Sunday, September 27, 2026
27.3 C
Odisha

    ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୭ ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୦ ଜଣଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ

    ଆଗକୁ ପଢନ୍ତୁ

    ସାଧାରଣ ଦିବସର ଅବ୍ୟବହିତ ପୂର୍ବରୁ ଗୁରୁବାର ସନ୍ଧ୍ୟାରେ କେନ୍ଦ୍ର ସରକାର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ଚଳିତ ବର୍ଷ ୫ ଜଣଙ୍କୁ ପଦ୍ମ ବିଭୁଷଣ, ୧୭ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୧୦ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ । ଏଥିନିମନ୍ତେ ସେମାନଙ୍କ ନାଁ ଘୋଷଣା କରାଯାଇଛି। ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ, ବରିଷ୍ଠ ଅଭିନେତ୍ରୀ ବୈଜୟନ୍ତୀମାଲା, ବରିଷ୍ଠ ଅଭିନେତା ଚିରଞ୍ଜୀବି, ତାମିଲନାଡ଼ୁର ନୃତଶିଳ୍ପୀ ପଦ୍ମା ସୁବମର୍ଣ୍ଣୟମଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯିବ ` ସମାଜସେବା ପାଇଁ ବିନ୍ଦେଶ୍ୱର ପାଠକଙ୍କୁ ମରଣତ୍ତୋର ଭାବେ ପଦ୍ମ ବିଭୁଷଣ ସମ୍ମାନ ଦିଆଯିବ।

    କେନ୍ଦ୍ର ସରକାର ଯେଉଁ ୧୭ ଜଣଙ୍କ ନାଁ ପଦ୍ମ ଭୂଷଣ ପାଇଁ ଘୋଷଣା କରିଛନ୍ତି, ସେମାନଙ୍କ ମଧ୍ୟରେ ସୁପ୍ରିମ କୋର୍ଟର ପ୍ରଥମ ମହିଳା ବିଚାରପତି ଫାତିମା ବିବି, ପୂର୍ବ କେନ୍ଦ୍ର ମନ୍ତ୍ରୀ ରାମ ନାଏକ, ଅଭିନେତା ମିଥୁନ ଚକ୍ରବର୍ତ୍ତି ସାମିଲ ଅଛନ୍ତି। ସେମାନଙ୍କ ବାଦ ଗାୟିକା ଉଷା ଉଥୁପ୍, ସତ୍ୟବ୍ରତ ମୁଖାର୍ଜୀ, ଉଦ୍ୟୋଗପତି ସୀତାରାମ ଜିନ୍ଦଲ , ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଅଶ୍ୱିନ ବାଲଚନ୍ଦ ମେହତା, ପୂର୍ବ କେନ୍ଦ୍ର ମନ୍ତ୍ରୀ ସତ୍ୟବ୍ରତ ମୁଖର୍ଜୀ, ସଙ୍ଗୀତକାର ପ୍ୟାରେଲାଲ ଶର୍ମା, ଅଭିନେତା ବିଜୟକାନ୍ତ ପ୍ରମୁଖଙ୍କ ନାଁ ମଧ୍ୟ ପଦ୍ମ ଭୂଷଣ ପୁରସ୍କାର ତାଲିକାରେ ସାମିଲ ହୋଇଛି। ଏହାବ୍ୟତୀତ ୧୧୦ ଜଣଙ୍କ ନାଁ ପଦ୍ମଶ୍ରୀ ସମ୍ମାନ ପାଇଁ ଘୋଷଣା ହୋଇଛି। ପଦ୍ମଶ୍ରୀ ଲାଗି ମନୋନୀତ ବ୍ୟକ୍ତିଙ୍କ ମଧ୍ୟରେ ଓଡ଼ିଶାରୁ ୨ ଜଣ ଅଛନ୍ତି। ସେମାନେ ହେଉଛନ୍ତି ଗଞ୍ଜାମ ଗୋପୀନାଥ ସ୍ୱାଇଁ ଓ ବରଗଡ଼ର ଭାଗବତ ପ୍ରଧାନ । ଲୋକନାଟକ କୃଷ୍ଣ ଲୀଳାର ସଂଗୀତକାର ହେଉଛନ୍ତି ଗୋପୀନାଥ ସ୍ୱାଇଁ। ସେହିପରି ଲୋକନୃତ୍ୟ ‘ଶଦ୍ଦ ନୃତ୍ୟ’ର ବିଶିଷ୍ଟ କଳାକାର ହେଉଛନ୍ତି ଭାଗବତ ପ୍ରଧାନ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.3 ° C
    27.3 °
    27.3 °
    75 %
    2kmh
    51 %
    Sun
    29 °
    Mon
    30 °
    Tue
    30 °
    Wed
    29 °
    Thu
    30 °

    ସମ୍ବନ୍ଧିତ