Sunday, September 13, 2026
23 C
Odisha

    ବିଦ୍ରୋହୀଙ୍କୁ ମ୍ୟାନେଜ୍ କରି ନିର୍ବାଚନ ଲଢ଼ିବା ଦଳ ଜାଣିଛି: ବିଜେଡ଼ି ନେତା ପଦ୍ମନାଭ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ବିଜେଡିରେ ବିଦ୍ରୋହୀଙ୍କ ସଂଖ୍ୟା ବଢ଼ିବା ନେଇ ଦଳର ବରିଷ୍ଠ ନେତା ପଦ୍ମନାଭ ବେହେରା ବଡ଼ ମନ୍ତବ୍ୟ ପ୍ରଦାନ କରିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି ଟିକେଟ ଆଶାୟୀଙ୍କୁ ଟିକେଟ ନ ମିଳିବାରୁ ସେମାନେ ଅସନ୍ତୁଷ୍ଟ ହୋଇ ବିଦ୍ରୋହୀ ପାଲଟି ଇସ୍ତଫା ଦେଇଛନ୍ତି। ନିର୍ବାଚନ ପୂର୍ବରୁ ଏଭଳି ହେବା ସାଧାରଣ କଥା। ତେବେ ଚଳିତ ଥର ବିଦ୍ରୋହୀଙ୍କ ସଂଖ୍ୟା ଅଧିକ ରହିଛି। ବ‌ିଦ୍ରୋହୀଙ୍କୁ ମ୍ୟାନେଜ୍ କରି କିଭଳି ନିର୍ବାଚନ ବୈତରଣୀ ପାର୍ କରାଯିବ ତାହା ଦଳକୁ ଜଣାଅଛି। ବିଦ୍ରୋହ ହେବା କିଛି ନୂଆ ଘଟଣା ନୁହେଁ। ସେମାନେ ପୁଣି ଦଳକୁ ଫେରିବେ।

    ଏଥିରେ ବ୍ୟସ୍ତ ହେବାର କିଛି ନାହିଁ। ଦଳର ନିର୍ବାଚନ ପରିଚାଳନାରେ କିଛି ଫରକ୍ ପଡ଼ିବ ନାହିଁ ବୋଲି ସେ କହିଛନ୍ତି। ଦଳ ଅଧିକ ଆସନରେ ବିଜୟ ହାସଲ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23 ° C
    23 °
    23 °
    97 %
    1.5kmh
    100 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ