Sunday, October 4, 2026
24.3 C
Odisha

    ପୁଣି ସୀମାନ୍ତରେ ଏନକାଉଣ୍ଟର, ଜଣେ ନକ୍ସଲ ମୃତ

    ଆଗକୁ ପଢନ୍ତୁ

    ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ନକ୍ସଲଙ୍କୁ ଆଉ ତ୍ରାହୀ ନାହିଁ। ଯବାନମାନେ ଲଗାତାର ନକ୍ସଲଙ୍କ ପିଛା କରି ସେମାନଙ୍କୁ ଧରାଶାୟୀ କରୁଛନ୍ତି। ଗତ ତିନି ଦିନ ତଳେ ନାରାୟଣପୁର ଏବଂ ଦନ୍ତେୱାଡା ସୀମାନ୍ତରେ ୩୧ ଜଣ ନକ୍ସଲଙ୍କୁ କରିଥିବା ବେଳେ ଏବେ ପୁଣି ସୀମାନ୍ତ ସୁକମାରେ ନକ୍ସଲ ସହ ସାମ୍ନାସାମ୍ନି ହୋଇଛି ପୁଲିସ। ଏହି କ୍ରମରେ ଆଜି ସୁକମା ଜିଲ୍ଲା ଅନ୍ତର୍ଗତ କିଷ୍ଟରାମ ଥାନା ଅଞ୍ଚଳର କୋଣ୍ଟା ଏବଂ କିଷ୍ଟରାମ ସୀମାନ୍ତ ଜଙ୍ଗଲର ପମଲୁରରେ ନକ୍ସଲ ଓ ପୁଲିସ ମଧ୍ୟରେ ନକ୍ସଲ ଗୁଳିବିନିମୟ ଘଟିଛି। ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ପରେ ଘଟଣାସ୍ଥଳରେ ଯବାନ ସର୍ଚ୍ଚ  ଅପରେସନ କରୁଥିବା ବେଳେ କିଷ୍ଟରାମ ଏରିଆ କମିଟି ସଦସ୍ୟ ଲୋକେଶର ମୃତ୍ୟୁ ହୋଇଛି। ଘଟଣାସ୍ଥଳରୁ ମାଓ ସାମଗ୍ରୀ ଜବତ କରାଯାଇଛି। ଏବେ ବି ରହି ରହି ଗୁଳିବିନିମୟ ଚାଲିଥିବା ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ