Saturday, July 27, 2024
24.6 C
Odisha

    ଜୁନ ୯ରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ’ : ପ୍ରଥମ ଦସ୍ତଖତରେ ଛାଡ଼ ହେବ ବିଜୁଳି ବିଲ୍‍

    ଆଗକୁ ପଢନ୍ତୁ

    ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଆଜି ରାଉରକେଲାରେ ପ୍ରଚାର ଆରମ୍ଭ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ପ୍ରବଳ ଖରାରେ ଲୋକଙ୍କ ବିପୁଳ ଉପସ୍ଥିତି ଯୋଗୁଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ୍‍ ଦେଇଥିଲେ । ନିଜର ଚିରାଚରିତ ବହୁତ କମ୍‍ କଥାରେ ସେ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ । ଲୋକଙ୍କ ଭିତରେ ଥିଲା ବିପୁଳ ଉତ୍ସାହ । ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଥିଲା କଥା କମ୍‍, ବିପୁଳ ଜନ ସମର୍ଥନର ଏକ ଦର୍ଶନୀୟ ଉଦାହରଣ । ମୁଖ୍ୟମନ୍ତ୍ରୀ କହିଥିଲେ ଜୁଲାଇ ମାସରୁ ବିଜୁଳି ବିଲ ଆସିବ ନାହିଁ । ବିଜୁ ଜନତା ଦଳ ସରକାର ମାଗଣାରେ ଆପଣଙ୍କମାନଙ୍କୁ ବିଜୁଳି ଦେବେ । ଆପଣମାନେ ଖୁସି ତ ? ଏହାପରେ ବିପୁଳ ଉତ୍ସାହ, ଖୁସି ଓ କରତାଳିରେ ପ୍ରକମ୍ପିତ ହୋଇଥିଲା ସଭାସ୍ଥଳ । ଲୋକଙ୍କ ମିଜାଜ୍‍ ଥିଲା ଖୁବ୍‍ ଉତ୍ସାହପ୍ରଦ ।ନବୀନ ପଟ୍ଟନାୟକ ଭଲ କି ? ପଚାରିଲେ ମୁଖ୍ୟମନ୍ତ୍ରୀ । ଏହାପରେ ଉଚ୍ଛ୍ୱସିତ ‘ହଁ’ରେ ପ୍ରତିଧ୍ୱନିତ ହେଇଥିଲା ସଭାସ୍ଥଳ । ବିଭିନ୍ନ ଜନ କଲ୍ୟାଣ ଯୋଜନାର ସୁଫଳ ସମ୍ପର୍କରେ ଜନମତ ଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ । ମିଶନ ଶକ୍ତି, 5T ସ୍କୁଲ ରୂପାନ୍ତର, କାଳିଆ ଯୋଜନା, ନୂଆ-ଓ ଛାତ୍ରବୃତ୍ତି, ମମତା ଯୋଜନା ଆଦି ସବୁ ପ୍ରଶ୍ନରେ ଜନତା ଭରିଥିଲେ ‘ହଁ’ । ଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିରୋଧୀ ଦଳ ମିଛ କଥା କହୁଛନ୍ତି, କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି । ଆପଣ ସେମାନଙ୍କୁ ବିଶ୍ୱାସ କରନ୍ତୁ ନାହିଁ ।

    ପ୍ରଚାରରେ ଯୋଗ ଦେଇ ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ କହିଲେ ଯେ ରାଉରକେଲାକୁ ଓ ହକିକୁ ମୁଖ୍ୟମନ୍ତ୍ରୀ ବହୁତ ଭଲ ପାଆନ୍ତି । ରାଉରକେଲା ରେ ରୂପାନ୍ତର ଆସିଛି.ବର୍ତ୍ତମାନର ରାଉରକେଲାକୁ ଦେଖିଲେ ବୁଝାପଡ଼େ । ହକି ବିଶ୍ୱକପ୍‍ ଆୟୋଜନ ବହୁ କଠିନ କାମ ଥିଲା । ମୁଖ୍ୟମନ୍ତ୍ରୀ ଦିନରାତି କଠିନ ପରିଶ୍ରମ କରି ଏହାକୁ ସଫଳ କରିଥିଲେ । ରାଉରକେଲ ଓ ସୁନ୍ଦରଗଡ଼ର ଗୌରବ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ