Saturday, October 3, 2026
24.8 C
Odisha

    ଅମୃତଭଣ୍ଡା ପତ୍ରରେ ଅଛି ଆୟୁର୍ବେଦିକ ଗୁଣ; ଦୂର କରିପାରେ ପିରିୟଡ୍ସରୁ ପାଚନ ସମସ୍ୟା

    ଆଗକୁ ପଢନ୍ତୁ

    ଅମୃତଭଣ୍ଡାର ନାଁ ଯେପରି, ଏ ଫଳଟି ମଧ୍ୟ ସେପରି। କଞ୍ଚା ହେଉ କି ପାଚିଲା ଅମୃତଭଣ୍ଡା, ସବୁଥିରେ ଭରି ରହିଛି ସ୍ୱାସ୍ଥ୍ୟ ଉପକାରୀ ଗୁଣ। ଅମୃତଭଣ୍ଡାର ଉପକାରିତା ବିଷୟରେ ପ୍ରାୟ ଅଧିକାଂଶ ଲୋକ ଜାଣିଥିବେ ନିଶ୍ଚୟ, ହେଲେ ଏହାର ପତ୍ରର ଉପକାରୀ ଗୁଣ ବାବଦରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏଥିରେ କି କି ଉପକାରୀ ଗୁଣ ରହିଛି, ଏହା କେଉଁ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରିପାରେ ଏବଂ ଏହାକୁ କିପରି ସେବନ କରିବେ, ଜାଣନ୍ତୁ…

    ପୋଷକ ତତ୍ତ୍ୱରେ ଭରପୂର ଅମୃତଭଣ୍ଡା ପତ୍ର:
    ଅମୃତଭଣ୍ଡା ପତ୍ରରୁ ଭିଟାମିନ୍, ମିନେରାଲ୍ସ, ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟର ଉତ୍ସ ମିଳିଥାଏ। ଏଥିରେ ଭିଟାମିନ୍ ଏ, ଭିଟାମିନ୍ ବି, ଭିଟାମିନ୍ ସି, ଭିଟାମିନ୍ ଇ, ଭିଟାମିନ୍ କେ ମଧ୍ୟ ରହିଥାଏ। ଏହା ବ୍ୟତୀତ ଫସଫରସ୍, ଆଇରନ୍, ପୋଟାସିୟମ୍, କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମ୍ ପରି ଖଣିଜ ପଦାର୍ଥ ଅମୃତଭଣ୍ଡା ପତ୍ରରୁ ମିଳିଥାଏ।

    କେଉଁ ସବୁ ରୋଗ ପାଇଁ ଉପକାରୀ ଅମୃତଭଣ୍ଡା ପତ୍ର
    ଡେଙ୍ଗୁ ଏବଂ ମ୍ୟାଲେରିଆରେ ଲାଭଦାୟକ:- ବର୍ଷା ଋତୁରେ ଅଧିକାଂଶ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୁଅନ୍ତି। ଏଭଳି ପରିସ୍ଥିତିରେ ଅମୃତଭଣ୍ଡା ପତ୍ର ଲାଭଦାୟକ ହୋଇପାରେ। ରକ୍ତରେ ପ୍ଲେଟଲେଟ୍ ସଂଖ୍ୟା ବୃଦ୍ଧି ପାଇଁ ଅମୃତଭଣ୍ଡା ପତ୍ର ବେସ୍ ଉପକାରୀ। ସେହିପରି ମ୍ୟାଲେରିଆ ନିରାକରଣ ପାଇଁ ମଧ୍ୟ ଅମୃତଭଣ୍ଡା ପତ୍ର ଖାଇପାରିବେ।

    କର୍କଟ:- ଅମୃତଭଣ୍ଡା ପତ୍ର କର୍କଟ ଭଳି ମାରାତ୍ମକ ରୋଗକୁ ମଧ୍ୟ ରୋକିପାରେ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଅନ୍ୟାନ୍ୟ ଯୌଗିକ କର୍କଟକୁ ନିୟନ୍ତ୍ରଣ କରିବାରେ କିମ୍ବା ମନ୍ଥର କରିବାରେ ସାହାଯ୍ୟ କରିଥାଏ।

    ହଜମ ପ୍ରକ୍ରିୟା:- ଅମୃତଭଣ୍ଡା ପତ୍ର ଖାଇବା ଦ୍ୱାରା ହଜମ ପ୍ରକ୍ରିୟାରେ ଉନ୍ନତି ଆସିଥାଏ। ଏହାର ଆଣ୍ଟିଇନ୍‌ଫ୍ଲାମେଟୋରୀ ଗୁଣ କୋଷ୍ଠକାଠିନ୍ୟ, ପେଟ ଫୁଲା ଏବଂ ପ୍ରଦାହ ଭଳି ହଜମ ପ୍ରକ୍ରିୟାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

    ଋତୁସ୍ରାବ ସମସ୍ୟା:- ମାସିକ ଧର୍ମ ଅବଧି ସମୟରେ ଅମୃତଭଣ୍ଡା ବେସ୍ ଉପକାରୀ ହୋଇପାରେ। ଅତ୍ୟଧିକ ଯନ୍ତ୍ରଣା କିମ୍ବା ରକ୍ତସ୍ରାବ ହେଉଥିଲେ ଅମୃତଭଣ୍ଡା ପତ୍ର ବ୍ୟବହାର କରିପାରିବେ।

    ଚର୍ମ ସମ୍ବନ୍ଧୀୟ ସମସ୍ୟା:- ଅମୃତଭଣ୍ଡା ପତ୍ରରେ ଥିବା ଆଣ୍ଟିଇନ୍‌ଫ୍ଲାମେଟୋରୀ ଗୁଣ ବ୍ରଣ, ଏଗଜିମା ଏବଂ ସୋରିୟାସିସ୍ ଭଳି ଚର୍ମ ସମ୍ବନ୍ଧୀୟ ସମସ୍ୟା ପାଇଁ ଲାଭଦାୟକ।

    କିପରି ବ୍ୟବହାର କରିବେ ଅମୃତଭଣ୍ଡା ପତ୍ର:
    ଅମୃତଭଣ୍ଡା ପତ୍ରକୁ ଶୁଖାଇ ରଖନ୍ତୁ। ଏହାକୁ ଗରମ ପାଣିରେ ଫୁଟାଇ ପିଇ ପାରିବେ। ସତେଜ ଥିବା ଅମୃତଭଣ୍ଡା ପତ୍ରରୁ ରସ ବାହାର କରନ୍ତୁ ଏବଂ ଦିନକୁ ଦୁଇଥର ୧-୨ ଚାମଚ ପିଅନ୍ତୁ। କଞ୍ଚା ଅମୃତଭଣ୍ଡା ପତ୍ରକୁ ମଧ୍ୟ ଗରମ ପାଣିରେ ଫୁଟାଇ ଚା ପରି ପିଇ ପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.8 ° C
    24.8 °
    24.8 °
    75 %
    0.7kmh
    4 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ