Sunday, October 4, 2026
28.6 C
Odisha

    ମାସେ ହେବ ନିଜର ମିଥ୍ୟା ମୃତ୍ୟୁ ଖବର ପ୍ରଚାର କରିବା ପାଇଁ ‌ଯୋଜନା କରୁଥିଲେ ପୁନମ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ମୃତ୍ୟୁ ଖବର ଚାଞ୍ଚଲ୍ୟ ଖେଳାଇ ଦେଇଛି। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କି ଅଭିନେତ୍ରୀ ଏମିତି ମୃତ୍ୟୁ ଖବର କେମିତି ପ୍ରଚାର କରି ପାରିଲେ।ତେବେ ଜଣାପଡ଼ିଛି କି ପୁନମ ତାଙ୍କର ଏଭଳି ମିଥ୍ୟା ମୃତ୍ୟୁ ଖବରକୁ ପ୍ରଚାର କରିବା ପାଇଁ ମାସେ ହେବ ଯୋଜନା କରିଥିଲେ। ଏହି ଘଟଣାକୁ ନେଇ ପୁନମ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ସର୍ଭିକାଲ୍‌ କର୍କଟରୋଗର ସଚେତନାତା ପାଇଁ ମୁଁ ଏହି ପଦକ୍ଷେପ ଉଠାଇଛି। ଜାଣିଥିଲି ମୋର ଏଭଳି ପ୍ରଚାରକୁ ନେଇ ଲୋକେ ଅସ‌ନ୍ତୁଷ୍ଟ ହେବେ। ତଥାପି ମୁଁ ଏଭଳି ପ୍ରଚାର କଲି। ଯଦି ଏହା ଦ୍ବାରା କାହାକୁ ଦୁଃଖ ପହଞ୍ଚିଛି ସେଥିପାଇଁ ମୁଁ ଦୁଃଖୀତ।’

    ଗତ ଶୁକ୍ରବାର ବିବାଦୀୟ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ପରଲୋକ ହୋଇଥିବା ଖବରକୁ ତାଙ୍କ ମ୍ୟାନଜର ସୋସିଆଲ ମିଡିଆ ଜରିଆରେ ଜଣାଇଥିଲେ। ଏହାପରେ ଗତ ଶନିବାର ଦିନ ୩୨ ବର୍ଷୀୟା ପୁନମ ପାଣ୍ଡେ ନିଜେ ଘୋଷଣା କରି କହିଥିଲେ କି, ସେ ବଞ୍ଚିଛନ୍ତି। କର୍କଟରୋଗ ସମ୍ବନ୍ଧରେ ହୃଦ୍‌ବୋଧ ହେବା ପରି ଜନସଚେତନା ପ୍ରସାର ଲାଗି ସେ ଏଭଳି ମିଥ୍ୟା ଖବର ପ୍ରକାଶ କରିଥିଲେ। ମିଥ୍ୟା ମୃତ୍ୟୁ ଖବର ପ୍ରଚାର କରିଥିବା ଘଟଣାକୁ ନେଇ ପୁନମ ପାଣ୍ଡେଙ୍କ ବିରୋଧରେ ଓକିଲ ଅଲି କାଶିଫ ଖାନ ଦେଶମୁଖ ଅଭିଯୋଗ କରିବା ସହିତ ଅଭିନେତ୍ରୀଙ୍କ ମ୍ୟାନଜର ନିକିତା ଶର୍ମା ଓ ଏଜେନ୍ସିଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୪୧୭, ୪୨୦, ୧୨୦ବି, ୩୪ ଆଧାରରେ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ