Tuesday, October 13, 2026
30.8 C
Odisha

    ମୁଖ୍ୟମନ୍ତ୍ରୀ ବଡବଡ ମହାବାତ୍ୟା ଦେଖିଛନ୍ତି ବିଜେପି ନେତାଙ୍କ ହାୱା କିଛି ଫରକ ପକେଇବନି : କାର୍ତ୍ତିକ ପାଣ୍ଡିଆନ୍‌

    ଆଗକୁ ପଢନ୍ତୁ

    ବିରୋଧୀମାନେ ହେଉଛନ୍ତି ‘ନିର୍ବାଚନ ପର୍ଯ୍ୟଟକ’। ନିର୍ବାଚନ ଆସିଲେ ସେମାନେ ଆସନ୍ତି, ମିଠାମିଠା କଥା କହନ୍ତି। ଆଉ ନିର୍ବାଚନ ଶେଷ ହେବାପରେ ଖୋଜିଲେ ବି ସେମାନଙ୍କ ଦେଖା ମିଳେନାହିଁ। ‘ନିର୍ବାଚନ ପର୍ଯ୍ୟଟକ’ କିଏ ଆଉ ଓଡ଼ିଶାବାସୀଙ୍କ ପାଇଁ ୨୪ ଘଣ୍ଟା କାମ କରୁଛି କିଏ ତାହା ଓଡ଼ିଶାବାସୀ ଜାଣନ୍ତି। ରାଜ୍ୟରେ ଶେଷ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨୮ ବିଧାନସଭା ଆସନରୁ ବିଜେଡି ୨୪ ଆସନରେ ବିଜୟଲାଭ କରିବା ସହ ଅନ୍ୟ ତିନିଟି ପର୍ଯ୍ୟାୟ ନିର୍ବାଚନରେ ମଧ୍ୟ ବିଜେଡି ବାଜିମାତ୍‌ କରିବ। ଆଉ ରାଜ୍ୟବାସୀଙ୍କ ଆର୍ଶୀବାଦରୁ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି।

    ଆଜି ଖବର ସରବରାହ ସଂସ୍ଥା ‘ଏଏନ୍‌ଆଇ’କୁ ଦେଇଥିବା ଏକ ସାକ୍ଷାତକାରରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ରାଜ୍ୟରେ ତିନି ଚତୁର୍ଥାଂଶ ବିଧାନସଭା ଆସନ ସହ ବିଜେଡି ସରକାର ଗଢ଼ିବ ଓ ଲୋକସଭାରେ ପୂର୍ବଠାରୁ ବିଜେଡିକୁ ଅଧିକ ଆସନ ମିଳିବ। ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଆସନ ଓ ୨୮ ବିଧାନସଭା ଆସନ ନିମନ୍ତେ ହୋଇଥିବା ନିର୍ବାଚନରେ ବିଜେଡି ୨୪ ଆସନ ଜିତିବ। ଓଡିଶାରେ କେବଳ ନବୀନ ବାବୁଙ୍କ ପତାକା, ବିଜେଡି ପତାକା ଉଡୁଛି, ଆଉ ଆଗକୁ ଉଡିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁତ ବଡ ବଡ ମହାବାତ୍ୟା ଦେଖିଛନ୍ତି, ଏଣୁ ବିଜେପି ନେତାଙ୍କ ହାୱା କିଛି ଫରକ ପକେଇବନି। ଓଡ଼ିଶାରେ କେବଳ ନବୀନ ବାବୁଙ୍କ ହାୱା ଚାଲେ ଏବଂ ଚାଲିବ ବୋଲି ପାଣ୍ଡିଆନ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    30.8 ° C
    30.8 °
    30.8 °
    50 %
    1.9kmh
    19 %
    Tue
    31 °
    Wed
    29 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ