Tuesday, September 29, 2026
30.1 C
Odisha

    ହୋମଗାର୍ଡଙ୍କ ନିଯୁକ୍ତି ନେଇ ଏହା କହିଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଲୋକସେବା ଭବନରେ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ମିଳିତ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ସମ୍ବୋଧନ କରିଛନ୍ତି। ଏହି ଅବସରରେ ବିଗତ ସରକାରରେ ହୋମଗାର୍ଡଙ୍କ ନିଯୁକ୍ତିକୁ ବନ୍ଦ କରିଥିଲେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଆମ ସରକାରରେ ହୋମଗାର୍ଡଙ୍କ ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଉଛି।ହୋମଗାର୍ଡମାନେ ସବୁଠୁ ଅଧିକ କାମ କରିଥାନ୍ତି, ତାଙ୍କୁ କେହି ପଚାରନ୍ତିନି।

    କାର୍ୟ୍ୟରତ ହୋମଗାର୍ଡଙ୍କ ମୃତ୍ୟୁ ହେଲେ କ୍ଷତିପୂରଣ ଦେବାକୁ ଯୋଜନା ଚାଲିଛି। ମତ୍ୟୁ ପରେ ପରିବାରର ଜଣଙ୍କୁ ଚାକିରି ଦେବାକୁ ମଧ୍ୟ ଯୋଜନା ଚାଲିଛି। ଆଉ ୧୦ଟି ଓଡ୍ରାଫ୍‌ ୟୁନିଟ ବଢ଼ାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
    ଏହାଛଡ଼ା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦୁର୍ନୀତି, ଅନିୟମିତତା ଓ କ୍ଷମତା ଦୁରୁପଯୋଗକୁ ବରଦାସ୍ତ କରାଯିବନି । ମୁଁ ନିଜେ ଭୁକ୍ତଭୋଗୀ । ତେଣୁ ଆମ ସରକାର ଏଥିପ୍ରତି ଗୁରୁତ୍ୱ ଦେବେ । ଆଜି ଅନୁଷ୍ଠିତ ଜିଲ୍ଲାପାଳ ଓ ଏସପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏହା କହିଛନ୍ତି ।
    ଏହାଛଡ଼ା ସେ କହିଛନ୍ତି ଯେ ଥାନା ଅଦôକାରୀମାନେ ଫାଣ୍ଡିକୁ ଯାଇ ସ୍ଥିତି ଅନୁଧ୍ୟାନ କରନ୍ତୁ । ପୁଲିସର ବ୍ୟବହାର ପୁରା ଜିଲ୍ଲା ଓ ସମାଜ ଉପରେ ପଡ଼ିଥାଏ । ପୁଲିସର ଥିମ ‘ସେବା ଓ ସୁରକ୍ଷା’କୁ ପାଳନ କରନ୍ତୁ । ଓଡ଼ିଶାକୁ ବହୁତ ଆଗକୁ ନେବାର ଅଛି । ସାଥୀରେ କାମ କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    61 %
    3kmh
    10 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ