Monday, March 2, 2026
21.7 C
Odisha

    ବିଦ୍ୟୁତ ସର୍ଟସର୍କିଟ୍‌ରେ ଜଳିଗଲା ୬ ଧାନଗଦା, ଚିନ୍ତାରେ ଚାଷୀ

    ଆଗକୁ ପଢନ୍ତୁ

    ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଅଞ୍ଚଳା ଗ୍ରାମରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ୬ ଟି ଧାନ ଗଦାରେ ନିଆଁ ଲାଗି ଯାଇଛି। ଏହା ଦ୍ଵାରା ଆନୁମାନିକ ୧୫୦ କୁଇଣ୍ଟାଲ ଧାନ ପୋଡି ନଷ୍ଟ ହୋଇଯାଇଛି। ଖବର ପାଇ ଡାବୁଗାଁ ଅଗ୍ନିଶମ କର୍ମଚାରୀମାନେ ଅଞ୍ଚଳା ଗ୍ରାମରେ ପହଂଚିଥିଲେ ସୁଦ୍ଧା ଅଧିକାଂଶ ଧାନ ପୋଡି ଯାଇଥିଲା। ଏଥିରେ ଅଞ୍ଚଳା ଗ୍ରାମର ତିନି ଚାଷୀ ଚମରୁ କଲାର ,ଭଗତ କଲାର ଓ ହରେକୃଷ୍ଣ କଲାର କ୍ଷତିଗ୍ରସ୍ତ ହୋଇଥିବା ଜଣା ପଡ଼ିଛି। ସୂଚନା ଅନୁଯାୟୀ ଅଞ୍ଚଳା ଗ୍ରାମର ଚାମରୁ କଲାର, ଭଗତ କଲାର ଓ ହରେକୃଷ୍ଣ କଲାର ତିନି ଚାଷୀ ଧାନ ଅମଳ କରି ଗୋଟିଏ ସ୍ଥାନରେ ୬ ଗୋଟି ଧାନ ଗଦା କରି ରଖିଥିଲେ। ଏହି ଧାନ ଗଦାରେ ୧୫୦ କୁଇଣ୍ଟାଲରୁ ଅଧିକ ଧାନ ରହିଥିଲା। ଆଜି ଅପରାହ୍ନ ୪ଟାରେ ଧାନ ଗଦା ନିକଟ ଦେଇ ଯାଇଥିବା ବିଦ୍ୟୁତ ତାରରେ କୌଣସି କାରଣରୁ ସର୍ଟସର୍କିଟ୍‌ ହୋଇ ଯିବାରୁ ଧାନ ଗଦାରେ ଅଚାନକ ନିଆ ଲାଗି ଯାଇଥିଲା।
    ସରକାରୀ ଓ ବେସରକାରୀ ସୂତ୍ରରୁ ବିଭିନ୍ନ ବ୍ୟାଙ୍କ୍‌ରୁ ଋଣ ଆଣି ଚାଷ କରିଥିବା ଅଞ୍ଚଳା ଗ୍ରାମର ତିନି ଚାଷୀ ଏବେ ଋଣ କିପରି ପରିଶୋଧ କରିବେ ସେ ନେଇ ଚିନ୍ତିତ ହୋଇ ପଡିଛନ୍ତି। ଧାନ ଚାଷ କରି ଋଣ ପରିଶୋଧ ସହ ପରିବାର ପୋଷଣ କରିବା ଲକ୍ଷ୍ୟ ନେଇ ଚାଷ କରିଥିବା ଅଞ୍ଚଳା ଗ୍ରାମର ତିନି ଚାଷୀ ଙ୍କ ଧାନ ଉଜୁଡି ଯାଇଥିବାରୁ ପ୍ରଶାସନ ତରଫରୁ କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷୟ କ୍ଷତି ଆକଳନ କରି ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.7 ° C
    21.7 °
    21.7 °
    43 %
    1.5kmh
    5 %
    Mon
    35 °
    Tue
    36 °
    Wed
    38 °
    Thu
    38 °
    Fri
    38 °

    ସମ୍ବନ୍ଧିତ