Sunday, September 27, 2026
27.3 C
Odisha

    RPF ଇନ୍ସପେକ୍ଟର ନିଲମ୍ବିତ, ଆସିଲା ସାଂଘାତିକ ଅଭିଯୋଗ

    ଆଗକୁ ପଢନ୍ତୁ

    କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ ହେଲେ ରେଳ ସୁରକ୍ଷା ବଳ ଇନ୍ସପେକ୍ଟର ଧର୍ମେନ୍ଦ୍ର ମିଶ୍ର । ଧର୍ମେନ୍ଦ୍ର ମିଶ୍ର ଏବେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ରେଳ ସୁରକ୍ଷା ବଳରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ନିଲମ୍ବନ ନେଇ ସମ୍ବଲପୁର ରେଳ ମଣ୍ଡଳ ସୁରକ୍ଷା ଆୟୋଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଅଭିଯୋଗ ଅନୁଯାୟୀ, ଚାରି ଦିନ ପୂର୍ବରୁ RPFର ନର୍ଲାରେ କାର୍ଯ୍ୟରତ କନଷ୍ଟେବଳ ବାଳକୃଷ୍ଣ ଭୋଇ ଜଣେ ଗଞ୍ଜେଇ ବେପାରୀଙ୍କଠାରୁ ଲାଞ୍ଚ ନେଉଥିଲେ। ଏହି ଘଟଣା ବାହାରେ ପ୍ରଘଟ ହେବା ପରେ ମଧ୍ୟ ଦାୟିତ୍ୱରେ ଥିବା ଇନ୍ସପେକ୍ଟର ଧର୍ମେନ୍ଦ୍ର ମିଶ୍ର ତାଙ୍କ ବିରୋଧରେ କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କଲେ ନାହିଁ।

    ଜଣେ ଲାଞ୍ଚୁଆ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସମ୍ବଲପୁର ରେଳ ମଣ୍ଡଳ ସୁରକ୍ଷା ଆୟୋଗ ପକ୍ଷରୁ ଇନ୍ସପେକ୍ଟର ଧର୍ମେନ୍ଦ୍ର ମିଶ୍ରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ଲାଞ୍ଚ ନେଉଥିବା କନଷ୍ଟେବଳ ବାଳକୃଷ୍ଣ ଭୋଇଙ୍କୁ ନର୍ଲାରୁ ବିଶାଖାପାଟଣାକୁ ବଦଳି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.3 ° C
    27.3 °
    27.3 °
    75 %
    2kmh
    51 %
    Sun
    29 °
    Mon
    30 °
    Tue
    30 °
    Wed
    29 °
    Thu
    30 °

    ସମ୍ବନ୍ଧିତ