Sunday, September 27, 2026
22.6 C
Odisha

    ଅଜବ ଘଟଣା; ସାରଙ୍କୁ ଶୀତ ଲାଗିଲା ବୋଲି ଜାଳିଦେଲେ ସ୍କୁଲ ବେଞ୍ଚ୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବିହାର ଶିକ୍ଷା ବ୍ୟବସ୍ଥାରେ ଅଜବ କାରନାମା ସାମନାକୁ ଆସିଛି। ଏକ ଭାଇରାଲ ଭିଡିଓ ପାଇଁ ଶିକ୍ଷା ବ୍ୟବସ୍ଥାରେ ପ୍ରଶ୍ନ ଉଠିଛି । ଏହି ଭାଇରାଲ ଭିଡିଓରେ ପିଲାଙ୍କ ସ୍କୁଲ ବେଞ୍ଚ ଜଳୁଥିବା ଦେଖିବାକୁ ମିଲିଛି। ସ୍କୁଲର ପାଚିକା ବେଞ୍ଚ ଟେବୁଲ ଜାଲି ମିଡ ଡେ ମିଲ ପ୍ରସ୍ତୁତ କରୁଛନ୍ତି। ପାଟନାକୁ ଲାଗିଥିବା ବିହଟା ବ୍ଲକ ଅନ୍ତର୍ଗତ କୋରହରରେ ଅପଗ୍ରେଡ ମିଡିଲ ସ୍କୁଲର ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସେହିପରି ଆଉ ଏକ ଅଭିଯୋଗ ଆସିଛି ଯେ ଶିକ୍ଷକଙ୍କୁ ଶୀତ ଲାଗିଲା ବୋଲି ବେଞ୍ଚ କାଠ ଜଳାଇ ଦିଆଯାଇଛି। ନିକଟରେ RJD ବିଧାୟକ ଭାଇ ବୀରେନ୍ଦ୍ର ବିଧାୟକ ଫଣ୍ଡରୁ ପିଲାଙ୍କ ପାଇଁ ବସିବା ପାଇଁ ସ୍କୁଲରେ ବେଞ୍ଚ ଓ ଡେସ୍କ ଯୋଗାଇ ଦେଇଥିଲେ। କିନ୍ତୁ ପ୍ରବଳ ଥଣ୍ଡା ଯୋଗୁଁ ସ୍କୁଲ ଅଧ୍ୟକ୍ଷ ପିଲାମାନଙ୍କୁ ନୂଆ ବେଞ୍ଚ ଭାଙ୍ଗି ନିଆଁ ଲଗାଇବା ପାଇଁ କହିଥିଲେ। ଥଣ୍ତାରୁ ମୁକ୍ତି ସହ ମିଡ ଡେ ମିଲ୍‌ ବି ପ୍ରସ୍ତୁତ ହୋଇଯିବ।
    କୋରହରର ଅପଗ୍ରେଡେଡ ସ୍କୁଲ ଅଧ୍ୟକ୍ଷ VRS ନେଇଛନ୍ତି । ଏହାପରେ ସ୍କୁଲର ଦାୟିତ୍ବ ଜଣେ ଶିକ୍ଷକଙ୍କ କାନ୍ଧରେ ରହିଛି। କିନ୍ତୁ ଏହି ଶିକ୍ଷକଙ୍କ ବିରୁଦ୍ଧରେ ହିଁ ଅଭିଯୋଗ ଆସିଛି। BEO ଏବେ ସ୍କୁଲ ପ୍ରଭାରୀଙ୍କୁ ବେଞ୍ଚ ଡେସ୍କ ଜାଳିବା ପାଇଁ ସ୍ପଷ୍ଟୀକରଣ ମାଗିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.6 ° C
    22.6 °
    22.6 °
    96 %
    1.5kmh
    65 %
    Sat
    22 °
    Sun
    29 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ