Wednesday, October 23, 2024
21.7 C
Odisha

    ପୁରୀରେ ମହାପ୍ରଭୁଙ୍କ ଭଉଁରୀ ଯାତ୍ରା ସମୟରେ ବଡ ଅଘଟଣ । ବାଣ ବିସ୍ଫୋରଣ ଘଟି ଜଣେ ମୃତ, ୩୫ରୁ ଅଧିକ ଆହତ

    ଆଗକୁ ପଢନ୍ତୁ

    ପୁରୀରେ ମହାପ୍ରଭୁଙ୍କ ଭଉଁରୀ ଯାତ୍ରା ସମୟରେ ଅଘଟଣ । ନରେନ୍ଦ୍ର ପୁଷ୍କରିଣୀ ନିକଟରେ ବାଣ ବିସ୍ଫୋରଣ ଘଟି ଜଣଙ୍କ ମୃତ୍ୟୁ ଓ ୩୫ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୩ ଜଣ ଶିଶୁ ଗୁରୁତର ଥିବା ସୂଚନା ମିଳିଛି । ସମସ୍ତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପୁରୀ ମେଡିକାଲକୁ ନିଆଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ପ୍ରାୟ ୨୮ ଜଣଙ୍କୁ କଟକ ଓ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି ।ଭଉଁରୀ ଯାତ୍ରା ବେଳେ ବାଣ ବିସ୍ଫୋରଣ ଖବର ପରେ ଏସସିବି ମେଡିକାଲରେ ପହଂଚି ମୁଖ୍ୟ ଶାସନ ସଚିବ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଥିଲେ । ଏସସିବିକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ଆହତଙ୍କୁ ମେଡିକାଲରେ ଡେଡ ରିସିଭ କରାଯାଇଛି । ମୃତକ ଜଣକ ମାଟିପଡା ଅଞ୍ଚଳର ରିଷିକେଶ କର୍ମକାର ବୋଲି ଜଣା ପଡିଛି । ଆଉ ଏବେ ଏସସିବିରେ ୭ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ଭୁବନେଶ୍ୱର ହାଇଟେକ ହସ୍ପିଟାଲରେ ୮ ଜଣ ଆହତ, ସମ୍ ହସ୍ପିଟାଲରେ ୨ ଜଣ, ସମ ଅଲଟିମେଟମରେ ୩ ଜଣ, ଏମ୍ସରେ ୨ଜଣ ଆହତ ଚିକିତ୍ସିତ ହେଉଛନ୍ତି । ଆହତ ଚିକିତ୍ସିତ ହେଉଥିବା ସବୁ ଘରୋଇ ଓ ସରକାରୀ ଡାକ୍ତରଖାନାରେ ଆହତଙ୍କୁ ସବୁ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଆହତଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବା ପରେ ପରବର୍ତି ସମୟରେ ଘଟଣାର ତଦନ୍ତ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ପିକେ ଜେନା କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ