Monday, October 5, 2026
31.3 C
Odisha

    ଠିକ୍‌ରେ ଚାଲୁନି OSSSC ୱେବ୍‌ସାଇଟ୍‌: ପୁଣି ବଢିଲା ଆବେଦନ ପ୍ରକ୍ରିୟା

    ଆଗକୁ ପଢନ୍ତୁ

    ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(ଓଏସ୍‌ଏସ୍‌ଏସ୍‌ସି)ର ୱେବ୍‌ସାଇଟ୍‌ ଠିକ ଭାବେ କାର୍ଯ୍ୟ କରୁ ନ ଥିବାରୁ କମ୍ବାଇନ୍‌ଡ ରିକ୍ରୁଟ୍‌ମେଣ୍ଟ ଏକ୍‌ଜାମ୍‌ର ଆବେଦନ ଅବଧି ବାରମ୍ବାର ବୃଦ୍ଧି କରାଯାଉଛି। ଦୁଇ ମାସ ହେଲାଣି ଆବେଦନ ପ୍ରକ୍ରିୟା ଜାରି ରହିଥିଲେ ମଧ୍ୟ ଆଶାୟୀମାନେ ଆବେଦନ କରିପାରୁନାହାନ୍ତି। ଶୁକ୍ରବାର ପୁଣି ଆବେଦନ ଅବଧିକୁ ମାସେ ବଢ଼ାଇଛି ଓଏସ୍‌ଏସ୍‌ଏସ୍‌ସି। ଅନ୍ୟପଟେ ଆବେଦନ ହୋଇପାରୁ ନ ଥିବାରୁ ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହେଉଛି। ଦୀର୍ଘଦିନରୁ ଆବେଦନ କରିବା ପାଇଁ ପ୍ରୟାସ କରୁଥିବା ଆଶାୟୀମାନେ ଆୟୋଗର ଏପରି ନୀତିରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।
    ସୂଚନାଯୋଗ୍ୟ, ଦୁଇମାସରୁ ଅଧିକ ହେଲାଣି ବୈଷୟିକ କାରଣ ଦର୍ଶାଇ ସାମୟିକ ଭାବେ ୱେବ୍‌ସାଇଟ୍‌କୁ ବନ୍ଦ କରି ଦିଆଯାଉଛି। ସକାଳ ୧୦ଟାରୁ ସନ୍ଧ୍ୟା ୬ ଯାଏ ଆବେଦନ ପ୍ରକ୍ରିୟା ବନ୍ଦ ରହୁଥିବା ୱେବ୍‌ସାଇଟ୍‌ରେ ଦର୍ଶାଯାଇଛି। ଅବଶିଷ୍ଟ ସମୟ ଅର୍ଥାତ୍‌ ସନ୍ଧ୍ୟା ୬ରୁ ସକାଳ ୧୦ଟା ପର୍ଯ୍ୟନ୍ତ ଆବେଦନ କରିବାକୁ ପରାମର୍ଶ ଦିଆଯାଇଛି। ହେଲେ ଏହି ସମୟ ମଧ୍ୟରେ ବି ୱେବ୍‌ସାଇଟ ଠିକ୍‌ ଭାବେ ଚାଲୁନାହିଁ। ନୂତନ ପଞ୍ଜୀକରଣ କରିବାକୁ କୌଣସି ଅପଶନ୍‌ ଆସୁନାହିଁ। ତେଣୁ ଆଶାୟୀଙ୍କ ସମୟ ନଷ୍ଟ ହେଉଛି। ରାଜସ୍ବ ନିରୀକ୍ଷକ, ସହ ରାଜସ୍ବ ନିରୀକ୍ଷକ, ଅମିନ, ଆଇସିଡିଏସ୍‌ ସୁପରଭାଇଜର ଓ ଏସ୍‌ଏସ୍‌ଏଫ୍‌ ପଦ ପାଇଁ ଆବେଦନ ପ୍ରକ୍ରିୟା ଡିସେମ୍ବର ୩୧ ତାରିଖରୁ ଆରମ୍ଭ ହୋଇଛି। ହେଲେ ଓ୍ବେବ୍‌ସାଇଟ୍‌ ଠିକ ଭାବେ କାର୍ଯ୍ୟ କରୁ ନ ଥିବାରୁ ଆବେଦନ ଅବଧିକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଫାର୍ମାସିଷ୍ଟ ଓ ମଲ୍ଟିପୁଲ୍‌ ହେଲ୍‌ଥ ୱାର୍କର ପଦ ପାଇଁ ଡିସେମ୍ବର ୨୨ରୁ ଆବେଦନ ଆରମ୍ଭ ହୋଇଥିବାବେଳେ ଏହାର ଅବଧିକୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ବଢ଼ାଯାଇଛି। ଏକାଧିକଥର ଆବେଦନ ଅବଧି ବଢ଼ାଯାଉଥିଲେ ମଧ୍ୟ କେବେ ୱେବ୍‌ସାଇଟ ସମ୍ପୂର୍ଣ୍ଣ ବା ଠିକ୍‌ ଭାବେ କାର୍ଯ୍ୟକ୍ଷମ ହେବ ସେନେଇ ଆୟୋଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ତେଣୁ ଏହି ସମୟ ମଧ୍ୟରେ ସମସ୍ୟାର ସମାଧାନ ହେବ ନା ଆୟୋଗ ପୁଣି ଆବେଦନ ଅବଧି ବୃଦ୍ଧି କରିବ ସେନେଇ ଆଶାୟୀଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି। ସୋସିଆଲ ମିଡିଆ ‘ଏକ୍ସ’ରେ ବହୁ ଆଶାୟୀ ପ୍ରତିକ୍ରିୟା ପ୍ରକାଶ କରି ୱେବ୍‌ସାଇଟକୁ ଅବିଳମ୍ବେ କାର୍ଯ୍ୟକ୍ଷମ କରିବାକୁ ଦାବି କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.3 ° C
    31.3 °
    31.3 °
    48 %
    2.7kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ