Tuesday, September 29, 2026
29.2 C
Odisha

    ପ୍ରତି ତିନି ପିଲାରେ ଜଣକର ଆଖି ଖରାପ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଏକ ନୂତନ ବିଶ୍ଳେଷଣ ଅନୁଯାୟୀ, ସାରା ବିଶ୍ୱରେ ପିଲାଙ୍କ ଦୃଷ୍ଟିଶକ୍ତି ଖରାପ ହେବାରେ ଲାଗିଛି ଏବଂ ପ୍ରତି ତିନି ଜଣଙ୍କ ମଧ୍ୟରୁ ଜଣେ ଏବେ ନିକଟ ଦୃଷ୍ଟିଦୋଷ ବା ମାୟୋପିଆ ରୋଗରେ ପୀଡ଼ିତ। କୋଭିଡ୍-୧୯ ମହାମାରୀ ପରଠାରୁ ଏହି ଧାରା ବୃଦ୍ଧି ପାଇଛି ବୋଲି ବିବିସି ରିପୋର୍ଟ କରିଛି। ମାୟୋପିଆ ଏକ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ସ୍ୱାସ୍ଥ୍ୟ ସଙ୍କଟ ଭାବରେ ଉଭା ହେଉଛି, ଯାହା ୨୦୫୦ ସୁଦ୍ଧା ଲକ୍ଷ ଲକ୍ଷ ପିଲାଙ୍କୁ ପ୍ରଭାବିତ କରିବ ବୋଲି ଆକଳନ କରାଯାଇଛି। ଲକ୍‌ଡାଉନ୍ କାରଣରୁ ସ୍କ୍ରିନ୍ ଟାଇମ୍ (କମ୍ପ୍ୟୁଟର ଓ ମୋବାଇଲ ବ୍ୟବହାର) ବୃଦ୍ଧି ଓ ବାହାରେ କାର୍ଯ୍ୟକଳାପ ହ୍ରାସ ଯୋଗୁଁ ଏହି ସମସ୍ୟା ବୃଦ୍ଧି ପାଇଥିବା କୁହାଯାଉଛି।

    ଅଧ୍ୟୟନ ଅନୁଯାୟୀ, ଜାପାନରେ ୮୫ ପ୍ରତିଶତ ଏବଂ ଦକ୍ଷିଣ କୋରିଆରେ ୭୩ ପ୍ରତିଶତ ପିଲା ପ୍ରଭାବିତ ହୋଇଥିବା ବେଳେ ଏସିଆରେ ଏହି ହାର ସର୍ବାଧିକ ରହିଛି। ଚୀନ୍ ଓ ରୁଷ୍‌ରେ ମଧ୍ୟ ୪୦ ପ୍ରତିଶତରୁ ଅଧିକ ଶିଶୁ ପ୍ରଭାବିତ ହୋଇଛନ୍ତି। ବ୍ରିଟିସ ଜର୍ଣ୍ଣାଲ ଅଫ୍ ଅଫ୍‌ଥାଲ୍‌ମୋଲୋଜିରେ ପ୍ରକାଶିତ ଏହି ଗବେଷଣାରେ ୬ଟି ମହାଦେଶର ୫୦ଟି ଦେଶର ୫୦ ଲକ୍ଷରୁ ଅଧିକ ଶିଶୁ ଓ କିଶୋରଙ୍କ ତଥ୍ୟକୁ ବିଶ୍ଳେଷଣ କରାଯାଇଥିଲା। ପାରାଗୁଏ ଓ ଉଗାଣ୍ଡାରେ ସର୍ବନିମ୍ନ ସ୍ତର ପ୍ରାୟ ୧ ପ୍ରତିଶତ ଥିବା ବେଳେ ବ୍ରିଟେନ, ଆୟର୍ଲାଣ୍ଡ ଓ ଆମେରିକାରେ ଏହା ପ୍ରାୟ ୧୫ ପ୍ରତିଶତ ରହିଛି। ଏହି ରିପୋର୍ଟରୁ ଜଣାପଡିଛି ଯେ ୧୯୯୦ରୁ ୨୦୨୩ ମଧ୍ୟରେ ବିଶ୍ୱବ୍ୟାପୀ ମାୟୋପିଆ ହାର ତିନିଗୁଣ ବୃଦ୍ଧି ପାଇଛି, ଯାହା ବର୍ତ୍ତମାନ ୩୬ ପ୍ରତିଶତ ଶିଶୁଙ୍କୁ ପ୍ରଭାବିତ କରିଛି ଏବଂ ମହାମାରୀ ପରେ ଏହା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ମାୟୋପିଆ ସାଧାରଣତଃ ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ ହୁଏ ଏବଂ ପ୍ରାୟ ୨୦ ବର୍ଷ ବୟସ ବେଳକୁ ଅଧିକ ଖରାପ ହୋଇଯାଇଥାଏ।

    ମାୟୋପିଆ ପାଇଁ ଜେନେଟିକ୍ସର ଅବଦାନ ରହିଥିବା ବେଳେ ପରିବେଶଗତ କାରଣ ଆଶଙ୍କା ବଢାଇଥାଏ। ସିଙ୍ଗାପୁର ଓ ହଂକଂ ଭଳି ସ୍ଥାନରେ ପିଲାମାନେ ବହି ଓ ସ୍କ୍ରିନ୍ ଉପରେ ଅଧିକ ସମୟ ବିତାନ୍ତି, ଯାହା ସେମାନଙ୍କ ଆଖିର ମାଂସପେଶୀକୁ ଚାପ ଦେଇ ରୋଗ ବଢ଼ାଇଥାଏ।  ୨୦୫୦ ବେଳକୁ ମାୟୋପିଆ ପୃଥିବୀର ଅଧାରୁ ଅଧିକ କିଶୋରଙ୍କୁ ପ୍ରଭାବିତ କରିପାରେ। ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ ବାଳିକା ଓ ଯୁବତୀମାନେ ଅଧିକ ଅସୁରକ୍ଷିତ ହୋଇପାରନ୍ତି, କାରଣ ସେମାନେ  ବିଦ୍ୟାଳୟରେ ପଢ଼ିବା ସମୟରେ ବାହାରେ କମ୍ ସମୟ ବିତାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    68 %
    2.5kmh
    8 %
    Tue
    29 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ