ପାଉଁଶ ହୋଇଯାଇଛି।

    ଶୁଭେନ୍ଦୁ ଏହି ପ୍ରସଙ୍ଗରେ ଭାରତ ସରକାରଙ୍କ ସହ ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି। ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ବିଷୟରେ ଶୁଭେନ୍ଦୁ କହିଛନ୍ତି ଯେ ଧାର୍ମିକ ନିର୍ଯାତନାର ଶିକାର ହୋଇଥିବା ଲୋକଙ୍କୁ ସାହାଯ୍ୟ କରାଯିବ ଆଇନରେ ଏହା ସ୍ପଷ୍ଟ ହୋଇଛି। ତିନି ଦିନ ମଧ୍ୟରେ ଯଦି ପରିସ୍ଥିତିକୁ ନିୟନ୍ତ୍ରଣ କରା ନ ଯିବ ତେବେ ବାଂଲାଦେଶ କଠୋରପନ୍ଥୀମାନଙ୍କ ହାତରେ ପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି।
    ବାଂଲାଦେଶରେ ହିଂସା ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ସଂରକ୍ଷଣ ସଂସ୍କାରର ଦାଦି ସହିତ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ବର୍ତ୍ତମାନ ସରକାରଙ୍କୁ ପରିବର୍ତ୍ତନ କରିବା ପାଇଁ ଏକ ଆନ୍ଦୋଳନରେ ପରିଣତ ହୋଇଛି। ସରକାରଙ୍କ ଇସ୍ତଫା ଏବଂ ସରକାରୀ ସମର୍ଥକ ଏବଂ ବିରୋଧ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷରେ ଶତାଧିକ ଲୋକ ଆହତ ହୋଇଛନ୍ତି। ବିକ୍ଷୋଭକାରୀମାନେ ପୁଲିସ୍ ଷ୍ଟେସନ, ଆଉଟପୋଷ୍ଟ, ଶାସକ ଦଳ କାର୍ଯ୍ୟାଳୟ ଏବଂ ନେତାଙ୍କ ବାସଭବନ ଉପରେ ଆକ୍ରମଣ କରି ଅନେକ ଗାଡିରେ ନିଆଁ ଲଗାଇ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ