Sunday, September 13, 2026
23 C
Odisha

    ଘରେ ଖାଇବାକୁ ମନ ଲାଗୁନି: ସହରବାସୀ ରେସ୍ତୋରାଁ ମୁହାଁ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆୟ ବଢ଼ିବା ସହ ନିଜ ଜୀବନକୁ ଭିନ୍ନ ଢଞ୍ଚରେ ଜିଇଁବା ଲାଗି ଲୋକମାନଙ୍କ ମନରେ ଅଭିଳାଷ ଜାଗ୍ରତ ହୋଇଛି। ତାହା ସହରାଞ୍ଚଳବାସୀଙ୍କ ଜୀବନଶୈଳୀରେ ଆଣିଛି ପରିବର୍ତ୍ତନ। ଆଉ ଘରେ ଖାଇବାକୁ ମନ ଲାଗୁନି। ନୂଆ ନୂଆ ଖାଦ୍ୟ ଚାଖିବା ଲାଗି ବାହାରେ ଖାଇବାକୁ ମନ ଟାଣୁଛି। ସେହି ପରିବର୍ତ୍ତନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶରେ ପରିଣତ ହୋଇଛି ସପ୍ତାହକୁ ଅନ୍ତତଃ ଥରେ କିମ୍ବା ଦୁଇ ଥର ପରିବାର ସହିତ ବାହାରେ ଖାଇବା। ବିଶେଷ କରି ରେସ୍ତୋରାଁରେ ଖାଇବା ଏକ ଧାରାରେ ପରିଣତ ହୋଇଛି। ସହରବାସୀଙ୍କ ମଧ୍ୟ ରେସ୍ତୋରାଁକୁ ନେଇ କ୍ରେଜ୍ ଦେଖିବାକୁ ମିଳିଛି। ଭୁବନେଶ୍ବରରେ ଅଧିକାଂଶ ଲୋକ ସପ୍ତାହକୁ ପରିବାର ସହ ଦୁଇ ଥର ରେସ୍ତୋରାଁ ଖାଇବାକୁ ଆସୁଛନ୍ତି ବୋଲି ‘ରାସ୍ତା’ ନାମକ ରେସ୍ତୋରାଁର ପ୍ରତିଷ୍ଠାତା ଜୟ ସିଂହ କହିଛନ୍ତି। ସେ କହିଛନ୍ତି ଯେ ଜୀବନର ସ୍ବତନ୍ତ୍ର ମୁହୂର୍ତଗୁଡ଼ିକୁ ପାଳନ କରିବା, ଜନ୍ମଦିନ, ବିବାହ ବାର୍ଷିକୀ, ବନ୍ଧୁଙ୍କ ସହ ସମୟ ବିତାଇବା, ବ୍ୟାବସାୟିକ କାର୍ଯ୍ୟରେ ବନ୍ଧୁ ମିଳନ ଆଦି ଲାଗି ଲୋକମାନେ ଭୋଜନ କରିବାକୁ ରେସ୍ତୋରାଁ ଯାଉଛନ୍ତି। ବିଶେଷ କରି ଯୁବପିଢ଼ି ଓ କର୍ମଜୀବୀମାନେ ନିଜକୁ ଏହି ଧାରାରେ ଯୋଡ଼ିଛନ୍ତି।
    ରେସ୍ତୋରାଁରେ ମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରୀ ଭୋଜନ କରିବା ଉପରେ ଲୋକମାନେ ଅଧିକ ଧ୍ୟାନ ଦେଉଛନ୍ତି। ବହୁ ଲୋକ ନିଜ ପରିବାର ସହ ଆସୁଥିବା ବେଳେ କିଛି ବନ୍ଧୁଙ୍କ ସହ ‌ଖାଇବାକୁ ଆସୁଛନ୍ତି। ଦମ୍ପତିମାନେ ମଧ୍ୟ ରେସ୍ତୋରାଁରେ ଭୋଜନ କରୁଛନ୍ତି। କଲେଜରେ ପାଠପଢ଼ୁଥିବା କିମ୍ବା ଉଚ୍ଚ ଦରମାରେ ଚାକିରି କରୁଥିବା କମ୍ ବୟସର ଯୁବକଯୁବତୀ, ଡାକ୍ତର, ଇଞ୍ଜିନିୟର, ପ୍ରଫେସନାଲ୍, ଆଇଟି କମ୍ପାନିର କର୍ମଚାରୀମାନେ ମଧ୍ୟ ଭୋଜନ କରିବା ଲାଗି ରେସ୍ତୋରାଁ ଯାଉଛନ୍ତି। ଶ୍ରୀ ରାୟଙ୍କ ମତରେ ଆମିଷ ଭୋଜନକୁ ଅଧିକାଂଶ ‌ଗ୍ରାହକ ପସନ୍ଦ କରୁଥିବା ବେଳେ ନିରାମିଷର ମଧ୍ୟ ନିର୍ଦ୍ଦିଷ୍ଟ ପ୍ରକାର ଗ୍ରାହକ ରହିଛନ୍ତି। ଆମିଷରେ ଲୋକମାନେ ଚିକେନ୍‌ରେ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ଅଧିକ ଚାହୁଛନ୍ତି। ଏହା ବ୍ୟତୀତ ମାଛ ଓ ଚିଙ୍ଗୁଡ଼ିରେ ପ୍ରସ୍ତୁତ ଖାଦ୍ୟର ମଧ୍ୟ ଚାହିଦା ରହିଛି। ବିରିୟାନିର ମଧ୍ୟ ଏକ ବଡ଼ ଗ୍ରାହକ ବର୍ଗ ରହିଛି। ଏକ ମଧ୍ୟମ ଧରଣର ରେସ୍ତୋରାଁରେ ଦୁଇ ଜଣ ଭୋଜନ କଲେ ୧୫୦୦-୨୦୦୦ ଟଙ୍କା ପର୍ଯ୍ୟନ୍ତ ବିଲ୍ ହେଉଛି। ତେବେ ଗ୍ରାହକମାନେ ଚୟନ କରୁଥିବା ଖାଦ୍ୟ ଉପରେ ଚୂଡ଼ାନ୍ତ ବିଲ୍ କେତେ ହେବ ତାହା ନିର୍ଭର କରୁଛି। ‘ଡାଲ୍‌ମା’ର ପ୍ରତିଷ୍ଠାତା ଦେବାଶିଷ ପଟ୍ଟନାୟକ କହିଛନ୍ତି ଯେ ଟିଭି ଓ ମୋବାଇଲ୍ ଫୋନ୍ ଦ୍ବାରା ପ୍ରଭାବିତ ହୋଇ ଲୋକମାନେ ବାହାରେ ଖାଇବା ପ୍ରତି ଆକର୍ଷିତ ହୋଇଛନ୍ତି। ସେମାନେ ନୂଆ ନୂଆ ସ୍ବାଦର ଖାଦ୍ୟ ଚାଖିବାକୁ ଚାହୁଛନ୍ତି। ବହୁ ଲୋକ ବାହାରେ ଖାଉଥିବାର ଏକ ବଡ଼ ପ୍ରମାଣ ହେଉଛି ସହରରେ ବୃଦ୍ଧି ପାଉଥିବା ରେସ୍ତୋରାଁ ସଂଖ୍ୟା। ଯେହେତୁ ଅଧିକ ରେସ୍ତୋରାଁ ଖୋଲୁଛି, ପରୋକ୍ଷରେ ଏହା ବୁଝିବାକୁ ପଡ଼ିବ ଯେ ଅଧିକ ଲୋକ ସେଠାକୁ ଖାଇବାକୁ ଯାଉଛନ୍ତି ବୋଲି ସେ କହିଛନ୍ତି।

    ଏକ ଆନୁମାନିକ ହିସାବ ଅନୁସାରେ ଭୁବନେଶ୍ବରରେ ୨୫୦ ପାଖାପାଖି ‌ରେସ୍ତୋରାଁ ରହିଛି। ଚନ୍ଦ୍ରଶେଖରପୁର, ଜୟଦେବବିହାର, ବାପୁଜୀନଗର, ସହିଦନଗର, ଜାଗମରା ଆଦି ଅଞ୍ଚଳରେ ଅଧିକ ରେସ୍ତୋରାଁ ଦେଖିବାକୁ ମିଳୁଛି। କିନ୍ତୁ ଏମିତିରେ ଦେଖିଲେ ସହରର ଏଭଳି କୌଣସି ଅଞ୍ଚଳ ନାହିଁ ଯେଉଁଠାରେ ରେସ୍ତୋରାଁର ଉପସ୍ଥିତି ନାହିଁ। ପୂର୍ବରୁ ଇଣ୍ଡିଆନ, ଚାଇନିଜ୍ ଓ ତନ୍ଦୁର ରେସ୍ତୋରାଁର ଚାହିଦା ଅଧିକ ଥିଲା। ଏବେ ବହୁ କିନ୍ତୁ ବହୁ ପ୍ରକାର ଭୋଜନ ରେସ୍ତୋରାଁରେ ମିଳୁଛି। ସହରବାସୀଙ୍କ ଭୋଜନ ଅଭ୍ୟାସରେ ହୋଇଥିବା ପରିବର୍ତ୍ତନକୁ ଦେଖି ବହୁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ରେସ୍ତୋରାଁ ଭୁବନେଶ୍ବରରେ ରେସ୍ତୋରାଁ ଖୋଲୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23 ° C
    23 °
    23 °
    97 %
    1.5kmh
    100 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ