Saturday, March 28, 2026
28 C
Odisha

    OPSC ବିଜ୍ଞପ୍ତି; ପୂରଣ ହେବ ଆସିଷ୍ଟାଣ୍ଟ କେମିଷ୍ଟ ପଦବୀ

    ଆଗକୁ ପଢନ୍ତୁ

    ଓଡିଶା ଲୋକସେବା ଆୟୋଗ (ଓପିଏସସି) ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଆସିଷ୍ଟାଣ୍ଟ କେମିଷ୍ଟ ପଦବୀରେ ନିଯୁକ୍ତି ହେବ। ଏଥିପାଇଁ ଫେବୃଆରୀ 12ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ଏବଂ ମାର୍ଚ୍ଚ 16ରେ ଶେଷ ହେବ। ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ www.opsc.gov.in ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରେବ…

    OPSC ନିଯୁକ୍ତି ବିବରଣୀ 

    ମୋଟ 22ଟି ଆସିଷ୍ଟାଣ୍ଟ କେମିଷ୍ଟ ପୋଷ୍ଟ ଖାଲି ପଡିଛି। ସେଥି ମଧ୍ୟରୁ…

    • UR: 11ଟି ପୋଷ୍ଟ
    • SEBC: 2ଟି ପୋଷ୍ଟ
    • SC: 4ଟି ପୋଷ୍ଟ
    • ST: 5ଟି ପୋଷ୍ଟ

    22 ଟି ପୋଷ୍ଟ ମଧ୍ୟରୁ 8 ଟି ପୋଷ୍ଟ ମହିଳାଙ୍କ ପାଇଁ ସଂରକ୍ଷିତ।

    ଶିକ୍ଷାଗତ ଯୋଗ୍ୟତା 
    ଆବେଦନକାରୀମାନେ ରସାୟନ ବିଜ୍ଞାନ (chemistry)ରେ ଅତି କମରେ 50 ପ୍ରତିଶତ ମାର୍କ ସହ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ଏହା ବ୍ୟତୀତ applied chemistry, industrial chemistry, analytical chemistry ରେ ପିଜି ଡିଗ୍ରୀ ଅନ୍ତର୍ଭୂକ୍ତ ହୋଇପାରେ।

    ବୟସ ସୀମା
    ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ 21 ବର୍ଷ ଏବଂ ଜାନୁଆରୀ 1, 2024 ସୁଦ୍ଧା ସର୍ବାଧିକ ବୟସ 38 ବର୍ଷ ହୋଇଥିବା ଦରକାର।

    ଚୟନ ପ୍ରକ୍ରିୟା
    ଲିଖିତ ପରୀକ୍ଷା ଏବଂ ମୌଖିକ ପରୀକ୍ଷା (ଇଣ୍ଟର୍ଭ୍ୟୁ) ହେବ।

    କିପରି ଆବେଦନ କରିବେ 
    Www.opsc.gov.in ଅଫିସିଆଲ୍ ୱେବସାଇଟ୍ ଭିଜିଟ୍ କରନ୍ତୁ
    ହୋମପେଜ୍ ଓପନ୍ କରି “Apply” ଲେଖାଥିବା ଲିଙ୍କରେ କ୍ଲିକ୍ କରନ୍ତୁ
    ଆବଶ୍ୟକ ବିବରଣୀ ସହିତ ଆବେଦନ ଫର୍ମ ପୂରଣ କରନ୍ତୁ
    ନିର୍ଦ୍ଦେଶାବଳୀରେ ଉଲ୍ଲେଖିତ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ
    ଭବିଷ୍ୟତ ରେଫରେନ୍ସ ପାଇଁ ଦାଖଲ ହୋଇଥିବା ଆବେଦନର ଏକ ପ୍ରିଣ୍ଟଆଉଟ୍ ରଖନ୍ତୁ `ଅଧିକ ବିବରଣୀ ପାଇଁ, ଅଫିସିଆଲ୍ ୱେବସାଇଟ୍ ଚେକ୍ କରନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    28 ° C
    28 °
    28 °
    32 %
    2.2kmh
    23 %
    Sat
    28 °
    Sun
    40 °
    Mon
    41 °
    Tue
    39 °
    Wed
    41 °

    ସମ୍ବନ୍ଧିତ