Tuesday, September 22, 2026
23.5 C
Odisha

    ରତ୍ନଭଣ୍ଡାରର ମରାମତି ନିତାନ୍ତ ଆବଶ୍ୟକ: ଗଜପତି

    ଆଗକୁ ପଢନ୍ତୁ

    ପୁରୀ: ଗଜପତି ମହାରାଜଙ୍କ ଉପସ୍ଥିତରେ ଭିତର ରତ୍ନଭଣ୍ଡାରରୁ ଖଟଶେଯ ଘରକୁ ଅଳଙ୍କାର ସ୍ଥାନାନ୍ତର ଆରମ୍ଭ ହୋଇଛି। ଭିତର ରତ୍ନଭଣ୍ଡାରରୁ ଫେରି ଗଜପତି ମହାରାଜା ଏହି କାର୍ଯ୍ୟ ସନ୍ଧ୍ୟା ସୁଦ୍ଧା ଶେ‌ଷ ହେବ ବୋଲି କହିଛନ୍ତି। ରତ୍ନଭଣ୍ଡାରର ମରାମତି ଆବଶ୍ୟକ ବୋଲି ବି ସେ କହିଛନ୍ତି। ଗଜପତି ଆହୁରି କହିଛନ୍ତି ଯେ, ଖଟଶେଯ ଘରେ ଗହଣା ଓ ମୂଲ୍ୟବାନ ସାମଗ୍ରୀ ରଖାଯିବ। ଏହାପରେ କବାଟ ସିଲ୍ କରାଯିବ। କବାଟ ସିଲ୍ ହୋଇ ମୁଖ୍ୟ ପ୍ରଶାସକ ସରକାରୀ ଟ୍ରେଜେରିରେ ଚାବି ଦାଖଲ କରିବେ। ବାହାର ଓ ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ପରେ ଏହାର ସ୍କାନିଂ କରାଯିବ। ଏହାପରେ ରତ୍ନଭଣ୍ଡାରକୁ ଏଏସଆଇକୁ ହସ୍ତାନ୍ତର କରାଯିବ। ଏଏସଆଇ ଏହାପରେ ଯାଇ ରତ୍ନଭଣ୍ଡାରର ମରାମତି କରିବ। ମରାମତି ସମୟରେ ଭକ୍ତଙ୍କ ଦର୍ଶନରେ କୌଣସି ଅସୁବିଧା ହେବନି।

    ରତ୍ନଭଣ୍ଡାର ଖୋଲିବାକୁ ନିର୍ଦେଶିତ କମିଟି ସଦସ୍ୟମାନେ ଆଜି ସକାଳୁ ସିଂହଦ୍ବାର ସମ୍ମୁଖରେ ରଥାରୂଢ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ। ଏହାପରେ ସମସ୍ତେ ଏକାଠି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ମା ବିମଳା, ମା ଲକ୍ଷ୍ମୀଙ୍କ ସହ ପାର୍ଶ୍ବ ଦେବାଦେବୀଙ୍କ ଦର୍ଶନ କରିବା ପରେ ପାରମ୍ପରିକ ଧୋତି ଗାମୁଛା ପରିଧାନ କରିଥିଲେ ସମସ୍ତ କମିଟି ସଦସ୍ୟ ଏବଂ ଶୁଭ ମୁହୂର୍ତ୍ତ ଦିନ ୯ଟା ୫୧ ମିନିଟ୍ ସମୟରେ ଭଣ୍ଡାରକୁ ପ୍ରବେଶ କରିଥିଲେ। ଟ୍ରେଜେରିରୁ ଆସିଥିବା ଚାବିରେ ଭଣ୍ଡାର ଖୋଲାଯିବା ସହ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମକୁ ନେବା ପ୍ରକ୍ରିୟା ଆରମ୍ଭ ହୋଇଛି।  ଗଜପତି ମହାରାଜ ମଧ୍ୟ ନିଜେ  ଉପସ୍ଥିତ ରହିଥିଲେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

    ସୂଚନାଯୋଗ୍ୟ ଯେ, ଗତ ୧୪ ତାରିଖ ଦିନ ଭିତର ଭଣ୍ଡାର ମୁଖ୍ୟ ଦ୍ବାରରେ ଲାଗିଥିବା ୩ଟି ଯାକ ତାଲା ଟ୍ରେଜେରିରୁ ଆସିଥିବା ଦୁଇଟି ଚାବିରେ ନ ଖୋଲିବାରୁ ତାଲାଗୁଡ଼ିକୁ ଭାଙ୍ଗି କମିଟି ପ୍ରବେଶ କରିଥିଲେ। କିନ୍ତୁ ସମୟ ଅଭାବରୁ ସ୍ଥାନାନ୍ତର ପ୍ରକ୍ରିୟା ସମ୍ଭବପର ହୋଇ ପାରି ନଥିଲା। ସେହିଦିନ ଭିତର ଭଣ୍ଡାର ଦ୍ବାରରେ ଭଙ୍ଗାଯାଇଥିବା ୩ଟି ଯାକ ତାଲା ଏବଂ ପୁରୁଣା ଦୁଇଟି ଚାବିକୁ ଜିଲ୍ଲା ଟ୍ରେଜେରିରେ ଜମା କରାଯାଇଛି। ଏଥି ସହିତ ୨ଟି ନୂଆ ତାଲା ପକାଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ୍ କରି ତାହାର ଚାବିକୁ ମଧ୍ୟ ଟ୍ରେଜେରିରେ ଜମା କରାଯାଇଥିଲା। ସେହି ନୂଆ ତାଲାର ଚାବି ଟ୍ରେଜେରିରୁ ଆଣି ଭଣ୍ଡାର ଖୋଲାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    23.5 ° C
    23.5 °
    23.5 °
    94 %
    0.5kmh
    100 %
    Mon
    24 °
    Tue
    27 °
    Wed
    27 °
    Thu
    24 °
    Fri
    28 °

    ସମ୍ବନ୍ଧିତ